ସ୍ମରଣୀୟ କାରଲ ଲ୍ୟାଣ୍ଡଷ୍ଟେନର

୧୯୦୧ ମସିହାରେ ରକ୍ତ ବିଜ୍ଞାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ନିଜ ଶରୀରରୁ ଓ ନିଜ ଅଧୀନରେ ଗବେଷଣା କରୁଥିବା ଗବେଷକଙ୍କ ଶରୀରରୁ ରକ୍ତ ନମୁନା ସଂଗ୍ରହ କରି ବହୁ ପ୍ରକାର ଗବେଷଣା ପରେ ୧୯୦୧ ମସିହାରେ ମନୁଷ୍ୟ ଶରୀରରେ ‘ଏ’, ‘ବି’ ଏବଂ ‘ଓ’ ରକ୍ତ ଗ୍ରୁପ୍‌ ଉଦ୍ଭାବନ କରିଥିଲେ। ୧୯୦୨ ମସିହାରେ ଡା. ଲ୍ୟାଣ୍ଡଷ୍ଟେନରଙ୍କର ଦୁଇ ଜଣ ଛାତ୍ର ଓ ବୈଜ୍ଞାନିକ ଡା. ଷ୍ଟରଲି ଏବଂ ଡା. ଡିକାଷ୍ଟେଲୋ ‘ଏବି’ ନାମକ ଚତୁର୍ଥ ରକ୍ତ ଗ୍ରୁପ୍‌ ଉଦ୍ଭାବନ କରିଥିଲେ। ‘ଏ’, ‘ବି’ ଏବଂ ‘ଓ’ ରକ୍ତ ଗ୍ରୁପର ଆବିଷ୍କାର ପାଇଁ ଡା. କାରଲ ଲ୍ୟାଣ୍ଡଷ୍ଟେନରଙ୍କୁ ଭେଷଜ ବିଜ୍ଞାନ ପାଇଁ ୧୯୩୦ ମସିହାରେ ସମ୍ମାଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ୧୮୬୫ ମସିହା ଜୁନ ୧୪ ତାରିଖରେ ଅଷ୍ଟ୍ରିଆର ରାଜଧାନୀ ଭିଏନା ଠାରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ନୋବେଲ ପୁରସ୍କାର ଗ୍ରହଣ ବେଳକୁ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିସାରିଥିଲେ। ୧୯୪୩ ମସିହାରେ ସେ ଇହଜଗତରୁ ବିଦାୟ ନେଇଥିଲେ ମଧ୍ୟ ରକ୍ତ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ।
୨୦୦୪ ମସିହା ଠାରୁ ଡା. କାରଲ ଲ୍ୟାଣ୍ଡଷ୍ଟେନରଙ୍କ ଜନ୍ମ ଦିନ (ଜୁନ ୧୪ ତାରିଖ)କୁ ସାରା ବିଶ୍ୱରେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ପାଇଁ ଓ ତାଙ୍କୁ ମନେରଖିବା ପାଇଁ ‘ବିଶ୍ୱ ରକ୍ତଦାତା ଦିବସ’ ରୂପେ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ରକ୍ତଦାତା ଦିବସର ବାର୍ତ୍ତାଟି ହେଲା – ”ରକ୍ତଦାନ କରନ୍ତୁ ଓ ସାରା ମାନବ ସମାଜକୁ ସଚେତନ କରାନ୍ତୁ“।
ପ୍ରତେକ ବ୍ୟକ୍ତି ସୁସ୍ଥ ଥିବା ପର୍ଯ୍ୟନ୍ତ ସ୍ବେଚ୍ଛାକୃତ ଭାବେ ଜୀବନରେ ଥରେ ହେଉ ପଛେ ରକ୍ତଦାନ କରିବା ଉଚିତ। ଯିଏ ଥରେ ରକ୍ତଦାନ କରିଛି ସେ ଆଉ ଅଟକି ଯାଇ ନାହିଁ। ଠିକ ସମୟ ବ୍ୟବଧାନରେ ନିୟମିତ ରକ୍ତଦାନ କରି ରକ୍ତଦାତା ପାଲଟି ଯାଇଛି। କେବଳ ସେତିକି ନୁହେଁ, ଜଣେ ରକ୍ତଦାତା ଯେତେବେଳେ ରକ୍ତଦାନ ପ୍ରକ୍ରିୟା ସହିତ ଯୋଡି ହୋଇ ରହେ ସେ ରକ୍ତ ବିଜ୍ଞାନ ବିଷୟରେ ଜ୍ଞାନ ଆହରଣ କରେ ଓ ଅନ୍ୟକୁ ରକ୍ତଦାନ କରିବା ପାଇଁ ପ୍ରବର୍ତ୍ତାଏ। ତେଣୁ ରକ୍ତଦାତା ସମୟକ୍ରମେ ଜଣେ ପ୍ରବର୍ତ୍ତକ ବା ମୋଟିଭେଟର ପାଲଟିଯାଏ। ଚଳିତ ବର୍ଷ ବାର୍ତ୍ତାର ଲକ୍ଷ୍ୟ ହେଉଛି ନିଜେ ରକ୍ତଦାନ କରନ୍ତୁ ଓ ଅନ୍ୟମାନଙ୍କୁ ରକ୍ତଦାନ କରିବା ପାଇଁ ପ୍ରବର୍ତ୍ତାନ୍ତୁ- ତେବେ ଯାଇ ରକ୍ତଭଣ୍ଡାରରେ ରକ୍ତର ଅଭାବ ରହିବ ନାହିଁ କିମ୍ବା ଅନ୍ୟ ଅର୍ଥରେ ଡାକ୍ତରଖାନାରେ ବହୁ ସମସ୍ୟାରେ ଥିବା ରୋଗୀ ରକ୍ତ ପାଇବା ପାଇଁ ଅଧିକ ଯନ୍ତ୍ରଣା ପାଇବ ନାହିଁ।

-ଦିଲ୍ଲୀପ ଦାଶଶର୍ମା
ପ୍ରତିଷ୍ଠାତା ସଭାପତି, ଓଡ଼ିଶା ସ୍ବେଚ୍ଛାକୃତ ରକ୍ତଦାତା ଓ ପ୍ରବତ୍ତର୍ର୍କ ସଂଘ, ଓଡ଼ିଶା
ମୋ: ୮୯୮୪୦୦୭୬୦୦


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri