ମୁହଁରୁ ଖସାଇଲେଣି ମାସ୍କ

ଅନୁଗୋଳ ଅଫିସ, ୫ା୯: ଦୁଇ ମାସ ହେଲା ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତଳମୁହଁା ରହିଛି। ପୂର୍ବ ସ୍ଥିତିରେ ଯଥେଷ୍ଟ ସୁଧାର ଆସିଥିବାରୁ କୋଭିଡ୍‌ କଟକଣାକୁ କୋହଳ କରାଯାଇଛି। ବନ୍ଦ ପଡ଼ିଥିବା ମଲ୍‌ ଠାରୁ ମନ୍ଦିର ଯାଏ ସବୁକିଛି ଖୋଲି ଦିଆଯାଇଛି। ଆଗକୁ ପାର୍ବଣ ଆସୁଥିବାରୁ ବଜାରରେ ଗହଳି ଜମିବାରେ ଲାଗିଛି। ହେଲେ ଏହା ଭିତରେ କୋଭିଡ୍‌ କଟକଣାକୁ ସମସ୍ତେ ଯେପରି ଭୁଲି ଯାଇଛନ୍ତି। ପ୍ରଶାସନର ଢିଲା ପଣ ଯୋଗୁ ଲୋକେ ଏମିତି ଅମାନିଆ ହେଲେଣି ଯେ, ଅଧିକାଂଶଙ୍କ ମୁହଁରେ ଆଉ ମାସ୍କ ରହୁନାହିଁ। ଜନଗହଳି ସ୍ଥାନରେ ସାମାଜିକ ଦୂରତ୍ୱ ରଖାଯାଉ ନାହିଁ। ପୂର୍ବପରି ଜୋରଦାର ଯାଞ୍ଚ, ଚଢ଼ାଉ ହେଉ ନ ଥିବାରୁ ଜିଲାବାସୀ କୋଭିଡ୍‌ ନିୟମ ପାଳନଠାରୁ ଦୂରେଇ ଗଲେଣି। ଶୀଘ୍ର ତ୍ରୁଟି ସୁଧାରି ନ ନେଲେ ଜିଲାରେ ସଂକ୍ରମଣ ପୁଣି ଉପରକୁ ଉଠିପାରେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କାବ୍ୟକ୍ତ କଲେଣି।
ମହାମାରୀ କରୋନାର ପ୍ରଥମ ଲହରରେ ଅନୁଗୋଳ ଜିଲାରେ ୧୧ ହଜାର ୮୯୭ ଲୋକ ସଂକ୍ରମିତ ହୋଇଥିଲେ। ମୃତକଙ୍କ ସଂଖ୍ୟା ୩୮ ଥିଲା। କିନ୍ତୁ ଦ୍ୱିତୀୟ ଲହର ଭୟଙ୍କର ସାବ୍ୟସ୍ତ ହୋଇଥିଲା। ଦୈନିକ ସଂକ୍ରମଣ ବଢ଼ି ଚାଲିଥିବାବେଳେ ସହର ନିକଟ କରଡ଼ାଗାଡ଼ିଆ ଶଶ୍ମାନରେ ଜୁଇ ଲିଭୁ ନ ଥିଲା। ୨୦୨୧ ମେ ୧୬ ତାରିଖରେ ଜିଲାରେ ସର୍ବାଧିକ ୮୬୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏବେ ଜିଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହୁଥିଲେ ମଧ୍ୟ ଇତିମଧ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟ ୪୪ ହଜାର ୧୧୯ରେ ପହଞ୍ଚତ୍ ସାରିଛି। ସେହିପରି ମୃତକଙ୍କ ସଂଖ୍ୟା ୩୭୫ ହୋଇଛି। ଅର୍ଥାତ୍‌ ଦ୍ୱିତୀୟ ଲହରରେ ୩୨ ହଜାର ୨୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୩୩୨ ଜଣ ପ୍ରାଣ ହରାଇଛନ୍ତି। କିନ୍ତୁ ଏସବୁ ପରେ ମଧ୍ୟ ଜିଲାବାସୀ ସତର୍କ ଓ ସଚେତନ ରହୁ ନ ଥିବା ଦେଖାଯାଉଛି। କାରଣ କୋଭଡ୍‌ କଟକଣାକୁ ସେମାନେ କେଉଁଠାରେ ବି କଡ଼ାକଡ଼ି ପାଳନ କରୁନାହାନ୍ତି। ବିଶେଷକରି ଜନଗହଳି ସ୍ଥାନଗୁଡ଼ିକରେ ସଂକ୍ରମଣର ଭୟ ଅଧିକ ରହୁଥିବାରୁ ଏଠାରେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପରିଧାନ ଅତ୍ୟନ୍ତ ଜରୁରୀ। ହେଲେ ଏହି ନିୟମ ପ୍ରତି ସେମାନେ ଆବଶ୍ୟକ ଧ୍ୟାନ ଦେଉ ନ ଥିବା ଦେଖାଯାଉଛି। ଅନଲକ୍‌ ପ୍ରକ୍ରିୟା ଆରମ୍ଭ ପରଠାରୁ ପ୍ରଶାସନ ଓ ପୋଲିସ କୌଣସି ସ୍ଥାନରେ ମାସ୍କ ଯାଞ୍ଚ କରୁନାହିଁ କି ଜରିମାନା ଆଦାୟକୁ କଡ଼ାକଡ଼ି କରୁନାହିଁ। ‘ଟିମ୍‌ ଅନୁଗୋଳ’ ପକ୍ଷରୁ ଗଢ଼ାଯାଇଥିବା ମାଳ ମାଳ ସ୍କ୍ବାଡ୍‌ ମଧ୍ୟ ଅଚଳ ପ୍ରାୟ ହୋଇଯାଇଛି। ଏହା ହିଁ ଜିଲା ପ୍ରତି ତୃତୀୟ ଲହର ଆଶଙ୍କା ବଢ଼ାଉଥିବା ସାଧାରଣରେ ଅଭିଯୋଗ ହେଉଛି।

