ଶପଥ ନେଲେ ବ୍ରହ୍ମପୁର ମେୟର

ବ୍ରହ୍ମପୁର ଅଫିସ,୮।୪ : ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଶୁକ୍ରବାର ଶପଥ ନେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ କରାଯାଇଥିଲା। ତେବେ ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡରୁ ବିଜେଡି ୩୦ଟିରେ ବିଜୟୀ ହୋଇଛି । ଏହା ସହିତ ଭାଜପା ୭ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଏବଂ ଅନ୍ୟାନ୍ୟ ୪ଟି ୱାର୍ଡରେ ବିଜୟୀ ହୋଇଛନ୍ତି ।