କେସିଙ୍ଗାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବାଣ୍ଟିଲେ ମନ୍ତ୍ରୀ

କେସିଙ୍ଗା,୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ଜଗନ୍ନାଥ ମନ୍ଦିର ପଡ଼ିଆରେ ହିତାଧିକାରୀଙ୍କୁ ନୂଆ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ସୋମବାର ବଣ୍ଟନ କରାଯାଇଛି। ମନ୍ତ୍ରୀ ଅରୁଣ ସାହୁ, ଉଠାଜଳସେଚନ ଅଧ୍ୟକ୍ଷ ଅମରେଶ ପତ୍ରି, କେସିଙ୍ଗା ବିଡିିଓ ପ୍ରଫୁଲ କୁମାର ଅଦୁ ଏବଂ ବ୍ଲକ ଚେୟାରମ୍ୟାନ୍‌ ସୁକାନ୍ତି ବେହେରାଙ୍କ ଉପସ୍ଥିତରେ ଏହି କାର୍ଡ ବଣ୍ଟନ କରାଯାଇଛି। ମନ୍ତ୍ରୀ ସାହୁ ଉକ୍ତ ସଭାରେ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ନିର୍ମାଣ, ମିଶନ ଶକ୍ତିଶାଳୀ, ସ୍କୁଲ ମରାମତି ଆଦି କଥା କହିଥିଲେ।