ଖଣି ଅଞ୍ଚଳ ଏବେ ପର୍ଯ୍ୟଟନସ୍ଥଳ

ଯୋଡ଼ା,୩୦ା୭(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳ ଓଡ଼ିଶାରେ ଖଣି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ପର୍ଯ୍ୟଟକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ଭାବେ ପରିଗଣିତ ହେଉଛି। ଜଙ୍ଗଲ ଶୋଭାରାଜିରେ କୁଳୁକୁଳୁ ହୋଇ ବୋହିଯାଉଥିବା ଏକାଧିକ ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ସୁଉଚ୍ଚରୁ ଭୂମିଷ୍ଠ ହେଉଥିବା ଜଳପ୍ରପାତ ଯେପରି ହାତଠାରି ଡାକୁଛି। ଲୁହାପଥର, ମାଙ୍ଗାନିଜ ପଥର ପାଇଁ ଦେଶ ଓ ବିଦେଶରୁ ବ୍ୟବସାୟୀ ଆସୁଥିଲେ, ଏବେ ଖଣି ଉପତ୍ୟକାରେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଅଞ୍ଚଳରେ ଥିବା ବିଭିନ୍ନ ଆକର୍ଷଣୀୟ ସ୍ଥାନ ମଧ୍ୟରୁ ଯୋଡ଼ା ବ୍ଲକ୍‌ ମୁର୍ଗା ମହାଦେବ ମନ୍ଦିର ତଥା ଜଳପ୍ରପାତ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଛି। ମାତ୍ର ଆଜି ପର୍ଯ୍ୟନ୍ତ ସ୍ଥଳର ଉନ୍ନତୀକରଣ ହୋଇପାରିନାହିଁ। ଅଞ୍ଚଳବାସୀ ଉକ୍ତ ପୀଠ ଓ ଜଳପ୍ରପାତ ସହ ଅଞ୍ଚଳରେ ଥିବା ଅନ୍ୟ ଦର୍ଶନୀୟ ସ୍ଥାନର ବିକାଶ କରିବାକୁ ଦାବି କରିଛନ୍ତି।
ଯୋଡ଼ା ବ୍ଲକ୍‌ ମୁର୍ଗା ମହାଦେବ ମନ୍ଦିର ଓ ନିକଟରେ ଜଳିପ୍ରପାତ, ବୈତରଣୀ ନଦୀ ଶଯ୍ୟାରେ ଗୁରୁବେଡ଼ା, ବଡ଼ବିଲ ନିକଟସ୍ଥ ଝରଣା ପରିବେଷ୍ଟିତ ଜଟେଶ୍ୱର ମହାଦେବ ମନ୍ଦିର ଓ ହ୍ରଦ, ପାଚେରି ଗ୍ରାମରେ ଥିବା ଝରଣା, ଝିଙ୍କାରି ଝରଣା, ବୈତରଣୀ ନଦୀର ତିନି ଧାରିଆ, କୁଣ୍ଡୁଲ ଝରଣା, ସ୍ବପ୍ନେଶ୍ୱର ମନ୍ଦିର ସମେତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସେରେଣ୍ଡା ରିଜର୍ଭ ଜଙ୍ଗଲ, ଥାଲ କୋବାଦ ଭାଲୁ ଗୁମ୍ଫା, କିରିବୁରୁ ଓ ମେଘାତବୁରୁରେ ଥିବା ୭ଶହ ପର୍ବତମାଳା ମଧ୍ୟରେ ଅସ୍ତଗାମୀ ସୂର୍ଯ୍ୟର ମନୋରମ ଦୃଶ୍ୟକୁ ଉପଭୋଗ ପାଇଁ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି। ବର୍ଷା ସମୟରେ ଜଳପ୍ରାପତ ଗୁଡ଼ିକରେ ଲୋକଙ୍କ ଭିଡ଼ ଜମୁଛି। ଏହି ସମୟରେ ବଡବିଲରେ ଥିବା ବିଭିନ୍ନ ହୋଟେଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ୟାକେଜ ଘୋଷଣା କରୁଛନ୍ତି। ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନେ ଏଠାକୁ ଆସିବା ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ବଙ୍ଗୀୟ ପତ୍ରିକାଗୁଡ଼ିକରେ ଏ ଅଞ୍ଚଳର ସ୍ଥାନ ଓ ମନୋରମ ଦୃଶ୍ୟ ପ୍ରକାଶିତ ହୋଇଛି। ପର୍ଯ୍ୟଟନ ଅଞ୍ଚଳଗୁଡ଼ିକର ପ୍ରଚାର ଓ ପ୍ରସାର କରିବା ପାଇଁ ଲାଗୁଥିବା ପର୍ଯ୍ୟଟନ ମେଳାରୁ ସୂଚନା ପାଇ ଆସୁଥିବା ପର୍ଯ୍ୟଟକ ବିପ୍ର ମଜୁମଦାର ଓ ଶୁଭ ପ୍ରତିମ ଘୋଷ ସୂଚନା ଦେଇଛନ୍ତି। ଜଣେ ମହିଳା ପର୍ଯ୍ୟଟକ କହିଛନ୍ତି, ଏହି ଅଞ୍ଚଳ ଲାଲମାଟି, ଲାଲ ଆକାଶ, ଲାଲ ଫୁଲେର ଦେଶ। ଟୁର୍‌ ଅପରେଟର ସନ୍ତୋଷ କୁମାର ବିଶ୍ବାଳ କହିଛନ୍ତି, ସବୁଠାରୁ ଅଧିକ ମନୋରମ ଦୃଶ୍ୟ ପାଚେରି ଝରଣାରେ ରହିଛି। ବର୍ଷକୁ ପ୍ରାୟ ଅଢ଼େଇ ହଜାର ପର୍ଯ୍ୟଟକ ଆସୁଛନ୍ତି। ମାତ୍ର ରାସ୍ତା ନ ଥିବାରୁ ସେଠାକୁ ପର୍ଯ୍ୟଟକ ଯାଇ ନ ପାରି ଅସନ୍ତୋଷ ପ୍ରକାଶ କରୁଛନ୍ତି। ବଡ଼ବିଲର ବୁଦ୍ଧିଜୀବୀ ଚିତ୍ତରଞ୍ଜନ କର, ଯୋଡ଼ାର ସୋମନାଥ ମହାନ୍ତି, ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କହିଛନ୍ତି, ଅଞ୍ଚଳରେ ଥିବା ପ୍ରାକୃତିକ ସ୍ଥାନଗୁଡ଼ିକର ବିକାଶ କରାଯାଇପାରିଲେ ଅଞ୍ଚଳର ବିକାଶ ହେବା ବେରୋଜଗାର ସମସ୍ୟାକୁ ଅନେକାଂଶରେ ପ୍ରତିହତ କରାଯାଇପାରନ୍ତା। ତେଣୁ ଡିଏମ୍‌ଏଫ୍‌ ଅର୍ଥର ବିନିଯୋଗ କରାଇ ପର୍ଯ୍ୟଟନସ୍ଥଳଗୁଡ଼ିକର ବିକାଶ ଓ ପ୍ରଚାର ପ୍ରସାର କରାଗଲେ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri