ଚାଇନାରେ ବିବାହ ସଙ୍କଟ

ଗତବର୍ଷ ଚାଇନାରେ ନୂଆ ବିବାହ ସଂଖ୍ୟା ଏକ ପଞ୍ଚମାଂଶ ହ୍ରାସ ପାଇଥିଲା। ଫଳରେ ୨୦୨୪ରେ ଥିବା ଜନ୍ମସଂଖ୍ୟା ୯.୫୪ ମିଲିୟନ ତୁଳନାରେ ୨୦୨୫ରେ ୭.୩ରୁ ୭.୮ ମିଲିୟନକୁ ଖସି ଆସିବାର ସମ୍ଭାବନା ଦେଖାଯାଇଛି। ବିଶ୍ୱ ଜନସଂଖ୍ୟାରେ ଚାଇନାର ଅଂଶ ୧୭.୨ ପ୍ରତିଶତ। କିନ୍ତୁ ଏଭଳି ସ୍ଥିତି ଯୋଗୁ ନାଇଜେରିଆ ତୁଳନାରେ ଏହାର ଜନ୍ମ ହାର ୬ ପ୍ରତିଶତ କମ୍‌ ରହିବ ବୋଲି ଆକଳନ କରାଯାଇଛି। ତେବେ ଚାଇନାର ଫର୍ଟିଲିଟି ରେଟ୍‌ ବା ହାର (ପିଲାଜନ୍ମ କରିବା ବୟସ ମଧ୍ୟରେ ଜଣେ ମହିଳା ଜନ୍ମ ଦେଉଥିବା ହାରାହାରି ସନ୍ତାନ ସଂଖ୍ୟା)୨୦୨୫ରେ ମହିଳା ପିଛା ୦.୯ ପ୍ରତିଶତ ହାସ ପାଇବ ବୋଲି ଅନୁମାନ କରାଯାଉଛି ।
ଏହି ଜନସାଂଖି୍ୟକ ବାସ୍ତବତା ଅତ୍ୟନ୍ତ ଚିନ୍ତାଜନକ। ଏଥିପାଇଁ ଚଳିତ ମାସ ପ୍ରାରମ୍ଭରେ ଚାଇନିଜ ପ୍ରିମିୟର ଲି କ୍ୱିଆଙ୍ଗ ଘୋଷଣା କରିଥିଲେ, ଜନ୍ମ ହାର ବୃଦ୍ଧି କରିବା ପାଇଁ ସରକାର ନୂଆ ନୀତି ଲାଗୁ କରିବେ। କିନ୍ତୁ ବିବାହ ସଙ୍କଟ ଏହି ପଦକ୍ଷେପର ଗୁରୁତ୍ୱକୁ ସମ୍ପୂର୍ଣ୍ଣ କମାଇଦେବ। ୨୦୧୩ରେ ୧୩.୪୭ ମିଲିୟନ ଦମ୍ପତି ବିବାହ ବନ୍ଧନରେ ବାନ୍ଧିହୋଇଥିବା ବେଳେ ୨୦୨୪ରେ ହ୍ରାସ ପାଇ ଏହା ୬.୧୧ ମିଲିୟନରେ ପହଞ୍ଚିଛି। ସେହିଭଳି ଏହି ସମୟ ମଧ୍ୟରେ ସାମଗ୍ରିକ ବିବାହ ହାର (୧୦୦୦ ଲୋକରେ) ତାଇଓ୍ବାନର ୫.୪ ଏବଂ ଆମେରିକାର ୬.୧(୨୦୨୩) ଥିଲାବେଳେ ଚାଇନାର ୯.୯ରୁ ୪.୩କୁ ଖସି ଆସିଥିଲା।
ବାସ୍ତବରେ କାହିଁକି ଏଭଳି ଘଟୁଛି? ଦୁର୍ଭାଗ୍ୟଜନକ ଯେ, ଏହା ଚାଇନାର ନେତୃତ୍ୱ ଯୋଗୁ ହେଉଛି। ଏହା ପଛରେ ଗୋଟିଏ ନୁହେଁ ଅନେକ କାରଣ ରହିଛି। ଉଲ୍ଲେଖନୀୟ କାରଣ ଗୁଡ଼ିକ ମଧ୍ୟରେ ରହିଛି ଚାଇନାର ଗର୍ଭଧାରଣ ଓ ସନ୍ତାନ ଜନ୍ମ କରିବା ବୟସର ମହିଳାଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହା ବାଦ୍‌ ଅନ୍ୟ କାରଣଗୁଡ଼ିକ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ, ଦୀର୍ଘଦିନର ଏକ ସନ୍ତାନ ନୀତି (ଏବେ ରଦ୍ଦ କରାଯାଇଛି), ଲଗାତର ଅତ୍ୟଧିକ ସଂଖ୍ୟାରେ ପୁରୁଷ ବାହାରକୁ ଯିବା ଏବଂ ଅଧିକ ଯୁବ ବେରୋଜଗାର ହେବା।
ଚାଇନାର ୨୦୨୦ ଜନଗଣନା ଅନୁଯାୟୀ, ୨୦-୩୦ ବର୍ଷ ବୟସ ମଧ୍ୟରେ ମହିଳାମାନେ ୬୧ ପ୍ରତିଶତ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। କିନ୍ତୁ ଏହି ବୟସ ବର୍ଗର ମହିଳାଙ୍କ ସଂଖ୍ୟା ୨୦୧୨ରେ ୧୧୧ ମିଲିୟନ ଥିବାବେଳେ ଏହା ହ୍ରାସ ପାଇ ୨୦୨୪ରେ ୭୩ ମିଲିୟନ ହୋଇଛି ଏବଂ ୨୦୫୦ରେ ଏହା ୩୭ ମିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏପରି କି ଜନ୍ମ ହାର ଲଗାତର ଦ୍ରୁତ ଗତିରେ କମିବ। ଅନେକ ଦଶନ୍ଧି ଧରି ଚାଇନାରେ କନ୍ୟାଭ୍ରୂଣ ଠାବ କରି ଗର୍ଭପାତ କରାଯିବା ଯୋଗୁ ବିବାହ ପାଇଁ କନ୍ୟାଙ୍କ ଅଭାବ ଦେଖାଯାଇଛି ଏବଂ ବ୍ରାଇଡ ପ୍ରାଇସ ଯଥେଷ୍ଟ ବୃଦ୍ଧି ପାଇଛି, ଅର୍ଥାତ୍‌ ବର ପକ୍ଷ କନ୍ୟାକୁ ଅଧିକ ଅର୍ଥ ଦେବାକୁ ପଡ଼ୁଛି। ଚାଇନାରେ ଅନେକ ମହିଳା ଅବିବାହିତ ରହିଛନ୍ତି। କାରଣ ଗୋଟିଏ କନ୍ୟା ସନ୍ତାନ ଥିବା ଅନେକ ଅଭିଭାବକ ସେମାନଙ୍କ ବିବାହ ଅପେକ୍ଷା ଶିକ୍ଷା ଓ ଆର୍ଥିକ ସ୍ବାଧୀନତା ଉପରେ ଗୁରୁତ୍ୱ ଦେଉଛନ୍ତି। ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ୨୦୦୦ରେ ଚାଇନାରେ ୨୫-୨୯ ବର୍ଷ ବୟସ ମଧ୍ୟରେ ଅବିବାହିତ ମହିଳାଙ୍କ ସଂଖ୍ୟା ୯ ପ୍ରତିଶତ ବୃଦ୍ଧି ଘଟିଥିଲାବେଳେ ୨୦୨୦ରେ ଏହା ୩୩ ପ୍ରତିଶତ ଏବଂ ୨୦୨୩ରେ ୪୩ ପ୍ରତିଶତ ବଢିଛି ଏବଂ ଏହି ଧାରା ଆଗକୁ ଜାରି ରହିବ ବୋଲି କୁହାଯାଉଛି।
୧୯୮୦ରେ ଚାଇନା ଲାଗୁ କରିଥିବା ଏକ ସନ୍ତାନ ନୀତି ବିବାହରେ ବାଧା ଦେବା ସହ ଛାଡ଼ପତ୍ର ବା ବିବାହ ବିଚ୍ଛେଦର ପଥ ସୁଗମ କରିଛି, ଯାହା ବିବାହ ସଙ୍କଟକୁ ଗମ୍ଭୀର କରିଦେଇଛି। ୧୯୮୦ରେ ୧୦୦୦ ଲୋକରେ ଛାଡ଼ପତ୍ର ହାର ୦.୩ ପ୍ରତିଶତ ଥିଲାବେଳେ ୨୦୧୯ରେ ଏହା ୩.୪କୁ ବୃଦ୍ଧି ପାଇଥିଲା। ବ୍ରିଟେନ ଓ ଫ୍ରାନ୍ସକୁ ଅନୁସରଣ କରି ଛାଡ଼ପତ୍ର ପାଇଁ ୩୦ ଦିନର କୁଲିଂ ଅଫ୍‌ ପିରିୟଡ ଲାଗି ୨୦୨୧ରେ ଚାଇନା ନୂଆ ନାଗରିକ ସଂହିତା ଲାଗୁ କରିଥିଲା ଏବଂ ଏହା ୧୦୦୦ ଜଣରେ ଛାଡ଼ପତ୍ର ହାର ଦୁଇ ପ୍ରତିଶତକୁ ହ୍ରାସ ପାଇଥିଲା। କିନ୍ତୁ ୨୦୨୩ରେ ଏହା ପୁନର୍ବାର ୨.୬ ପ୍ରତିଶତ ବୃଦ୍ଧି ଘଟିଥିଲା। ଚାଇନାର ୩୦ ବର୍ଷ ମଧ୍ୟରେ ଜଣେ ମହିଳାଙ୍କର ୧୦ ପ୍ରତିଶତ ଗର୍ଭପାତ ଆଶଙ୍କା ରହିଥିବାବେଳେ ୩୫ ବୟସରେ ଏହା ୨୦% , ୪୦ବର୍ଷରେ ୩୩-୪୦% ଏବଂ ୪୫ ବର୍ଷରେ ଏହା ୫୭-୮୦% । ଏଣୁ ମା’ର ବୟସ ବୃଦ୍ଧି ଅନୁଯାୟୀ ଗର୍ଭଧାରଣରେ ଜନ୍ମଗତ ବିକୃତ ସନ୍ତାନଙ୍କ ସଂଖ୍ୟା ବୃଦ୍ଧିର ସମ୍ଭାବାନ ରହିଛି। ୨୦ ବର୍ଷ ବୟସରେ ୨୦୦୦ ଜଣରେ ଜଣେ ଏଭଳି ସନ୍ତାନ ଗର୍ଭରେ ରହିବାର ଆଶଙ୍କା ରହୁଥିବାବେଳେ ଏହା ବୃଦ୍ଧି ପାଇଁ ୩୫ ବର୍ଷରେ ୩୫୦ ହେବା ଏବଂ ୪୫ ବର୍ଷ ବୟସରେ ୩୦ ଜଣରେ ଜଣେ ଏଭଳି ସନ୍ତାନର ସମ୍ଭାବନା ରହିଛି ।
୨୦୨୧ରେ ଆମେରିକା ଓ ମେକ୍ସିକୋରେ ପ୍ରଥମ ସନ୍ତାନ ଜନ୍ମ ଦେବାର ହାରାହାରି ବୟସ ଥିଲା ୨୭ ଏବଂ ଭାରତରେ ଏହା ଥିଲା ୨୧। ତୁଳନାତ୍ମକ ଭାବେ ଚାଇନାର ପ୍ରଥମ ସନ୍ତାନ ଜନ୍ମ ଦେବାରେ ହାରାହାରି ବୟସ ୨୦୦୦ରେ ୨୫ ଥିଲା ଓ ଏହା ୨୦୨୦ରେ ୨୮କୁ ବୃଦ୍ଧି ପାଇଥିଲା ଏବଂ ଚଳିତବର୍ଷ ବଢିଥିବା ଅନୁମାନ କରାଯାଉଛି। ସବୁଠୁ ଖରାପ ହେଉଛି, ଚାଇନାରେ ସାମଗ୍ରିକ ଫର୍ଟିଲିଟି ହାର ୧୯୭୦ ଦଶନ୍ଧିରେ ୧.୨% ଥିଲା ଓ ୨୦୨୦ରେ ୧୮% ହୋଇଛି। ଅଧିକରୁ ଅଧିକ ମହିଳାଙ୍କର ବିବାହ ପରେ କିମ୍ବା ପ୍ରଥମ ସନ୍ତାନ ପରେ ଗର୍ଭଧାରଣ କ୍ଷମତା କମୁଛି।
ପାରମ୍ପରିକ ଭାବେ ଦାର୍ଶନିକ କନ୍‌ଫୁସିୟସଙ୍କ ବିଚାରଧାରାରେ ଅଧିକ ବିଶ୍ୱାସ ଥିବା ଅଞ୍ଚଳରେ ଫର୍ଟିଲିଟି ହାର ବିଶ୍ୱରେ ସବୁଠୁ କମ୍‌ ।
କାରଣ ସେମାନେ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ବିବାହ ଓ ସନ୍ତାନ ଜନ୍ମକୁ କମ୍‌ ଗୁରୁତ୍ୱ ଦେଇଥାନ୍ତି। ଏହିସବୁ ଅଞ୍ଚଳରେ ସାମଗ୍ରିକ ଭାବେ ସବୁଠୁ ବେଶି ଅବିବାହିତ ଲୋକ ଅଛନ୍ତି। ଇତିହାସର ତଥ୍ୟରୁ ଜଣାପଡ଼େ , ମା’ମାନଙ୍କର ପ୍ରଥମ ସନ୍ତାନ ଜନ୍ମ କରିବାର ହାରାହାରି ବୟସ ୨୮ରୁ ଅଧିକ ହୋଇଥିଲେ ସେ କ୍ଷେତ୍ରରେ ଫର୍ଟିଲିଟି ହାର ୧.୫% ବୃଦ୍ଧି କରିବା ଅସମ୍ଭବ। ଅନ୍ତର୍ଜାତୀୟ ସ୍ତରରେ ଆଇନତଃ ସର୍ବନିମ୍ନ ବିବାହ ବୟସ ୧୬ ରୁ ୧୮ ବର୍ଷ ମଧ୍ୟରେ ରହିଛି। କିନ୍ତୁ ଚାଇନା ୧୯୮୦ରେ ଏହାକୁ ପୁରୁଷଙ୍କ ପାଇଁ ୨୨ ଓ ମହିଳାଙ୍କ ପାଇଁ ୨୦ ବର୍ଷକୁ ବୃଦ୍ଧି କରିଥିଲା। ସେମାନେ ଏହି ବୟସ ସହ ଏମିତି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, ବିବାହ ବୟସ ଏବେ ୧୮କୁ ହ୍ରାସ କଲେ ଫର୍ଟିଲିଟି ହାର ବୃଦ୍ଧିକରିବା କଷ୍ଟକର।
ବିବାହ ଓ ଗର୍ଭଧାରଣରେ ବିଳମ୍ବ ସହ ଅବିବାହିତ ଲୋକଙ୍କ ସଂଖ୍ୟାରେ ବୃଦ୍ଧି ମୁଖ୍ୟତଃ ପ୍ରଜ୍ଞାଗତ ଲାଭ ଓ ନୂଆ ଗୁଣବତ୍ତା ଉତ୍ପାଦକତା ଶକ୍ତି ଅନୁସନ୍ଧାନରେ ଗ୍ରହଣ କରାଯାଉଥିବା ସରକାରୀ ନୀତି ଯୋଗୁ ହେଉଛି। ଚାଇନା ସରକାର ଏହାର ଆର୍ଥିକ ମହତ୍ତ୍ୱାକାଂକ୍ଷା ଏବଂ ଜନସାଂଖି୍ୟକ ବାସ୍ତବତା ମଧ୍ୟରେ ଥିବା ବିରୋଧାଭାସକୁ ଦୂର କରିପାରିବ ତ? ଏହାର ଅତୀତର ରେକର୍ଡକୁ ଦେଖିଲେ କେହି ବି ଏହା ଉପରେ ଗ୍ୟାରେଣ୍ଟି ଦେବା କଷ୍ଟକର।

ୟି ଫୁକ୍ସିଆନ
ବରିଷ୍ଠ ବୈଜ୍ଞାନିକ, ଓ୍ବିସ୍କନସିନ ମାଡିସନ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri