ମିଲର ଆସୁନାହାନ୍ତି, ମଣ୍ଡିରେ ଧାନ ଗଦା ହୋଇଛି

ବିଞ୍ଝାରପୁର,୩୦।୧(ଡି.ଏନ.ଏ.):ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି। ଟୋକନର ଅବଧି ସରିବାକୁ ବସିଥିବା ବେଳେ ମିଲର ଚାଷୀଙ୍କଠାରୁ ଧାନ କିଣୁନାହାନ୍ତି। ୨୫ ଦିନ ହେଲା ମଣ୍ଡିରେ ଧାନ ଜମାକାରୀ ଶୀତ କାକରରେ ଗାଡି ଅପେକ୍ଷାରେ ଚାଷୀ ପଡି ରହଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ବିଞ୍ଝାରପୁର ଶାଖା ଅଧୀନ ଗୁହଳି ପଞ୍ଚାୟତରେ ଗୋବିନ୍ଦପୁର ଗଁାରେ। ଜୟ ଜଗନ୍ନାଥ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଗୁହଳି, କରୁଣା ଓ ଗୋବିନ୍ଦପୁର ରାଜସ୍ବ ଗ୍ରାମର ଚାଷୀ ମଧୁ ପରିଡା, କରୁଣାକର ଦାଶ, ଶ୍ୟାମସୁନ୍ଦର ମିଶ୍ର, ମୋହନ ଚରଣ ଭୂୟଁା, ଜନ୍ମଜୟ ମହଲ, ମୁରଲୀଧର ଧଳ, ସୁଧାଂଶୁ ଶେଖର ପଣ୍ଡା, ପୂର୍ଣଚନ୍ଦ୍ର ଶତପଥୀଙ୍କ ସମେତ ଶତାଧିକ ଚାଷୀ ମଣ୍ଡିରେ ଧାନ ଦେବାକୁ ନାମ ପଞ୍ଜୀକରଣ କରିଥିଲେ। ଚଳିତ ମାସ ୪ ତାରିଖରେ ମଣ୍ଡିରେ ଧାନ ଦେବାକୁ ଚାଷୀମାନଙ୍କୁ ଟୋକନ ମିଳିଥିଲା। ଟୋକନ ଅନୁଯାୟୀ, ଚାଷୀ ଧାନ ଦେବାକୁ ଗତ ୪ ତାରିଖରୁ ଅପେକ୍ଷା କରିଛନ୍ତି। ୨୫ ଦିନ ହେଲା ଚାଷୀ ଧନକୁ ନେଇ ଗୋବିନ୍ଦପୁରସ୍ଥିତ ଏ.ଜି. ଆଇ. ହାଇସ୍କୁଲ ପଡ଼ିଆରେ ଜମା କାରଛନ୍ତି। ଗାଡି ଆଜି ଆସିବ କାଲି ଆସିବ କହି ଚାଷୀଙ୍କୁ ଭଣ୍ଡା ଯାଉଛି। ଚାଷୀ ୨୫ ଦିନ ହେଲା ଶୀତ କାକରରେ ଧାନକୁ ଜଗି ପଡିରହିଛନ୍ତି। ଅନ୍ୟପକ୍ଷେ ଟୋକନର ଅବଧି ଆଉ ମାତ୍ର ୪ ଦିନ ଥିବାବେଳେ ଚାଷୀ କିଭଳି ଧାନ ବିକ୍ରି କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି। ଶୀତ କାକରରେ ଖୋଲା ଆକାଶରେ ଚାଷୀ ଧାନକୁ ଜଗି ରୋଗର ଶିକାର ହୋଇଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସିଏସ୍‌ଓ ସଲାଉଦ୍ଦିନ ଖାନଙ୍କୁ ପଚାରିବାରୁ ଚାଷୀଙ୍କ ସମସ୍ୟା ନେଇ ଜିଲାପାଳଙ୍କ ସହ ବୈଠକ ହୋଇଛି। ତୁରନ୍ତ ଚାଷୀଙ୍କଠାରୁ ଧାନ ନେବା ପାଇଁ ଗାଡି ପଠାଇବାକୁ ମିଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ…

ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଲେ ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଭବାନୀପାଟଣା,୩୧ା୩(ଉତ୍ତମ କୁମାର ଦାଶ):ମାଇଁ ଭାରତ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ପାଇଁ କଳାହାଣ୍ଡି ଜିଲାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…

୪ ବର୍ଷ ହେଲା ସରୁନାହିଁ ପାନୀୟଜଳ ପ୍ରକଳ୍ପ କାମ: ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ପିପିଲିପାଲିରେ ପୋଖରୀ, ନାଲା ଶୁଖିଲା ପଡିଛି। ଏପରି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ। ଏଭଳି ପରିସ୍ଥିତିରେ…

ସରକାରୀ ବସ୍‌ଷ୍ଟାଣ୍ଡ୍‌, ମିଳୁନି ମୌଳିକ ସେବା: ଯାତ୍ରୀ ହଟହଟା

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକଶିତ ହେଉଛି। ରାସ୍ତାଘାଟ ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଡ୍ରେନ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ଅନେକ ଗରିବ ଖଟିଖିଆ ଲୋକଙ୍କୁ ସେମାନଙ୍କ ଉଠା…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri