ବୀମା କମ୍ପାନୀଙ୍କ ମନମାନି

ନୂଆଦିଲ୍ଲୀ, ୨୨।୭:  କୋଭିଡ୍‌ ମହାମାରୀ ଦ୍ୱିତୀୟ ଲହର ସମୟରେ ବୀମା କମ୍ପାନୀଗୁଡିକର ମନମାନି ଦେଖିବାକୁ ମିଳିଛି। ବୀମା ନେଇଥିବା ବ୍ୟକ୍ତିଙ୍କୁ ସୁବିଧା ଦେବା ପରିବର୍ତ୍ତେ କମ୍ପାନୀଗୁଡିକ ସମସ୍ୟାରେ ପକାଉଥିବା ଦେଖାଯାଇଛି। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିବିଶେଷ ବୀମା ଦ୍ୱାରା ଏହାର ସୁବିଧା ନେବାକୁ ଆଶା କରିଥିଲେ। ମାତ୍ର ଜରୁରିକାଳୀନ ସମୟରେ ବୀମା କମ୍ପାନୀଗୁଡିକ ହାତ ଟେକି ଦେଉଥିବାରୁ ଲୋକମାନେ ସମସ୍ୟା ସାମ୍ନା କରୁଥିବା ଦେଖାଯାଉଛି। ଓଡ଼ିଶାର କଟକ ନିବାସୀ ବିପ୍ଳବ ସ୍ବାଇଁ ଗତ ୯ ବର୍ଷ ହେବ ବାର୍ଷିକ ୨୭ ହଜାର ଟଙ୍କାର ପ୍ରିମିୟମ ଭରୁଥିଲେ। ଗତ ମେ ମାସରେ କରୋନାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପରିବାର ନିର୍ଦ୍ଦିଷ୍ଟ ବୀମା ରାଶି ଲାଗି କ୍ଲେମ୍‌ କରିଥିଲେ। ମାତ୍ର ଷ୍ଟାର ହେଲ୍‌ଥ ଆଣ୍ଡ ଆଲାଏଡ ଇନ୍‌ସ୍ୟୁରାନ୍ସ ଠିକ୍‌ ବୀମା ଦାବି ପ୍ରଦାନ କରିବାରେ ସହଯୋଗ କରି ନ ଥିବା ଅଭିଯୋଗ ଆସିଛି।
କେବଳ ଗୋଟିଏ ଉଦାହରଣ ନୁହେଁ। କୋଭିଡ୍‌ର ଦ୍ୱିତୀୟ ଲହର ଯେତେବେଳେ ପିକ୍‌ରେ ରହିଥିଲା, ସେହି ସମୟରେ ମଧ୍ୟ ବୀମା କମ୍ପାନୀଗୁଡିକ ନିଜ ଗ୍ରାହକଙ୍କୁ ହାତ ଛାଡିଦେଇଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀରେ କେବଳ ୨୦୦ ମାମଲା ଅଦାଲତରେ ପହଞ୍ଚିଛି। ଉପଭୋକ୍ତା ଅଧିକାରକୁ ନେଇ କାମ କରୁଥିବା ସଂସ୍ଥା କଞ୍ଜ୍ୟୁମର ଭଏସ୍‌ର ବୀମା ବିଶେଷଜ୍ଞ ସୁଭାଷ ତିଓ୍ବାରୀ କହିଛନ୍ତି, ଅଧିକରୁ ଅଧିକ ବୀମା ଦାବି ଖାରଜ ହୋଇଯାଉ ବୋଲି ବୀମା କମ୍ପାନୀଗୁଡିକ ଚାହିଁଥାନ୍ତି। ଯେଉଁମାନେ ଆଗକୁ ଆଇନଗତ ଭାବେ ଲଢେଇ କରିବାକୁ ପ୍ରସ୍ତୁତ ସେହିମାନଙ୍କୁ ହିଁ ବୀମା କ୍ଲେମ ମିଳୁଛି। ମାତ୍ର ୧୦% ଲୋକଙ୍କୁ ହିଁ ଠିକ୍‌ କ୍ଲେମ୍‌ ମିଳିପାରୁଛି ବୋଲି ସେ ମତପ୍ରକାଶ କରିଛନ୍ତି। ବିପ୍ଳବ ସ୍ବାଇଙ୍କ ଭଉଣୀ କହିଛନ୍ତି, ଭାଇ କ୍ୟାଶ୍‌ଲେସ୍‌ ପଲିସି ନେବା ସତ୍ତ୍ୱେ ମଧ୍ୟ ଷ୍ଟାର ହେଲ୍‌ଥର ନେଟ୍‌ଓ୍ବର୍କ ହସ୍ପିଟାଲ କ୍ୟାଶ ନେବା ପରେ ହସ୍ପିଟାଲରେ ଆଡମିଶନ କରାଇଥିଲେ। ଅଭିଯୋଗ କରାଯିବା ପରେ ମଧ୍ୟ କମ୍ପାନୀ ପକ୍ଷରୁ ହସ୍ପିଟାଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ। ବର୍ତ୍ତମାନ କମ୍ପାନୀ ବୀମା ଦାବିର ଅଧାରାଶି କାଟ କରୁଛି।
ହେଲ୍‌ଥର ଏମ୍‌ଡି ଏସ୍‌. ପ୍ରକାଶ ଏହି ଘଟଣା ଉପରେ ସ୍ପଷ୍ଟୀକରଣ ରଖି କହିଛନ୍ତି, ନେଟ୍‌ଓ୍ବର୍କ ହସ୍ପିଟାଲ ଗ୍ରାହକଙ୍କଠାରୁ ଯେଭଳି ଅର୍ଥ ଦାବି ନ କରନ୍ତି ତାକୁ ଧ୍ୟାନରେ ରଖାଯାଇଛି। ମାତ୍ର କୌଣସି ବ୍ୟକ୍ତି ମଞ୍ଜୁର ହୋଇଥିବା ଶ୍ରେଣୀ ବାଦ୍‌ ମହଙ୍ଗା କ୍ୟାବିନ ନିଅନ୍ତି ହସ୍ପିଟାଲ ଅତିରିକ୍ତ ରାଶି କ୍ୟାଶ୍‌ ଭାବେ ନେଇଥାଏ। ଗ୍ରାହକ ଆମ ପାଖରେ ଅଭିଯୋଗ କଲେ ତା’ର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥାଏ। ମାତ୍ର ବିପ୍ଳବଙ୍କ ଭଉଣୀ କୁହନ୍ତି, ରୁମ୍‌ ଭଡ଼ା ସୀମାକୁ ନେଇ ପଲିସିରେ କିଛି ଉଲ୍ଲେଖ କରାଯାଇ ନ ଥିଲା। ପଲିସିର ସେଟେଲମେଣ୍ଟ ନ କରି ରୀତିମତ ଭାବେ ଲୋକଙ୍କୁ କମ୍ପାନୀଗୁଡିକ ହଇରାଣ କରୁଛନ୍ତି। କ୍ଳେମ୍‌ ରାଶି କାଟକୁ ନେଇ ଷ୍ଟାର ହେଲ୍‌ଥର ଏହି ଅଧିକାରୀ ଜଣକ କହିଛନ୍ତି, ସବୁ ଭୁଲ୍‌ ହସ୍ପିଟାଲ ପକ୍ଷରୁ ହୋଇଛି। ବୀମା ନେଇଥିବା ରୋଗୀଙ୍କୁ ହସ୍ପିଟାଲ ଓଭର ଚାର୍ଜ କରୁଛନ୍ତି। ଏଭଳି ମାମଲାରେ କମ୍ପାନୀଗୁଡିକ ସତର୍କତା ଅବଲମ୍ବନ କରିବାକୁ ପଡୁଛି।
କମ୍ପାନୀଗୁଡ଼ିକର ଏଭଳି ମନମୁଖି କାମକୁ ନେଇ ବୀମା ନିୟାମକ ଏବଂ ଉନ୍ନତୀକରଣ କର୍ତ୍ତୃପକ୍ଷ (ଆଇଆର୍‌ଡିଏ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ମାତ୍ର ଏହା ବର୍ତ୍ତମାନ ଚୁପ୍‌ ରହିଥିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଆଇଆର୍‌ଡିଏ ପକ୍ଷରୁ ମତାମତ ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ଆଇଆର୍‌ଡିଏ ଅଧ୍ୟକ୍ଷ ପଦ ମେ ମାସରୁ ଖାଲି ପଡିଛି।
୫ ଲକ୍ଷର ପଲିସି, କମ୍ପାନୀ ଦେଇଛି ୧.୬୦ ଲକ୍ଷ
ଦିଲ୍ଲୀରେ ଅବାସ ଖାନ(ପରିବର୍ତ୍ତିତ ନାମ) ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀର ୫ ଲକ୍ଷ ଟଙ୍କାର କରୋନା କବଚ ପଲିସି ନେଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ବିଲ୍‌ ୯ ଲକ୍ଷ ଟଙ୍କା ହୋଇଥିଲା। ଯେତେବେଳେ ସେ କମ୍ପାନୀକୁ କ୍ଲେମ୍‌ କରିଲେ କମ୍ପାନୀ ତାଙ୍କୁ ମାତ୍ର ୧.୬୦ ଲକ୍ଷ ଟଙ୍କା ରାଶି ଜାରି କଲା। ଅବାସ ବର୍ତ୍ତମାନ କୋର୍ଟ ଯିବାକୁ ପ୍ରସ୍ତୁତି କରୁଛନ୍ତି।
୫ ଲକ୍ଷର ବୀମା, ରୋଗୀ ପିଛା କମ୍ପାନୀ ଦେଇଛି ୧୦ ହଜାର
ଇନ୍ଦୋର ନିବାସୀ ଅଭୟ ଶର୍ମା ନିଜ ଲାଗି ୫ ଲକ୍ଷ ଟଙ୍କାର ପଲିସି ଏବଂ ତାଙ୍କ ସ୍ତ୍ରୀ ଏବଂ ପିଲା ଲାଗି ୩ ଲକ୍ଷ ଲେଖାଏଁ କୋଭିଡ୍‌ କବଚ ପଲିସି ନେଇଥିଲେ। ୩ ଜଣ କରୋନାରେ ସଂକ୍ରମିତ ହେବା ପରେ ୭୨ ହଜାର ଟଙ୍କାର ବିଲ୍‌ ହସ୍ପିଟାଲ ଦେଇଥିଲା। ମାତ୍ର ବୀମା କମ୍ପାନୀ ତାଙ୍କ ପୁଅକୁ ଅଧିକ ତମ ୧୦ ହଜାର ଟଙ୍କା ସ୍ତ୍ରୀକୁ ୫ ହଜାର ଏବଂ ତାଙ୍କୁ ୭,୫୦୦ ଟଙ୍କା କ୍ଲେମ୍‌ ଦେଉଛି।
କମ୍ପାନୀଙ୍କ ବିରୋଧରେ କରିପାରିବେ ଅଭିଯୋଗ
କଞ୍ଜ୍ୟୁମର ଭଏସ୍‌ର ସିଓଓ ଅସୀମ ସନ୍ନ୍ୟାଲ କହିଛନ୍ତି, ପ୍ରଥମେ ବୀମା କମ୍ପାନୀଙ୍କ ସହ ଆଲୋଚନା କରିବା ଆବଶ୍ୟକତା ରହିଛି। ଯଦି କମ୍ପାନୀଠାରୁ ସନ୍ତୋଷଜନକ ଉତ୍ତର ନ ମିଳେ ତେବେ ଆଇଆର୍‌ଡିଏ ପୋର୍ଟାଲରେ ଅଭିଯୋଗ କରିହେବ। ଅଭିଯୋଗ ପରେ ସମାଧାନ ଲାଗି କମ୍ପାନୀ ସ୍ବତଃପ୍ରବୃତ ଭାବେ ଆସିବେ। ଏହା ନ ହେଲେ ମାମଲା ବୀମା ଲୋକପାଳଙ୍କ ନିକଟରେ ପହଞ୍ଚିଯିବ। ବୀମା ଲୋକପାଳଙ୍କ ଶୁଣାଣିରେ ସନ୍ତୁଷ୍ଟ ନ ହେଲେ କଞ୍ଜ୍ୟୁମର ଫୋରମକୁ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri