Categories: ଜାତୀୟ

ଜି୨୦ ସମ୍ମିଳନୀରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ଯୋଗଦେବେ

ନୂଆଦିଲ୍ଲୀ,୨୯ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରି ଦିଲ୍ଲୀରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ଯୋଗଦେବାକୁ ଅସମର୍ଥ ବୋଲି ଜଣାଇଛନ୍ତି। ପୁଟିନ୍‌ ତାଙ୍କ ସ୍ଥାନରେ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ଜି୨୦ ସମିଟ୍‌କୁ ପଠାଇବେ ବୋଲି କହିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ପୁଟିନ୍‌ଙ୍କ ନିଷ୍ପତ୍ତି ସମ୍ପର୍କରେ ହୃଦ୍‌ବୋଧ କରୁଥିବା ମୋଦି ତାଙ୍କୁ ଜଣାଇଥିଲେ। ଚଳିତ ବର୍ଷ ଭାରତ ଜି୨୦ର ଅଧ୍ୟକ୍ଷତା କରୁଥିବାବେଳେ ରୁଷିଆର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଦୁଇ ନେତା ଯୋଗାଯୋଗରେ ରହିବା ଲାଗି ରାଜି ହୋଇଥିବା ପିଏମ୍‌ଓ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ବିଶ୍ୱବ୍ୟାପୀ ସମାଲୋଚିତ ହୋଇଥିବା ରୁଷିଆ ରାଷ୍ଟ୍ରପତି ଜି୨୦ ସମିଟରେ ଯୋଗଦେବାକୁ ଯିବେ ନାହିଁ ବୋଲଇ ଗତ ସପ୍ତାହରେ କ୍ରେମଲିନ୍‌ ସୂଚନା ଦେଇଥିଲା।

Share