୧୮ ପଜିଟିଭ୍‌ ଚିହ୍ନଟ
ଅନୁଗୋଳ ଜିଲାରୁ ଶନିବାର ୧୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୪ ହଜାର ୧୧୯ରେ ପହଞ୍ଚିଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ନୂଆ ଆକ୍ରନ୍ତଙ୍କ ମଧ୍ୟରେ କିଶୋରନଗର ବ୍ଲକରୁ ୫ ଜଣ, ତାଳଚେର ବ୍ଲକରୁ ୪, ବଅଁରପାଳ ବ୍ଲକରୁ ୪, ଅନୁଗୋଳ ପୌରାଞ୍ଚଳରୁ ୩ ଓ ଛେଣ୍ଡିପଦା ବ୍ଲକରୁ ୨ ଜଣ ରହିଛନ୍ତି। ଅନ୍ୟପକ୍ଷରେ ଦିନକରେ ଜିଲାରୁ ୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ପୁଣି ଚଢ଼ାଉ ଆରମ୍ଭ ହେବ
କରୋନାରୁ ସୁରକ୍ଷିତ ରହିବାର ଉପାୟ ନିଜ ହାତରେ ରହିଛି। ଲୋକମାନେ କଟକଣା ନ ମାନିଲେ ସମସ୍ତେ ଅସୁବିଧାରେ ପଡ଼ିବେ। ଯେପର୍ଯ୍ୟନ୍ତ ସମସ୍ତେ ଟିକା ନେଇନାହାନ୍ତି ଓ ଟିକାର ପ୍ରଭାବ କିଭଳି ରହିଛି, ତାହା ଅନୁଧ୍ୟାନ ସରିନାହିଁ, ସେ ପର୍ଯ୍ୟନ୍ତ କଟକଣା ମାନିବାକୁ ପଡ଼ିବ। କିନ୍ତୁ ଲୋକମାନେ ଅମାନିଆ ହେଉଥିବାରୁ ଯାଞ୍ଚ, ଚଢ଼ାଉ କଡ଼ାକଡ଼ି କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
କଟକଣା ନ ମାନିଲେ ସ୍ଥିତି ସାଂଘାତିକ
ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଭଲ ଭାବେ ହାତ ସାନିଟାଇଜ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ଏ ନେଇ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଅନେକ ଲୋକ ଏହାକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି। କଟକଣା ନ ମାନିଲେ ଆଗାମୀ ଦିନରେ ଜିଲାରେ ସାଂଘାତିକ ସ୍ଥିତି ସୃଷ୍ଟିହେବ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ
ବ୍ୟବସାୟୀମାନେ ଢିଲା ମାରନ୍ତୁନି
କରୋନା କଟକଣା ପାଳନରେ ସାମାନ୍ୟ ଅବହେଳା ଜିଲା ପାଇଁ ପୁଣି ବିପଦ ଡାକି ଆଣିବ। ଲକ୍‌ଡାଉନ୍‌, ଶର୍ଟଡାଉନ୍‌ ଫେରିବ। ଏହାଦ୍ୱାରା ବ୍ୟବସାୟୀମାନଙ୍କ ସହ ସାଧାରଣ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେବ। ତେଣୁ ବ୍ୟବସାୟୀମାନେ ନିଜେ ସଚେତନ ରହିବା ସହ ଗ୍ରାହକଙ୍କୁ ନିୟମ ପାଳନ ପାଇଁ ସର୍ବଦା ଚେତାଇ ଦିଅନ୍ତୁ।
-ନୀଳାଞ୍ଚଳ ପ୍ରଧାନ, ସମ୍ପାଦକ, ଅନୁଗୋଳ ଜିଲା ବଣିକ ସଂଘ
ନିଜ ସହ ଅନ୍ୟଙ୍କୁ ବିପଦରେ ପକାଇବେ
ପ୍ରଶାସନ ଓ ପୋଲିସ ପକ୍ଷରୁ ପୂର୍ବଭଳି ଯାଞ୍ଚ କରାଯାଉ ନାହିଁ। ଫଳରେ ଲୋକମାନେ କରୋନା କଟକଣା ପାଳନ ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଖୁବ୍‌ଶୀଘ୍ର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଥିବାରୁ ଜିଲାବାସୀ ସତର୍କ ନ ରହିଲେ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇବେ।
-ସୋମନାଥ ରାଉତ, ସମ୍ପାଦକ, ଅନୁଗୋଳ ଜିଲା ଓକିଲ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri