ପୌରାଧ୍ୟକ୍ଷ ଆଶାୟୀ ତାଲିକା ବଢୁଛି

ପାରାଦୀପ,୩ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବୁଧବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ହେଲେ ପାରାଦୀପ ପୌର ପରିଷଦରେ କେହି ମନୋନୟନ ପତ୍ର ଦାଖଲ କରିନାହାନ୍ତି। କେବଳ ୯ଟି ଫର୍ମ କାଉନସିଲର ଆଶାୟୀ କିଣି ଥିବା ଜଣାପଡିଛି। ଅପରପକ୍ଷେ ପ୍ରମୁଖ ବିଜେଡି, କଂଗ୍ରେସ, ଭାଜପା ଦଳରେ କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଅସ୍ପଷ୍ଟ ରହିଛି। ସମୟ ଯେତିକି ପାଖେଇ ଆସୁଛି ୩ ଦଳରେ ଆଶାୟୀଙ୍କ ତାଲିକା ବଢି ଚାଲିଛି। ଯାହା ଦଳ ଓ ନେତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏ କ୍ଷେତ୍ରରେ ଅଧିକ ବିବାଦ ଶାସକ ବିଜେଡିରେ ଦେଖିବାକୁ ମିଳୁଛି। ନୂଆବଜାରସ୍ଥ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପରିସରରେ ଆଶାୟୀମାନେ ଶତାଧିକ ସମର୍ଥକଙ୍କ ଗହଣରେ ଭୀଡ ଜମାଇଛନ୍ତି। ବିଜେଡିର ପ୍ରାର୍ଥୀ ଚୟନ କାମରେ ନଗର ସଭାପତି ବସନ୍ତ ବିଶ୍ୱାଳ ଓ ଉପସଭାପତି କୁମର ନାୟକ ଲାଗିଛନ୍ତି । ଏ ସମ୍ପର୍କରେ ବିଶ୍ୱାଳ କୁହନ୍ତି, ଆମେ ପ୍ରତ୍ୟେକ ୱାର୍ଡରୁ ୩ ଜଣକ ନାମ ଜଗତ୍‌ସିଂହପୁର ଜିଲା ସଭାପତିଙ୍କ ପାଖକୁ ପଠାଇବୁ। ପରେ ଭୁବନେଶ୍ୱର ନାମ ଯିବ। ସେଠାରେ ଚୂଡାନ୍ତ ନାମ ଘୋଷଣା କରାଯିବ। ଦଳର ମନୋନୟନ ପତ୍ର ଦାଖଲ କାମ ୫, ୬ ଓ ୭ ରେ ହେବ। ସେହିପରି କଂଗ୍ରେସ ନେତା ଅରିନ୍ଦମ ସର୍ଖେଲଙ୍କୁ ପଚାରିବାରେ ଆମର ରଣନୀତି ସମ୍ପର୍କରେ ଆସନ୍ତା ୪ ତାରିଖରେ ଜଣାଇବୁ ବୋଲି ସେ କହିଛନ୍ତି। ଭାଜପା ନେତା ସମ୍ପଦ ସ୍ବାଇଁ କୁହନ୍ତି, ଆମର ମଧ୍ୟ ପ୍ରତ୍ୟେକ ୱାର୍ଡରୁ ଏକାଧିକ ଆଶାୟୀ ନାମ ଆସିଛି। ତାକୁ ଦଳ ତର୍ଜମା କରି ନିର୍ଣ୍ଣାୟକ ନିଷ୍ପତ୍ତି ନେବ। କଂଗ୍ରେସ, ଭାଜପା ଓ ବିଜେଡିର ରଣନୀତି ସ୍ଥାନ ହେଉଛି ନୂଆବଜାର। ୧୦୦ ମିଟର ବ୍ୟବଧାନରେ ଏହି ୩ ଦଳର ଟ୍ରଷ୍ଟ ସଂଘ ରହିଛି। ସବୁଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉଛି ପୌରାଧ୍ୟକ୍ଷ ଚୟନ। ପ୍ରଥମ କରି ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ସେଥିପାଇଁ ଦଳ ଓ ନେତା ଦ୍ୱନ୍ଦ୍ୱରେ ପଡିଛନ୍ତି। ଏହି ପଦବୀ ପାଇଁ ବିଜେଡି ବିଧାୟକ ସମ୍ବିତ ରାଉତରାୟ ୩ ଜଣଙ୍କ ନାମ ସୁପାରିଶ କରିଥିବା ଜଣାପଡିଛି। ସେମାନେ ହେଲେ ଚିନ୍ମୟ ପରିଡା, ସବିତା ମହାପାତ୍ର ଓ ବସନ୍ତ ବିଶ୍ୱାଳ। ଏମାନଙ୍କ ମଧ୍ୟରେ ବସନ୍ତଙ୍କ ନାମ ଓ ଲୋକପ୍ରିୟତା ସମସ୍ତଙ୍କଠାରୁ ଆଗରେ ରହିଛି। କାରଣ ବିଶ୍ୱାଳ ପୂର୍ବରୁ ପାରାଦୀପ ପୌରାଧ୍ୟକ୍ଷ ଥିଲେ। ଭାଜପାର କୌଣସି ନାମ ଏ ପର୍ଯ୍ୟନ୍ତ ଆସିନାହିଁ। କଂଗ୍ରେସ ମଧ୍ୟ ବହୁ ପଛରେ ରହିଛି। ଚଳିତ ପୌର ନିର୍ବାଚନରେ ଦଳୀୟ ଅସନ୍ତୁଷ୍ଟ ବଢୁଥିବାରୁ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରମୁଖ ନେତା ଦଳ ବ୍ୟତୀତ ସ୍ବାଧୀନ ପ୍ରାର୍ଥୀ ଦେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri