୫ବର୍ଷ ହେଲା ଚାଲିଛି ମେଗା ଜଳସେଚନ ପ୍ରକଳ୍ପ

ବାରିପଦା ଅଫିସ,୨୧।୨- ଖରିଫ ଚାଷ ପାଇଁ ସରକାରଙ୍କ ପକ୍ଷରୁ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ୫ବର୍ଷ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଠିକା କମ୍ପାନୀର ମନମୁଖି କାର୍ଯ୍ୟ ଯୋଗୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନି। ସରକାରଙ୍କ ୫୧୭କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ଖରିଫ ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଅଣଧାନ ଚାଷ ପାଇଁ ପାଣିର ସମସ୍ୟାକୁ ନେଇ ଚିନ୍ତାରେ ପଡ଼ୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲାର ୫ଟି ବ୍ଲକ ଅଞ୍ଚଳରେ।
ଖରିଫ ଋତୁରେ ଚାଷ ପାଇଁ ଜଳାଭାବ ସମସ୍ୟା ଦୂର କରିବା ସକାଶେ ଜିଲାର ବଡ଼ସାହି,ବାଙ୍ଗରିପୋଷି, କପ୍ତିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବ୍ଲକରେ ୨୦୧୬ରୁ ମେଗା ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇଛି। ବଡ଼ସାହି ବ୍ଲକର ବଳଭଦ୍ରପୁର, ଖୁଣ୍ଟାପାଳ, କୁଡ଼ିମୁଣ୍ଡା ଓ ଦାମଦୋରପୁରଠାରେ ୪ଟି ପ୍ରକଳ୍ପ, ବାଙ୍ଗିରିପୋଷି ବ୍ଲକର ବାଙ୍ଗିରିପୋଷି, ହିଞ୍ଜିଳ ଓ କଂସାପାଳଠାରେ ୩ଟି, କପ୍ତିପଦା ବ୍ଲକର ଜାମୁଡ଼ିହା ଏବଂ କରଞ୍ଜିଆ ଓ ରାଇରଙ୍ଗପୁର ବ୍ଲକର ୫ଟି ପ୍ରକଳ୍ପକୁ ମିଶାଇ ମୋଟ ୧୩ଟି ପ୍ରକଳ୍ପ ନିର୍ମାଣ ଚାଲିଛି। ବିଭିନ୍ନ ନଦୀ ଗର୍ଭରେ ଇନଟେକ୍‌ ୱାଲ୍‌, ପମ୍ପହାଉସ୍‌, ଷ୍ଟାଫ୍‌ କ୍ୱାର୍ଟର ଓ ମାଇନର ସବ୍‌ଡ଼ିଭିଜନ ଇଲେକ୍‌ଟ୍ରିକ୍‌ ସପ୍ଲାଏ ନିର୍ମାଣ ସହିତ ନଦୀରୁ ଚାଷ ଜମି ପର୍ଯ୍ୟନ୍ତ ଭୂତଳ ପାଇପ୍‌ ବିଛାଇବା କାମ ଆରମ୍ଭ ହୋଇଛି। ମାତ୍ର ରାଇରଙ୍ଗପୁର ବ୍ଲକର ରେଡ଼ମା ପ୍ରକଳ୍ପ ବ୍ୟତୀତ ଅନ୍ୟ ୧୨ଟି ପ୍ରକଳ୍ପର କାର୍ଯ୍ୟ ଶତକଡ଼ା ୨୫ ଭାଗ ଶେଷ ହୋଇନାହିଁ। ଜେଭିପିଆର ନାମକ ନିର୍ମାଣକାରୀ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଜୁନ୍‌ ୨୦୧୯ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହେବା ପରେ ମଧ୍ୟ ନିର୍ମାଣ ସଂସ୍ଥା ଅଧିକ ୯ମାସ ସମୟ ନେଇ ଅଦ୍ୟାବଧି କାର୍ଯ୍ୟ ଶେଷ କରି ନ ଥିବା ଦେଖିବାକୁ ମିଳିଛି। ଫଳରେ ୫୦ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ପଡ଼ିଆ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଖରାଦିନେ ପାଣିର ସମସ୍ୟାକୁ ନେଇ ଚନ୍ଦନପୁର ଗ୍ରାମର ଚାଷୀ ବସନ୍ତ ସ୍ବାଇଁ, ଜଗଦୀଶ ରଥ, ସୁରେଶ ଚନ୍ଦ୍ର ପତି, ହୃଷିକେଶ ନାୟକ ପ୍ରମୁଖ ଅଣଧାନ ଚାଷ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଥିବା କହିଛନ୍ତି। ଠିକା ସଂସ୍ଥା ନିଜେ କାମ ନ କରି ସ୍ଥାନୀୟ ଠିକାଦାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଉଛି। ସଠିକ ସମୟରେ ପ୍ରାପ୍ୟ ପ୍ରଦାନ କରୁ ନ ଥିବାରୁ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି। ଏହି କାରଣରୁ ସ୍ଥାନୀୟ ଠିକାଦାରମାନେ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ମନ ବଳାଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କୁ ପଚାରିବାରୁ କୋଭିଡ୍‌ କଟକଣା ପାଇଁ କାର୍ଯ୍ୟ ବନ୍ଦ ଥିଲା ଏବଂ ଖୁବ୍‌ଶୀଘ୍ର ଆରମ୍ଭ କରାଯାଇ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି। ତେବେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri