ଖଣି ଅଞ୍ଚଳ ଏବେ ପର୍ଯ୍ୟଟନସ୍ଥଳ

ଯୋଡ଼ା,୩୦ା୭(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳ ଓଡ଼ିଶାରେ ଖଣି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ପର୍ଯ୍ୟଟକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ଭାବେ ପରିଗଣିତ ହେଉଛି। ଜଙ୍ଗଲ ଶୋଭାରାଜିରେ କୁଳୁକୁଳୁ ହୋଇ ବୋହିଯାଉଥିବା ଏକାଧିକ ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ସୁଉଚ୍ଚରୁ ଭୂମିଷ୍ଠ ହେଉଥିବା ଜଳପ୍ରପାତ ଯେପରି ହାତଠାରି ଡାକୁଛି। ଲୁହାପଥର, ମାଙ୍ଗାନିଜ ପଥର ପାଇଁ ଦେଶ ଓ ବିଦେଶରୁ ବ୍ୟବସାୟୀ ଆସୁଥିଲେ, ଏବେ ଖଣି ଉପତ୍ୟକାରେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଅଞ୍ଚଳରେ ଥିବା ବିଭିନ୍ନ ଆକର୍ଷଣୀୟ ସ୍ଥାନ ମଧ୍ୟରୁ ଯୋଡ଼ା ବ୍ଲକ୍‌ ମୁର୍ଗା ମହାଦେବ ମନ୍ଦିର ତଥା ଜଳପ୍ରପାତ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଛି। ମାତ୍ର ଆଜି ପର୍ଯ୍ୟନ୍ତ ସ୍ଥଳର ଉନ୍ନତୀକରଣ ହୋଇପାରିନାହିଁ। ଅଞ୍ଚଳବାସୀ ଉକ୍ତ ପୀଠ ଓ ଜଳପ୍ରପାତ ସହ ଅଞ୍ଚଳରେ ଥିବା ଅନ୍ୟ ଦର୍ଶନୀୟ ସ୍ଥାନର ବିକାଶ କରିବାକୁ ଦାବି କରିଛନ୍ତି।
ଯୋଡ଼ା ବ୍ଲକ୍‌ ମୁର୍ଗା ମହାଦେବ ମନ୍ଦିର ଓ ନିକଟରେ ଜଳିପ୍ରପାତ, ବୈତରଣୀ ନଦୀ ଶଯ୍ୟାରେ ଗୁରୁବେଡ଼ା, ବଡ଼ବିଲ ନିକଟସ୍ଥ ଝରଣା ପରିବେଷ୍ଟିତ ଜଟେଶ୍ୱର ମହାଦେବ ମନ୍ଦିର ଓ ହ୍ରଦ, ପାଚେରି ଗ୍ରାମରେ ଥିବା ଝରଣା, ଝିଙ୍କାରି ଝରଣା, ବୈତରଣୀ ନଦୀର ତିନି ଧାରିଆ, କୁଣ୍ଡୁଲ ଝରଣା, ସ୍ବପ୍ନେଶ୍ୱର ମନ୍ଦିର ସମେତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସେରେଣ୍ଡା ରିଜର୍ଭ ଜଙ୍ଗଲ, ଥାଲ କୋବାଦ ଭାଲୁ ଗୁମ୍ଫା, କିରିବୁରୁ ଓ ମେଘାତବୁରୁରେ ଥିବା ୭ଶହ ପର୍ବତମାଳା ମଧ୍ୟରେ ଅସ୍ତଗାମୀ ସୂର୍ଯ୍ୟର ମନୋରମ ଦୃଶ୍ୟକୁ ଉପଭୋଗ ପାଇଁ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି। ବର୍ଷା ସମୟରେ ଜଳପ୍ରାପତ ଗୁଡ଼ିକରେ ଲୋକଙ୍କ ଭିଡ଼ ଜମୁଛି। ଏହି ସମୟରେ ବଡବିଲରେ ଥିବା ବିଭିନ୍ନ ହୋଟେଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ୟାକେଜ ଘୋଷଣା କରୁଛନ୍ତି। ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନେ ଏଠାକୁ ଆସିବା ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ବଙ୍ଗୀୟ ପତ୍ରିକାଗୁଡ଼ିକରେ ଏ ଅଞ୍ଚଳର ସ୍ଥାନ ଓ ମନୋରମ ଦୃଶ୍ୟ ପ୍ରକାଶିତ ହୋଇଛି। ପର୍ଯ୍ୟଟନ ଅଞ୍ଚଳଗୁଡ଼ିକର ପ୍ରଚାର ଓ ପ୍ରସାର କରିବା ପାଇଁ ଲାଗୁଥିବା ପର୍ଯ୍ୟଟନ ମେଳାରୁ ସୂଚନା ପାଇ ଆସୁଥିବା ପର୍ଯ୍ୟଟକ ବିପ୍ର ମଜୁମଦାର ଓ ଶୁଭ ପ୍ରତିମ ଘୋଷ ସୂଚନା ଦେଇଛନ୍ତି। ଜଣେ ମହିଳା ପର୍ଯ୍ୟଟକ କହିଛନ୍ତି, ଏହି ଅଞ୍ଚଳ ଲାଲମାଟି, ଲାଲ ଆକାଶ, ଲାଲ ଫୁଲେର ଦେଶ। ଟୁର୍‌ ଅପରେଟର ସନ୍ତୋଷ କୁମାର ବିଶ୍ବାଳ କହିଛନ୍ତି, ସବୁଠାରୁ ଅଧିକ ମନୋରମ ଦୃଶ୍ୟ ପାଚେରି ଝରଣାରେ ରହିଛି। ବର୍ଷକୁ ପ୍ରାୟ ଅଢ଼େଇ ହଜାର ପର୍ଯ୍ୟଟକ ଆସୁଛନ୍ତି। ମାତ୍ର ରାସ୍ତା ନ ଥିବାରୁ ସେଠାକୁ ପର୍ଯ୍ୟଟକ ଯାଇ ନ ପାରି ଅସନ୍ତୋଷ ପ୍ରକାଶ କରୁଛନ୍ତି। ବଡ଼ବିଲର ବୁଦ୍ଧିଜୀବୀ ଚିତ୍ତରଞ୍ଜନ କର, ଯୋଡ଼ାର ସୋମନାଥ ମହାନ୍ତି, ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କହିଛନ୍ତି, ଅଞ୍ଚଳରେ ଥିବା ପ୍ରାକୃତିକ ସ୍ଥାନଗୁଡ଼ିକର ବିକାଶ କରାଯାଇପାରିଲେ ଅଞ୍ଚଳର ବିକାଶ ହେବା ବେରୋଜଗାର ସମସ୍ୟାକୁ ଅନେକାଂଶରେ ପ୍ରତିହତ କରାଯାଇପାରନ୍ତା। ତେଣୁ ଡିଏମ୍‌ଏଫ୍‌ ଅର୍ଥର ବିନିଯୋଗ କରାଇ ପର୍ଯ୍ୟଟନସ୍ଥଳଗୁଡ଼ିକର ବିକାଶ ଓ ପ୍ରଚାର ପ୍ରସାର କରାଗଲେ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri