Posted inଖେଳ

ଲଣ୍ଡନରେ ଆଇପିଏଲ୍‌ ଆୟୋଜନ କରିବାକୁ ମେୟର ଆଗ୍ରହୀ

ଲଣ୍ଡନ,୧୦।୪(ପି.ଟି.): ଆସନ୍ତା ମାସରେ ନିର୍ବାଚନ ଆୟୋଜନ ହେବାକୁ ଯାଉଥିବାରୁ ଲଣ୍ଡନ ମେୟର ସାଦିକ୍‌ ଖାଁ ଏକ ଭିନ୍ନ ଧରଣର ଇଚ୍ଛା ଜାହିର କରି ଚର୍ଚ୍ଚିତ ହୋଇଛନ୍ତି। କୋଡିଡ୍‌-୧୯ ଅବନତି ହେଲେ ଲଣ୍ଡନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମ୍ୟାଚ୍‌ ଆୟୋଜନ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। ଏଥିପାଇଁ ସେ କ୍ରିକେଟ ସମ୍ପର୍କିତ ପ୍ରଶାସକ ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।
ଇତିମଧ୍ୟରେ ଲଣ୍ଡନରେ ଏନ୍‌ଏଫ୍‌ଏଲ୍‌ (ନ୍ୟାଶନାଲ ଫୁଟ୍‌ବଲ ଲିଗ୍‌) ଓ ମେଜର ଲିଗ୍‌ ବେସ୍‌ବଲ (ଏମ୍‌ଏଲ୍‌ବି)ର ମ୍ୟାଚ୍‌ ସଫଳତାର ସହ ଆୟୋଜନ ହେବା ପରେ ସାଦିକ୍‌ ଏହି କଥା କହିଛନ୍ତି। ମହାମାରୀ ପରେ ଲଣ୍ଡନକୁ ଆହୁରି ଉନ୍ନତ କରିବାକୁ ଏହି ଯୋଜନା ରହିଛି। ଲଣ୍ଡନବାସୀ ବିରାଟ କୋହଲି, ରୋହିତ ଶର୍ମା ଓ ରିଷଭ ପନ୍ତଙ୍କ ଖେଳ ଲଡର୍‌ସସ ଓ କିଆ ଓଭାଲରେ ଦେଖିବାକୁ ବ୍ୟଗ୍ର ଅଛନ୍ତି। ଆଇପିଏଲ୍‌ ଆୟୋଜନ କରିବା ଦ୍ୱାରା ଆମେ ବହୁତ ଲାଭବାନ ହୋଇପାରିବା। ଆଇପିଏଲ ପୂର୍ବରୁ ଏକାଧିକବାର ଭାରତ ବାହାରେ ଆୟୋଜନ ହୋଇଛି। ଆଇପିଏଲ ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଓ ଗତବର୍ଷ ୟୁଏଇରେ ଖେଳାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri