ଏମ୍ସରେ ଅନ୍ୟ ୨ ବିଭାଗରେ ଆରମ୍ଭ ହେବ ଏମ୍‌ସିଏଚ୍‌, ଡିଏମ୍‌ କୋର୍ସ

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): ଭୁବନେଶ୍ବର ଏମ୍ସରେ ସୁପରସ୍ପେଶାଲିଟି ସେବା ବୃଦ୍ଧି ପାଇବ। ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ଏମ୍‌ସିଏଚ୍‌ ଓ ନେଫ୍ରୋଲୋଜି ବିଭାଗରେ ଡିଏମ୍‌ କୋର୍ସ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏନେଇ ଚୂଡ଼ାନ୍ତ ପ୍ରକ୍ରିୟା ଶେଷ ହୋଇଛି। ଗତ ୨୧ ତାରିଖ ଓ ଗୁରୁବାର ନୂଆଦିଲ୍ଲୀ ଏମ୍‌ସ. ପୁଡୁଚେରୀ ଜେଆଇପିଏମ୍‌ଇଆର୍‌ ଏବଂ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରୁ ଆସିଥିବା ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ କରିଛନ୍ତି। ବିଶେଷଜ୍ଞ ଦଳ ଦୁଇ ବିଭାଗର ଭିତ୍ତିଭୂମି ସହିତ ଗବେଷଣାକୁ ନେଇ ରହିଥିବା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଦୁଇ ବିଭାଗରେ ସୁପରସ୍ପେଶାଲିଟି କୋର୍ସ ଆରମ୍ଭ ହେବା ନେଇ ସବୁଜ ସଙ୍କେତ ଦେଇଛନ୍ତି। ଏପରି ହେଲେ ଉପରୋକ୍ତ ଦୁଇ ପ୍ରମୁଖ ବିଭାଗରେ ପ୍ରତିବର୍ଷ ଦୁଇଟି କରି ଡିଏମ୍‌/ଏମ୍‌ସିଏଚ୍‌ ସିଟ୍‌ ବୃଦ୍ଧି ପାଇବ। ଏହା ଗବେଷଣାକୁ ଅଧିକ ତ୍ୱରାନ୍ବିତ କରିବା ସହ ଗୁଣବତ୍ତାସମ୍ପନ୍ନ ରୋଗୀ ସେବାରେ ସହାୟକ ହେବ। ଏହାକୁ ମିଶାଇଲେ ବର୍ତ୍ତମାନ ଭୁବନେଶ୍ବର ଏମ୍‌ସର ୧୬ ବିଭାଗରେ ଡିଏମ୍‌/ଏମ୍‌ସିଏଚ୍‌ କୋର୍ସ ପ୍ରଚଳନ ହେବ। ଏନେଇ ଭୁବନେଶ୍ବରର ଏମ୍‌ସ ନିର୍ଦ୍ଦେଶିକା ଡା. ବି ଗୀତାଞ୍ଜଳୀ ଉଚ୍ଚମାନର ରୋଗୀ ସେବା ନିମନ୍ତେ ଅନୁଷ୍ଠାନ ବଦ୍ଧପରିକର ଥିବା ପ୍ରକାଶ କରିଛନ୍ତି। ଏମ୍‌ସିଏଚ୍‌ ଓ ଡିଏମ୍‌ କୋର୍ସର ପ୍ରଚଳନ ଏମ୍‌ସ ସର୍ଜିକାଲ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ନେଫ୍ରୋଲୋଜି ବିଭାଗରେ ଅଧିକ ଗବେଷଣାର ସୁଯୋଗ ଆଣିଦେବ। ଏହା ପରୋକ୍ଷରେ ସାଧାରଣ ଲୋକଙ୍କ ଉପକାରରେ ଲାଗିବ ବୋଲି ଡା. ଗୀତାଞ୍ଜଳି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri