Posted inଫୁରସତ

ଆମରି ନାଆରେ ଆମେ ନାଉରି ତ…

ପିଲା ଦିନେ ଗର୍ବର ସହିତ ଗୀତ ବୋଲୁଥିଲୁ- ଦେଶ ଚଳାଉଛୁ ଆମେ ଆମରି- ଆମରି ନାଆରେ ଆମେ ନାଉରି। ଆଜି ମନରେ ପ୍ରଶ୍ନ ଆସୁଛି- ଆମରି ନାଆରେ ଆମେ ନାଉରି ତ? ଆମ ଦେଶ ଆମେ ଚଳାଉଅଛୁ ତ? ପିଲା ଦିନର ଗର୍ବ ଓ ଆନନ୍ଦ ଆଜି ସନ୍ଦେହ ପାଲଟି ଯାଇଛି। ଆମରି ଲୋକ ପ୍ରତିନିଧିମାନେ ଆମ୍ଭମାନଙ୍କ ସହିତ ଖେଳ ଖେଳୁ ନାହାନ୍ତି ତ? ଗତ ପାଞ୍ଚ ସାତ ବର୍ଷ ହେବ ମନୁଷ୍ୟ ଯେପରି ଭୟରେ ଥିବା ଭଳି ଅନୁଭବ ହେଉଛି। କେତେବେଳେ ବଞ୍ଚିବା ପାଇଁ ମନୁଷ୍ୟ ସଙ୍ଘର୍ଷ କରୁଛି ତ ପୁଣି କେତେବେଳେ ରୋଜଗାର ପାଇଁ, ଏମିତି ବି ସମୟ ଆସିଛି ମନୁଷ୍ୟ ବିନା କାରଣରେ ଓ ବିନା ରୋଜଗାରରେ ସଙ୍ଘର୍ଷ କରିଛି। ଆମ ନିଜ ଦେଶରେ ଆମେ ନିଜେ କିପରି ଅବସ୍ଥାରେ ଅଛନ୍ତି, ସେ ବିଷୟରେ ନିମ୍ନରେ ଆଲୋଚନା କରିବା। ଓଡ଼ିଆରେ ଗୋଟିଏ କଥା ଅଛି, ତାହା ହେଲା – ବଡ଼ ହେଉଛି ବାପର, ସାନ ହେଉଛି ମାଆର, ମଝି ମଝିଆଟି କାହାର? ଏହି ନ୍ୟାୟରେ ସମାଜରେ ଥିବା ମଧ୍ୟମ ଶ୍ରେଣୀର ଲୋକମାନେ ପେଷି ହୋଇ ଯାଉଛନ୍ତି।

ଜିଏସ୍‌ଟି ଲାଗୁ ହେବାର ଚାରି ବର୍ଷ ହୋଇଗଲାଣି, ମାତ୍ର ଆଜି ପର୍ଯ୍ୟନ୍ତ ଗୋଟିଏ କ୍ଲିକ୍‌ରେ ରିଟର୍ନ ଫାଇଲ ହୋଇପାରୁ ନାହିଁ। ଏଥିପାଇଁ ଅପେକ୍ଷା କରିବାକୁ ପଡୁଛି। ତା’ ପରେ କୋଭିଡ୍‌ ମହାମାରୀ ଆସିଲା। ରୋଗୀଙ୍କୁ ଡାକ୍ତରଖାନାରେ ଆଡ୍‌ମିଶନ କରିବା ପାଇଁ ଲାଇନ ଲଗାଇବାକୁ ପଡ଼ିଲା। ଏହା ପରେ କୋଭିଡ୍‌ ଟିକା ଆସିଲା, ଟିକା ନେବା ପାଇଁ ଦୁଇ ଦୁଇ ଥର ଲାଇନ ଦେବାକୁ ପଡ଼ିଲା। କେବଳ ସେତିକି ନୁହେଁ, କୋଭିଡ୍‌ ମହାମାରୀକୁ ଠିକ୍‌ ଭାବରେ ପରିଚାଳନା ନ କରିବା ଯୋଗୁ ମୃତ୍ୟୁସଂଖ୍ୟା ବଢ଼ିଲା। ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପାଇଁ ମଧ୍ୟ ଲାଇନ ଲଗାଇବାକୁ ପଡ଼ିଲା। ସବସତ୍କାର ପାଇଁ ଏତେ ଅସୁବିଧା ହେଲା ଯେ, ପବିତ୍ର ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରିବା ସ୍ଥାନରେ ଶବ ବିସର୍ଜନ ହେଲା।

ରୋଜଗାର କମିବା ସମୟରେ ଖର୍ଚ୍ଚ ବଢ଼ିବା ସବୁଠାରୁ ଉଦ୍‌ବେଗର ବିଷୟ। କରୋନାର ପ୍ରକୋପ ଯୋଗୁ ଦୋକାନ-ବଜାର, କଳ-କାରଖାନା, ବସ୍‌, ଅଟୋ ଓ ରେଳ ଆଦି ବନ୍ଦ ହୋଇଯିବା ଯୋଗୁ ବହୁ ବ୍ୟକ୍ତି ନିଜର ରୋଜଗାର ହରାଇଲେ। ଏହା ପୂର୍ବରୁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଲାଗିଥିବା ଯୋଗୁ ବହୁ ବ୍ୟକ୍ତି ରୋଜଗାର ହରାଇ ଥିଲେ। କରୋନା ଆସି ବେଡ଼ି ଉପରେ କରୋଡ଼ା ମାଡ଼ ଭଳି ଲୋକଙ୍କ ଉପରେ ମାଡ଼ି ବସିଲା। ବସି ଖାଇଲେ – ନଈ ବାଲି ସରେ। ବିନା ରୋଜଗାରରେ କେତେ ଦିନ ଚଳିବେ। ଏହି ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହେବା କେତେ ଦୁଃଖଦାୟକ କେବଳ ଯେଉଁମାନେ ଭୁକ୍ତଭୋଗୀମାନେ ହିଁ କେବଳ ଅନୁଭବ କରିପାରିବେ। ଖାଇବା ତେଲର ଦର ଆକାଶ ଛୁଆଁ ହେବା ସହିତ ପେଟ୍ରୋଲ ଦର ୧୦୦ ଟପିବା ଓ ଡିଜେଲ ଦର ୧୦୦ ପାଖାପାଖି ହେବା ଚିନ୍ତାର ବିଷୟ। କରୋନାର ଉଭୟ ଲହର ସମୟରେ କିଛି ରାଜନୈତିକ ଫାଇଦା ପାଇଁ ଆମ ଦେଶରେ କରୋନାକୁ ଯେପରି ବଢ଼ିବାକୁ ଦିଆଗଲା ଓ ଲୋକଙ୍କ ଜୀବନକୁ ଗୁରୁତ୍ୱ ନ ଦେଇ ଯେପରି ଅକ୍ସିଜେନ କିଏ କାହାକୁ ଦେବ ଓ କରୋନା ଟିକା ରାଜ୍ୟ କିଣିବ ନା କେନ୍ଦ୍ର କିଣିବ ଏଥିପାଇଁ ଯେପରି ଟଣାଓଟରା ହେଲା ତାହା ଗଣତନ୍ତ୍ରର ପରିପନ୍ଥୀ। କେବଳ ସେତିକି ନୁହେଁ, ସର୍ବୋଚ୍ଚ ନ୍ୟାୟାଳୟର କେତେ ଜଣ ମାନ୍ୟବର ବିଚାରପତି ଯେପରି ଖୋଲା ଖୋଲି ଭାବେ କିଛି ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ କରିପାରିଲେ ଏ ସମସ୍ତ ଦେଖିବା ପରେ ଆମରି ଶାସନ ଆମ ହାତରେ ଅଛି ବୋଲି ବିଶ୍ୱାସ କରି ହେଉନାହିଁ। ଆଜି ଭଳି ପବିତ୍ର ସ୍ବାଧୀନତା ଦିବସରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଆଉ ଏକ ଆହ୍ବାନ।
– ଦିଲ୍ଲୀପ ଦାଶଶର୍ମା, ମୋ: ୮୯୮୪୦୦୭୬୦୦


Enter your email to get our daily news in your inbox.

All Right Reserved By Dharitri.Com

କୁକୁରକୁ ବାଡ଼େଇବାରୁ ଭାଙ୍ଗିଗଲା ବାହାଘର: ଜାଣନ୍ତୁ ରୋଚକ ଘଟଣା

ଲକ୍ଷ୍ନୌ,୨୧ା୨:କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି। କିନ୍ତୁ ଉତ୍ତରପ୍ରଦେଶରେ ଏକ ସଦ୍ୟତମ ଘଟଣାରେ ଯେଉଁ…

ଏହି ଦେଶଗୁଡିକରେ ସାମାନ୍ୟ ଟଙ୍କା ଭଳି କାରାବାର ହେଉଛି ସୁନାରୂପା ମୁଦ୍ରା! ଜାଣନ୍ତୁ କେଉଁଠି…

ଆଜିର ଡିଜିଟାଲ ଯୁଗରେ, ଯେତେବେଳେ ଆମେ ଆମ ପକେଟରେ ଏକ ୱାଲେଟ ବିନା ମୋବାଇଲ ଫୋନରେ QR କୋଡ ସ୍କାନ କରି ସବୁକିଛି କରିଥାଉ। ଆପଣ କ’ଣ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri