Categories: ଫୁରସତ

ହିମ ପାହାଡ଼ ତରଳିଲେ ଭୟଙ୍କର ସଙ୍କଟ

ଓ୍ବାଶିଂଟନ: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ ପାହାଡ଼ ତରଳିଲେ ମାନବ ସଭ୍ୟତା ପ୍ରତି ବିପଦ ମାଡ଼ି ଆସିବ ବୋଲି ବୈଜ୍ଞାନିକ କହିଛନ୍ତି। ମେରୁ ଅଞ୍ଚଳରେ ରୋଗ ସୃଷ୍ଟିକାରୀ ଅସଂଖ୍ୟ ଅଣୁଜୀବ ବରଫ ତଳେ ପୋତି ହୋଇ ନିଷ୍କ୍ରିୟ ଭାବେ ରହିଛନ୍ତି। ମାତ୍ର ଜାରି ରହିଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ହିମ ପାହାଡ଼ ତରଳିଲେ ଏସବୁ ଅଣୁଜୀବ ବାହାରକୁୁ ବାହାରି ସକ୍ରିୟ ହେବେ। ଫଳରେ କରୋନାଠାରୁ ଅଧିକ ଭୟଙ୍କର ମହାମାରୀ ଯୋଗୁ ମାନବ ସମାଜରେ ମୃତ୍ୟୁର ତାଣ୍ଡବ ସୃଷ୍ଟି ହେବାର ଆଶଙ୍କା ରହିଥିବା ବୈଜ୍ଞାନିକ ସୂଚନା ଦେଇଛନ୍ତି। ଏନେଇ ଆମେରିକାନ୍‌ ସାଇଣ୍ଟିଫିକ୍‌ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୟୁନିଭରସିଟି ଅଫ୍‌ ମାଇନ୍‌ କ୍ଲାଇମେଟ୍‌ ଚେଞ୍ଚ୍‌ ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର କିମ୍ବରଲେ ମାଇନର, ଏବଷ୍ଟବିଥ୍‌ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଏଡ଼ଓ୍ବିନ୍‌ ଏଡ଼ଓ୍ବର୍ଡ ଏବଂ ଚାଲର୍ସ ମିଲର ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

Share