ପୁଣି ତାତି, ୪୦ ଡିଗ୍ରୀ ଉପରେ ରହୁଛି ପାରଦ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ପୁଣି ତାତି ଅନୁଭୂତ ହେଉଛି। କିଛିଦିନ ହେଲା ବିଭିନ୍ନ ଜିଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ଉପରମୁହାଁ ହେବାରେ ଲାଗିଛି ପାରଦ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼, ସୋନପୁରରେ ଅଧିକ ତାପମାତ୍ରା ଅନୂଭୁତ ହେଉଛି ।
ଅନ୍ୟପଟେ ଧୀରେ ଧୀରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମେସୁମୀ ବାୟୁ । ଆସନ୍ତା ଦିନେ କି ୨ଦିନ ମଧ୍ୟରେ କେରଳ ଛୁଇଁବା ସମ୍ଭାବନା ରହିଛି । ମୌସୁମୀ କେରଳ ଛୁଇଁବା ନେଇ ଏବେ ପାଗ ଅନୁକୂଳ ରହିଛି।