ମେଡିକାଲ ଆସେସ୍‌ମେଣ୍ଟ ବୋର୍ଡ ପୁନର୍ଗଠିତ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ):ରାଜ୍ୟର ବିଭିନ୍ନ ମେଡିକାଲ କଲେଜଗୁଡ଼ିକରେ ଚିକିତ୍ସା ମୂଲ୍ୟାଙ୍କନ ବୋର୍ଡ (ମେଡିକାଲ ଆସେସ୍‌ମେଣ୍ଟ ବୋର୍ଡ)ର ପୁନର୍ଗଠନ କରାଯାଇଛି ା ଏହି ବୋର୍ଡଗୁଡ଼ିକ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଅପିଲ୍‌ ପ୍ରାଧିକରଣଙ୍କୁ ସହାୟତା ଦେବେ ା ଭିନ୍ନକ୍ଷମ ପ୍ରମାଣପତ୍ରର ସମୀକ୍ଷା ଓ ପୁନଃ ଆକଳନ ପାଇଁ ବୋର୍ଡଗୁଡ଼ିକ କାର୍ଯ୍ୟ କରିବେ ା ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲ (ବାଲେଶ୍ୱର) ଅଧୀନରେ ବାଲେଶ୍ୱର ଓ ଭଦ୍ରକ ଜିଲା ରହିଥିବାବେଳେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲା ଏମ୍‌କେସିଜି ମେଡିକାଲ କଲେଜ (ବ୍ରହ୍ମପୁର) ଅଧୀନରେ ରହିବେ। ସେହିପରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍‌ପିଟାଲର ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ବଲାଙ୍ଗୀରସ୍ଥିତ ସନ୍ଥକବି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଅଧୀନରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ କଳାହାଣ୍ଡି ଜିଲା ରଖାଯାଇଛି ା ଅନୁରୂପ କଟକ, ଢେଙ୍କାନାଳ, ଅନୁଗୋଳ, ଜଗତ୍‌ସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲା ଏସ୍‌ସିବି ମେଡିକାଲ କଲେଜ (କଟକ) ଅଧୀନରେ ରହିଛନ୍ତି ା କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ ଅଧୀନରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲାକୁ ରଖାଯାଇଥିବାବେଳେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ପୁରୀସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍‌ପିଟାଲ ଅଧୀନ କରାଯାଇଛି ା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲାକୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ଗବେଷଣା ପ୍ରତିଷ୍ଠାନର ଅନ୍ତର୍ଭୁକ୍ତ କରାଯାଇଛି ା ବିଭିନ୍ନ ନିଯୁକ୍ତିଦାତା ସଂସ୍ଥା ତଥା ଅନ୍ୟାନ୍ୟ କର୍ତ୍ତୃପକ୍ଷ ଅପିଲ୍‌ ପ୍ରାଧିକରଣଙ୍କୁ ସୂଚନା ଦେବା ସହିତ ଭିନ୍ନକ୍ଷମ ପ୍ରମାଣପତ୍ର ବାବଦରେ ସମ୍ପୃକ୍ତ ମେଡିକାଲ ଆସେସ୍‌ମେଣ୍ଟ ବୋର୍ଡଗୁଡ଼ିକୁ ଆବେଦନ କରିପାରିବେ ା ପ୍ରମାଣପତ୍ରଗୁଡ଼ିକର ବିସ୍ତୃତ ତନଖି/ପୁନଃଆକଳନ ରିପୋର୍ଟ ଏବଂ ଫଳାଫଳ ସିଧାସଳଖ ନିଯୁକ୍ତିଦାତା ସଂସ୍ଥାଗୁଡ଼ିକୁ ବୋର୍ଡ ପକ୍ଷରୁ ପ୍ରଦାନ କରାଯିବ ା ଭିନ୍ନକ୍ଷମ ପ୍ରମାଣପତ୍ରରେ ଥିବା ଅନିୟମିତତା ବା ଠକାମି ଦର୍ଶାଇ ସୁବିଧା ପାଉଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ସକାଶେ ସମ୍ପୃକ୍ତ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଅନିୟମିତତା ବାବଦରେ ତନଖି/ପୁନଃଆକଳନ କରି ଅପିଲ୍‌ ପ୍ରାଧିକରଣଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରିପୋର୍ଟ ପ୍ରଦାନ କରିବେ ା


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri