Categories: ଖେଳ

ଲଣ୍ଡନରେ ଆଇପିଏଲ୍‌ ଆୟୋଜନ କରିବାକୁ ମେୟର ଆଗ୍ରହୀ

ଲଣ୍ଡନ,୧୦।୪(ପି.ଟି.): ଆସନ୍ତା ମାସରେ ନିର୍ବାଚନ ଆୟୋଜନ ହେବାକୁ ଯାଉଥିବାରୁ ଲଣ୍ଡନ ମେୟର ସାଦିକ୍‌ ଖାଁ ଏକ ଭିନ୍ନ ଧରଣର ଇଚ୍ଛା ଜାହିର କରି ଚର୍ଚ୍ଚିତ ହୋଇଛନ୍ତି। କୋଡିଡ୍‌-୧୯ ଅବନତି ହେଲେ ଲଣ୍ଡନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମ୍ୟାଚ୍‌ ଆୟୋଜନ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। ଏଥିପାଇଁ ସେ କ୍ରିକେଟ ସମ୍ପର୍କିତ ପ୍ରଶାସକ ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।
ଇତିମଧ୍ୟରେ ଲଣ୍ଡନରେ ଏନ୍‌ଏଫ୍‌ଏଲ୍‌ (ନ୍ୟାଶନାଲ ଫୁଟ୍‌ବଲ ଲିଗ୍‌) ଓ ମେଜର ଲିଗ୍‌ ବେସ୍‌ବଲ (ଏମ୍‌ଏଲ୍‌ବି)ର ମ୍ୟାଚ୍‌ ସଫଳତାର ସହ ଆୟୋଜନ ହେବା ପରେ ସାଦିକ୍‌ ଏହି କଥା କହିଛନ୍ତି। ମହାମାରୀ ପରେ ଲଣ୍ଡନକୁ ଆହୁରି ଉନ୍ନତ କରିବାକୁ ଏହି ଯୋଜନା ରହିଛି। ଲଣ୍ଡନବାସୀ ବିରାଟ କୋହଲି, ରୋହିତ ଶର୍ମା ଓ ରିଷଭ ପନ୍ତଙ୍କ ଖେଳ ଲଡର୍‌ସସ ଓ କିଆ ଓଭାଲରେ ଦେଖିବାକୁ ବ୍ୟଗ୍ର ଅଛନ୍ତି। ଆଇପିଏଲ୍‌ ଆୟୋଜନ କରିବା ଦ୍ୱାରା ଆମେ ବହୁତ ଲାଭବାନ ହୋଇପାରିବା। ଆଇପିଏଲ ପୂର୍ବରୁ ଏକାଧିକବାର ଭାରତ ବାହାରେ ଆୟୋଜନ ହୋଇଛି। ଆଇପିଏଲ ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଓ ଗତବର୍ଷ ୟୁଏଇରେ ଖେଳାଯାଇଛି ବୋଲି ସେ କହିଛନ୍ତି।

Share