ସ୍ତନ୍ୟପାନରୁ ବଞ୍ଚିତ ଶିଶୁର ମାନସିକତା

ଶରୀର ଗଠନ ସହିତ କ୍ରମାନୁସାରେ ମାନସିକ ଅବସ୍ଥାରେ ପରିପକ୍ୱତା ଆସିଥାଏ। ଚାଣକ୍ୟଙ୍କ ମତରେ- ”ଲାଳୟେତ୍‌ ପଞ୍ଚବର୍ଷାଣି ଦଶ ବର୍ଷାଣି ଚ ତାଡ଼ୟେତ୍‌“। ଅର୍ଥାତ୍‌ ଜନ୍ମର ପ୍ରଥମ ପାଞ୍ଚବର୍ଷ ମଧ୍ୟରେ ଶିଶୁର ସର୍ବାଧିକ ମାନସିକ ବିକାଶ ହେଉଥିବାରୁ ଏହି ସମୟ ଅତ୍ୟନ୍ତ ସମ୍ବେଦନଶୀଳ। ସେଥିପାଇଁ ପ୍ରତ୍ୟେକ ମାତାପିତା ଶିଶୁର ଲାଳନ-ପାଳନ ପାଇଁ ଏହି ସମୟରେ ଅତ୍ୟନ୍ତ ସଚେତନ ହେବା ଆବଶ୍ୟକ। ଏହି ସମୟରେ ଶିଶୁଠାରେ ବିକଶିତ ହେଉଥିବା ମାନସିକତା ଭବିଷ୍ୟତ କାଳରେ ତାହାର ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଥାଏ। କୁହାଯାଇଛି ଯେ ମା’ କ୍ଷୀର ବିଶ୍ୱରେ ଅମୃତ। ଅର୍ଥାତ୍‌ ଶିଶୁର ଗଠନ ପାଇଁ ମା’ କ୍ଷୀରରେ ପର୍ଯ୍ୟାପ୍ତ ପରିମାଣର ପୋଷଣ ତତ୍ତ୍ୱ ରହିଥାଏ। ମା’ କ୍ଷୀର ଶିଶୁର ଶାରୀରିକ ଓ ମାନସିକ ଗଠନ ସହିତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ। ସେଥିପାଇଁ ପ୍ରସବ ପରବର୍ତ୍ତୀ ଅବସ୍ଥାରେ ସ୍ତନ୍ୟପାନ ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଛି। ସ୍ତନ୍ୟପାନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହକୁ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ଭାବେ ପାଳନ କରାଯାଉଛି। ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ସଭା ସମିତି ଓ କର୍ମଶାଳା ମାଧ୍ୟମରେ ସ୍ତନ୍ୟପାନର ଉପକାରିତା ଓ କୃତ୍ରିମ କ୍ଷୀରର ଅପକାରିତା ସମ୍ବନ୍ଧରେ ମା’ମାନଙ୍କୁ ବୁଝାଇ ଥାଆନ୍ତି। ପ୍ରସବ ପରବର୍ତ୍ତୀ ପ୍ରଥମ ଛଅମାସ ଶିଶୁକୁ ମା’ କ୍ଷୀର ବ୍ୟତୀତ ଅନ୍ୟ କିଛି ନ ଦେବା ପାଇଁ ଉପଦେଶ ଦିଆଯାଏ। ସ୍ତନ୍ୟପାନର ଅନ୍ୟ ଏକ ବିଶେଷତ୍ୱ ହେଉଛି ଶିଶୁର ମାନସିକ ବିକାଶ। ଗବେଷଣାରୁ ଜଣାପଡ଼େ ଯେ ସ୍ତନ୍ୟପାନ କରିଥିବା ଶିଶୁର ମାନସିକ ବିକାଶ ସ୍ତନ୍ୟପାନରୁ ବଞ୍ଚତ୍ତ ଶିଶୁ ଅପେକ୍ଷା ଯଥେଷ୍ଟ ଊର୍ଦ୍ଧ୍ୱରେ। ସ୍ତନ୍ୟପାନ କିପରି ଶିଶୁର ମାନସିକ ବିକାଶ କରିଥାଏ, ତାହା ଆଲୋଚନା କରିବା ପୂର୍ବରୁ ପ୍ରାରମ୍ଭିକ ଅବସ୍ଥାରେ ଶିଶୁର ମାନସିକ ବିକାଶ ସମ୍ବନ୍ଧରେ କିଛି ଆଲୋକପାତ କରିବା ଆବଶ୍ୟକ।
ବିଶିଷ୍ଟ ମନସ୍ତତ୍ତ୍ୱବିତ୍‌ ଫ୍ରଏଡ୍‌ଙ୍କ ମତରେ ବୟସ ବୃଦ୍ଧି ସହିତ ବ୍ୟକ୍ତିତ୍ୱ ପାଞ୍ଚ ପର୍ଯ୍ୟାୟରେ ବିକଶିତ ହୋଇଥାଏ। ପ୍ରଥମ ପର୍ଯ୍ୟାୟଟି ହେଉଛି- ମୌଖିକ ପର୍ଯ୍ୟାୟ ଯାହା ଶିଶୁ ଅବସ୍ଥାରେ ଦେଖାଦେଇଥାଏ। ଜନ୍ମଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମୌଖିକ ପର୍ଯ୍ୟାୟର ପରିସୀମା। ଏହି ସମୟ ଅବଧିରେ ଶିଶୁର ବିବେକ ଉଦ୍ରେକ ହୋଇ ନ ଥିବାରୁ ସେ ପୂର୍ବଜନ୍ମର ପ୍ରବୃତ୍ତି ଦ୍ୱାରା ପରିଚାଳିତ ହୋଇଥାଏ। ଶରୀର ପାଇଁ ଦରକାର ହେଉଥିବା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଶିଶୁଟି ମୁଖମଣ୍ଡଳକୁ ବ୍ୟବହାର କରିଥାଏ। ସେଥିପାଇଁ ଏହାକୁ ମୌଖିକ ପର୍ଯ୍ୟାୟ କୁହାଯାଏ। କ୍ଷୁଧାର ନିବାରଣ ପାଇଁ ସ୍ତନ୍ୟପାନ କରିଥାଏ। ସେଥିରୁ ନିବୃତ୍ତ ହୋଇ ଆଙ୍ଗୁଠି ଚୁଚୁମିଥାଏ। ଏହି ଅବସ୍ଥା ଜନ୍ମଠାରୁ ଆଠମାସ ପର୍ଯ୍ୟନ୍ତ ବିଶେଷ ଭାବରେ ପରିଲକ୍ଷିତ ହୁଏ। ଏହାକୁ ଓରାଲ ସକିଂ ପର୍ଯ୍ୟାୟ କୁହାଯାଏ। ଦାନ୍ତ ଉଠିବା ପରେ ଛଅମାସଠାରୁ ଦୁଇବର୍ଷ ପର୍ଯ୍ୟନ୍ତ ଶିଶୁଟି କାମୁଡ଼ିବା ଅଭ୍ୟାସ ଆରମ୍ଭ କରେ। ଏହାକୁ ଓରାଲ ବାଇଟିଂ ଅବସ୍ଥା କୁହାଯାଏ। ପ୍ରଥମ ଅବସ୍ଥାରେ ଶିଶୁଟି ମା’ର ଏକ ଅଭିନ୍ନ ଅଙ୍ଗ ବୋଲି ଭାବେ। ସ୍ତନ୍ୟପାନ ମାଧ୍ୟମରେ ଚୁଚୁମିବା କ୍ରିୟାରେ ଅପାର ଆନନ୍ଦ ଲାଭ କରେ। ଶିଶୁଟି ଏଥିରୁ ବଞ୍ଚତ୍ତ ହେଲେ ତାହାର ମାନସିକ ଅସନ୍ତୋଷ ରହେ। କର୍ମଜୀବୀ ମହିଳାମାନେ ଠିକ୍‌ ସମୟରେ ସନ୍ତାନକୁ ସ୍ତନ୍ୟପାନ କରାଇ ପାରି ନ ଥାନ୍ତି। ଫଳରେ ଶିଶୁଟି ମା’ କ୍ଷୀର ନ ପାଇ କୃତ୍ରିମ କ୍ଷୀର ଉପରେ ନିର୍ଭର କରେ। କେତେଜଣ ଆଧୁନିକ ମହିଳା ନିଜର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ ବୋଲି ଭାବି ସ୍ତନ୍ୟପାନ କରାଇ ନ ଥାନ୍ତି। ଶିଶୁଟି ସ୍ତନ୍ୟପାନରୁ ବଞ୍ଚତ୍ତ ହେବା ଦ୍ୱାରା ମାନସିକ ଅସନ୍ତୋଷ ପାଏ। ଫଳସ୍ବରୂପ ଶିଶୁ ଆଙ୍ଗୁଠି ଚୁଚୁମେ, ଖେଳଣାଗୁଡ଼ିକ ପାଟିରେ ପୂରାଏ ଓ କାମୁଡ଼ିଥାଏ। ଭବିଷ୍ୟତରେ ଏହି ବଦଭ୍ୟାସଗୁଡ଼ିକ ଯୌବନ ଅବସ୍ଥାକୁ ସଂକ୍ରମିତ ହୁଏ। ପ୍ରାପ୍ତ ବୟସରେ ସେ ଆଙ୍ଗୁଠି ଚୁଚୁମେ, ନଖ କାମୁଡ଼େ, ପାନ, ସିଗାରେଟ୍‌, ଚୁଇଙ୍ଗମ ଚୋବାଇବା ଅଭ୍ୟାସ କରେ। ଏପରିକି କୈଶୋର ଅବସ୍ଥାରେ ବାରମ୍ବାର ଚୁମ୍ବନ ଦେବାର ଇଚ୍ଛା ଆଦି ଚାରିତ୍ରିକ ଦୋଷ ଶୈଶବ ଅବସ୍ଥାରେ ମୌଖିକ ପର୍ଯ୍ୟାୟର ଅସନ୍ତୋଷର ପରିପ୍ରକାଶ ଅଟେ। ସ୍ତନ୍ୟପାନରୁ ବଞ୍ଚତ୍ତ ହୋଇଥିବା ଶିଶୁ ଭବିଷ୍ୟତରେ ବଦ୍‌ରାଗୀ, କର୍କଶ, ତର୍କପ୍ରିୟ ହୋଇଥାଆନ୍ତି। ତେଣୁ ମା’ ଶିଶୁକୁ ସ୍ତନ୍ୟପାନ କରାଇବା ଏକାନ୍ତ ଆବଶ୍ୟକ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri