Categories: ଜାତୀୟ

ଟିଏମ୍‌ସି ଟିକେଟ ନ ଦେବାରୁ ମନ୍ତ୍ରୀ, ବିଧାୟକ ଧରିଲେ ପଦ୍ମ

କୋଲକାତା୧୦।୨୩: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବୁଧବାର ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମମତା ପୁଣି ସରକାର ଗଢ଼ିବ ବୋଲି ଦୋମ୍ଭୋକ୍ତି ପ୍ରକାଶ କରିଛନ୍ତି। ହେଲେ ଟିକେଟ ନ ପାଇବାରୁ ଅସନ୍ତୋଷ ପ୍ରକାଶ କରି ଟିମ୍‌ସିର ଜଣ ମନ୍ତ୍ରୀ ଏବଂ ବିଧାୟକ ଦଳ ଛାଡ଼ିଛନ୍ତି। ମମତା ସରକାରଙ୍କ ମନ୍ତ୍ରୀ ବାଚୁ ହାଁସଦା ଏବଂ ତେହେତା ବିଧାୟକ ଗୌରୀ ଶଙ୍କର ଦତ୍ତ ବୁଧବାର ଟିଏମ୍‌ସି ଛାଡି ପଦ୍ମ ଧରିଛନ୍ତି। ରାଜ୍ୟ ଭାଜପା ସଭାପତି ଦିଲୀପ ଘୋଷଙ୍କ ଉପସ୍ଥିତିରେ ହାଁସଦା ଭାଜପାରେ ସାମିଲ ହୋଇଛନ୍ତି। ସେ ଦକ୍ଷିଣ ଦିନଜପୁର ଜିଲାର ତାପନ ବିଧାନସଭା ଆସନରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗୌରୀ ଦତ୍ତ ନଦିଆ ଜିଲାର ତେହତ୍ତା ବିଧାନସଭା ଆସନର ବିଧାୟକ। ସେ ଜିଲାର ଭେଟେରାନ ନେତା ଭାବେ ଜଣାଶୁଣା। ଦତ୍ତ ଭାଜପାରେ ସାମିଲ ହେବା ଟିଏମ୍‌ସି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି।

Share