ଅଣଓଡ଼ିଆଙ୍କ କବ୍‌ଜାରେ ମେଗା ପ୍ରକଳ୍ପ

ଯାଜପୁର ଅଫିସ,୨୮ା୪: ଲିଜ୍‌ ପରିମାଣଠାରୁ ବହୁ ଅଧିକ ଖଣିଜ ପଦାର୍ଥ ଦୀର୍ଘବର୍ଷ ଧରି ଲୁଟିନେଇ ଓଡ଼ିଶା ରାଜକୋଷ ଓ ଭୂସମ୍ପତ୍ତିର ବିପୁଳ କ୍ଷତି ଘଟାଇଥିଲେ ଖଣି ଲିଜ୍‌ଧାରୀ। ୨୦୦୦ରୁ ୨୦୧୦ ମଧ୍ୟରେ ହୋଇଥିବା ଏହି ମହା ଲୁଟ୍‌କୁ ଧରିଥିଲେ ଶାହା କମିଶନ। ରାଜ୍ୟର ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କ ପ୍ରୋତ୍ସାହନରେ ଏହି ମହାଦୁର୍ନୀତି ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଶାହା କମିଶନ ଏବଂ କେନ୍ଦ୍ରୀୟ ଉଚ୍ଚକ୍ଷମତା ସମ୍ପନ୍ନ କମିଟି(ସିଇସି)ର ଅନୁଧ୍ୟାନ ରିପୋର୍ଟକୁ ଆଧାରକରି ସୁପ୍ରିମ୍‌କୋର୍ଟ ୨୦୧୭ରେ ଖଣିଜ ପଦାର୍ଥ ଲୁଟିଥିବା ଲିଜ୍‌ଧାରୀଙ୍କଠାରୁ ପ୍ରାୟ ୧୮ ହଜାର କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ସେହି ଅର୍ଥକୁ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ଜରିଆରେ ଖର୍ଚ୍ଚ କରିବାକୁ ସର୍ବୋଚ୍ଚ ଅଦାଲତ କହିଥିଲେ। ଖଣି କାର୍ଯ୍ୟକଳାପ ଯୋଗୁ ଜଙ୍ଗଲ ତଥା ପରିବେଶରେ ହୋଇଥିବା କ୍ଷତିର ଭରଣା କରିବା ହେଉଛି ଓଏମ୍‌ବିଏଡିସିର ଲକ୍ଷ୍ୟ। ବିଶେଷକରି ଖଣି ପ୍ରଭାବିତ ଜିଲାଗୁଡିକର ଅଧିବାସୀ ମୁଖ୍ୟତଃ ଆଦିବାସୀମାନଙ୍କର ବିକାଶ ପାଇଁ ଉକ୍ତ ଅର୍ଥ ଖର୍ଚ୍ଚ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଅର୍ଥକୁ ମଧ୍ୟ ମିଳିମିଶି ହରିଲୁଟ୍‌୍‌୍‌ କରିବାରେ ପ୍ରଶାସନିକ ଅଧିକାରୀ ସଫଳ ହୋଇଥିବା କୁହାଯାଉଛି। ଓଏମ୍‌ବିଏଡିସି ପାଣ୍ଠିରେ କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଓ ମୟୂରଭଞ୍ଜ ଜିଲାର ଖଣି ପ୍ରଭାବିତ ଅଞ୍ଚଳରେ ନିର୍ମାଣ ହେଉଥିବା ୧୮ଟି ମେଗା ଜଳଯୋଗାଣ ପ୍ରକଳ୍ପକୁ ନେଇ ଏକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ଉଠିଛି। ଓଡ଼ିଆ ଠିକାସଂସ୍ଥା ଯେଭଳି ଏହି ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ନ ପାଇବେ ସେଥିଲାଗି ଜାଣିଶୁଣି ଜଟିଳ ସର୍ତ୍ତ ରଖାଯାଇଥିଲା। ଫଳରେ ଉପରୋକ୍ତ ୧୮ ପ୍ରକଳ୍ପ ପାଇଁ କେହି ଜଣେ ମଧ୍ୟ ଓଡ଼ିଆ ଠିକାସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଭାଗନେଇପାରି ନ ଥିଲେ ବୋଲି ଅଭିଯୋଗ ଉଠିଛି।
ସୂଚନା ଅଧିକାର(ଆର୍‌ଟିଆଇ) ଆଇନ ଜରିଆରେ ଜଳଯୋଗାଣ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନକୁ ଗତ ୧୬ ତାରିଖରେ ମିଳିଥିବା ତଥ୍ୟ ଅନୁସାରେ ୧୮ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ଓଏମ୍‌ବିଏଡିସି ପାଣ୍ଠିରୁ ୪୪୭୮.୬୨ କୋଟି ଟଙ୍କା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗକୁ ପ୍ରଦାନ କରାଯାଇଛି। ତେବେ ଏହିସବୁ ପ୍ରକଳ୍ପ ୪ ଅଣଓଡ଼ିଆ ଠିକାସଂସ୍ଥାକୁ କାର୍ଯ୍ୟକାରୀ କରିବାକୁ ୨୦୧୮ ମାର୍ଚ୍ଚରେ ଦାୟିତ୍ୱ ଦିଆଯାଇଛି। ଉକ୍ତ ଠିକାସଂସ୍ଥାଗୁଡ଼ିକ ହେଲା ଚେନ୍ନାଇର ଏଲ ଆଣ୍ଡ ଟି, ମହାରାଷ୍ଟ୍ର ଠାଣେର ଭୋଲଟାସ୍‌ ଲିମିଟେଡ୍‌, ହାଇଦ୍ରାବାଦର ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ(ଏନ୍‌ସିସି) ଏବଂ ମେଗା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌। ଟେଣ୍ଡରରେ ସର୍ତ୍ତ ଥିଲା ଯେ, ପ୍ରକଳ୍ପ ଅଟକଳର ୮୦% ମୂଲ୍ୟ ବିଶିଷ୍ଟ ସମାନ ଧରଣର ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରିଥିବା ଆବଶ୍ୟକ। ନଚେତ୍‌ ୫୦% ମୂଲ୍ୟ ବିଶିଷ୍ଟ ସମାନ ଧରଣର ୨ଟି ପ୍ରକଳ୍ପ କରିଥିବା ଆବଶ୍ୟକ। ଟେଣ୍ଡର ଦାଖଲର ୭ ବର୍ଷ ମଧ୍ୟରେ ପ୍ରକଳ୍ପ ମୂଲ୍ୟର ୨.୫ ଗୁଣ ଅଧିକ ମୂଲ୍ୟର ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରିଥିବେ। ଗତ ୩ ବର୍ଷ ମଧ୍ୟରେ ପ୍ରକଳ୍ପ ମୂଲ୍ୟର ହାରାହାରି ୩୦% ବର୍ଷକୁ କାରବାର(ଟର୍ନଓଭର) କରିଥିବେ ଏବଂ ଯୋଗ୍ୟ ବିବେଚିତ ବିଡର ବୈଷୟିକ ଗଣନା ମୁତାବକ ଅନୂ୍ୟନ ୭୫ % ଅଙ୍କ ପାଉଥିବେ। ଏଭଳି ସର୍ତ୍ତ ଯୋଗୁ କୌଣସି ଓଡ଼ିଆ ସଂସ୍ଥା ଟେଣ୍ଡର ପାଇଁ ଯୋଗ୍ୟ ହୋଇପାରି ନ ଥିଲେ ବୋଲି ଅଭିଯୋଗ ହୋଇଛି। ଏପରି କି ଆକ୍ରୋଶର ଶିକାର ହେବା ଭୟରେ କୌଣସି ଓଡ଼ିଆ ସଂସ୍ଥା ଖୋଲାଖୋଲି ବିରୋଧ କରିପାରୁନାହାନ୍ତି।
ଉପରୋକ୍ତ ପ୍ରକଳ୍ପଗୁଡ଼ିକ ନିମନ୍ତେ ଏଯାଏ ୪୩୫.୨୧ କୋଟି ଟଙ୍କା ସମ୍ପୃକ୍ତ ଠିକାସଂସ୍ଥାଗୁଡିକୁ ପ୍ରଦାନ କରାଯାଇଛି। ୨୦୨୦ ଫେବୃୟାରୀରେ କାର୍ଯ୍ୟ ଶେଷ ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ତାହା ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିନାହିଁ। ତେଣୁ ଏହି ପ୍ରକଳ୍ପଗୁଡିକର ଭବିଷ୍ୟତ କ’ଣ ହେବ ଏବଂ କେତେଦୂର ଲୋକଙ୍କୁ ପିଇବା ପାଣି ଦେଇପାରିବ, ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି। କାରଣ ୨୦୧୯ରେ ସୁକିନ୍ଦା ପ୍ରକଳ୍ପ-୧ରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଯନ୍ତ୍ରୀ ପ୍ରାଧିକରଣ(ଅଥରିଟି ଇଞ୍ଜିନିୟର୍ସ) ରିପୋର୍ଟ ଦେଇଥିଲା। ଏଥିରେ ବ୍ୟବହୃତ ଷ୍ଟିଲ୍‌୍‌୍‌ ସାମଗ୍ରୀର ଗୁଣବତ୍ତା ନିମ୍ନମାନର ବୋଲି ଯନ୍ତ୍ରୀ ପ୍ରାଧିକରଣ ଦର୍ଶାଇବା ପରେ ପୁନଃ ପରୀକ୍ଷା କରି ଉକ୍ତ ଷ୍ଟିଲ୍‌୍‌୍‌ ସାମଗ୍ରୀକୁ ପୁଣି ବ୍ୟବହାର ଉପଯୋଗୀ କରାଯାଇଥିଲା।
ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଳ୍ୟୁଏସ୍‌ଏସ୍‌)ର ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତିୱାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଓଏମ୍‌ବିଏଡିସି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ମେଗା ଜଳଯୋଗାଣ ପ୍ରକଳ୍ପର ଗ୍ଲୋବାଲ ଟେଣ୍ଡର ହୋଇଛି। ଏହା ବିଭାଗୀୟ ଉପରସ୍ତରରେ ନିଷ୍ପତ୍ତି ନିଆଯାଇଛି। ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ସମୟରେ ସେ ଏଠାରେ କାର୍ଯ୍ୟରତ ନ ଥିଲେ ବୋଲି ତିଓ୍ବାରୀ କହିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri