କର୍ଲାମୁଣ୍ଡା, ୧୧।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲଠାରେ ଥିବା ପଥର କ୍ୱାରୀ -୨ ଉପରେ ଖଣି ବିଭାଗ ଗତ ତା ୨୫.୦୫.୨୦୨୬ ରିଖ ପତ୍ର ସଂଖ୍ୟା ୨୧୯ ମାଧ୍ୟମରେ କେତେକ ଡକ୍ୟୁମେଣ୍ଟ ନ ଥିବା ଦର୍ଶାଇ ସସ୍ପେନସନ ଆଦେଶ ଦିଆଯାଇଥିଲା । ଏନେଇ କଳାହାଣ୍ଡି ଖଣି ଉପନିର୍ଦ୍ଦେଶକ ଏହାର ତଦନ୍ତ ପାଇଁ ଏକ ତିନିଜଣିଆ ଟିମ ପଠାଇଥିଲେ। କନିଷ୍ଠ ଖଣିଅଧିକାରୀ ଅନିଲ କୁମାର ପଧାନ, କୃଷ୍ଣ ବଗେ, ଦିନବନ୍ଧୁ କିଷାନ ପ୍ରମୁଖ ଏହି ଟିମରେ ସାମିଲ ଥିଲେ । ଆବଶକୀୟ ଡକ୍ୟୁମେଣ୍ଟ ଯାଞ୍ଚ, କ୍ଷେତ୍ର ପରିଦର୍ଶନ କରି ସେମାନେ ଉପନିର୍ଦ୍ଦେଶକ ଦୀପକ ଧରୁଆଙ୍କୁ ରିପୋର୍ଟ ଦେଇଥିଲେ । ଏହାପରେ ଗୁରୁବାର ପତ୍ରସଂଖ୍ୟା ୭୧୪ରେ ପୂର୍ବର ସସପେନସନ ଆଦେଶକୁ ପ୍ରତ୍ୟାହାର କରାଯାଇଥିବା ଜଣାଯାଇଛି । ତେବେ ଏହି ପଥର କ୍ୱାରୀରେ ବ୍ଲାଷ୍ଟି ହେବ ନାହିଁ ଓ ନିର୍ଦ୍ଧାରିତ ଏରିଆକୁ ବାଉଣ୍ଡରୀ (ସିମେଣ୍ଟ ପିଲାର) ଦେବାପାଇଁ ସର୍ତ୍ତ ରଖାଯାଇଥିବା ଜଣାଯାଇଛି ।