ଚାଇନାରେ ବିବାହ ସଙ୍କଟ

ଗତବର୍ଷ ଚାଇନାରେ ନୂଆ ବିବାହ ସଂଖ୍ୟା ଏକ ପଞ୍ଚମାଂଶ ହ୍ରାସ ପାଇଥିଲା। ଫଳରେ ୨୦୨୪ରେ ଥିବା ଜନ୍ମସଂଖ୍ୟା ୯.୫୪ ମିଲିୟନ ତୁଳନାରେ ୨୦୨୫ରେ ୭.୩ରୁ ୭.୮ ମିଲିୟନକୁ ଖସି ଆସିବାର ସମ୍ଭାବନା ଦେଖାଯାଇଛି। ବିଶ୍ୱ ଜନସଂଖ୍ୟାରେ ଚାଇନାର ଅଂଶ ୧୭.୨ ପ୍ରତିଶତ। କିନ୍ତୁ ଏଭଳି ସ୍ଥିତି ଯୋଗୁ ନାଇଜେରିଆ ତୁଳନାରେ ଏହାର ଜନ୍ମ ହାର ୬ ପ୍ରତିଶତ କମ୍‌ ରହିବ ବୋଲି ଆକଳନ କରାଯାଇଛି। ତେବେ ଚାଇନାର ଫର୍ଟିଲିଟି ରେଟ୍‌ ବା ହାର (ପିଲାଜନ୍ମ କରିବା ବୟସ ମଧ୍ୟରେ ଜଣେ ମହିଳା ଜନ୍ମ ଦେଉଥିବା ହାରାହାରି ସନ୍ତାନ ସଂଖ୍ୟା)୨୦୨୫ରେ ମହିଳା ପିଛା ୦.୯ ପ୍ରତିଶତ ହାସ ପାଇବ ବୋଲି ଅନୁମାନ କରାଯାଉଛି ।
ଏହି ଜନସାଂଖି୍ୟକ ବାସ୍ତବତା ଅତ୍ୟନ୍ତ ଚିନ୍ତାଜନକ। ଏଥିପାଇଁ ଚଳିତ ମାସ ପ୍ରାରମ୍ଭରେ ଚାଇନିଜ ପ୍ରିମିୟର ଲି କ୍ୱିଆଙ୍ଗ ଘୋଷଣା କରିଥିଲେ, ଜନ୍ମ ହାର ବୃଦ୍ଧି କରିବା ପାଇଁ ସରକାର ନୂଆ ନୀତି ଲାଗୁ କରିବେ। କିନ୍ତୁ ବିବାହ ସଙ୍କଟ ଏହି ପଦକ୍ଷେପର ଗୁରୁତ୍ୱକୁ ସମ୍ପୂର୍ଣ୍ଣ କମାଇଦେବ। ୨୦୧୩ରେ ୧୩.୪୭ ମିଲିୟନ ଦମ୍ପତି ବିବାହ ବନ୍ଧନରେ ବାନ୍ଧିହୋଇଥିବା ବେଳେ ୨୦୨୪ରେ ହ୍ରାସ ପାଇ ଏହା ୬.୧୧ ମିଲିୟନରେ ପହଞ୍ଚିଛି। ସେହିଭଳି ଏହି ସମୟ ମଧ୍ୟରେ ସାମଗ୍ରିକ ବିବାହ ହାର (୧୦୦୦ ଲୋକରେ) ତାଇଓ୍ବାନର ୫.୪ ଏବଂ ଆମେରିକାର ୬.୧(୨୦୨୩) ଥିଲାବେଳେ ଚାଇନାର ୯.୯ରୁ ୪.୩କୁ ଖସି ଆସିଥିଲା।
ବାସ୍ତବରେ କାହିଁକି ଏଭଳି ଘଟୁଛି? ଦୁର୍ଭାଗ୍ୟଜନକ ଯେ, ଏହା ଚାଇନାର ନେତୃତ୍ୱ ଯୋଗୁ ହେଉଛି। ଏହା ପଛରେ ଗୋଟିଏ ନୁହେଁ ଅନେକ କାରଣ ରହିଛି। ଉଲ୍ଲେଖନୀୟ କାରଣ ଗୁଡ଼ିକ ମଧ୍ୟରେ ରହିଛି ଚାଇନାର ଗର୍ଭଧାରଣ ଓ ସନ୍ତାନ ଜନ୍ମ କରିବା ବୟସର ମହିଳାଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହା ବାଦ୍‌ ଅନ୍ୟ କାରଣଗୁଡ଼ିକ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ, ଦୀର୍ଘଦିନର ଏକ ସନ୍ତାନ ନୀତି (ଏବେ ରଦ୍ଦ କରାଯାଇଛି), ଲଗାତର ଅତ୍ୟଧିକ ସଂଖ୍ୟାରେ ପୁରୁଷ ବାହାରକୁ ଯିବା ଏବଂ ଅଧିକ ଯୁବ ବେରୋଜଗାର ହେବା।
ଚାଇନାର ୨୦୨୦ ଜନଗଣନା ଅନୁଯାୟୀ, ୨୦-୩୦ ବର୍ଷ ବୟସ ମଧ୍ୟରେ ମହିଳାମାନେ ୬୧ ପ୍ରତିଶତ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। କିନ୍ତୁ ଏହି ବୟସ ବର୍ଗର ମହିଳାଙ୍କ ସଂଖ୍ୟା ୨୦୧୨ରେ ୧୧୧ ମିଲିୟନ ଥିବାବେଳେ ଏହା ହ୍ରାସ ପାଇ ୨୦୨୪ରେ ୭୩ ମିଲିୟନ ହୋଇଛି ଏବଂ ୨୦୫୦ରେ ଏହା ୩୭ ମିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏପରି କି ଜନ୍ମ ହାର ଲଗାତର ଦ୍ରୁତ ଗତିରେ କମିବ। ଅନେକ ଦଶନ୍ଧି ଧରି ଚାଇନାରେ କନ୍ୟାଭ୍ରୂଣ ଠାବ କରି ଗର୍ଭପାତ କରାଯିବା ଯୋଗୁ ବିବାହ ପାଇଁ କନ୍ୟାଙ୍କ ଅଭାବ ଦେଖାଯାଇଛି ଏବଂ ବ୍ରାଇଡ ପ୍ରାଇସ ଯଥେଷ୍ଟ ବୃଦ୍ଧି ପାଇଛି, ଅର୍ଥାତ୍‌ ବର ପକ୍ଷ କନ୍ୟାକୁ ଅଧିକ ଅର୍ଥ ଦେବାକୁ ପଡ଼ୁଛି। ଚାଇନାରେ ଅନେକ ମହିଳା ଅବିବାହିତ ରହିଛନ୍ତି। କାରଣ ଗୋଟିଏ କନ୍ୟା ସନ୍ତାନ ଥିବା ଅନେକ ଅଭିଭାବକ ସେମାନଙ୍କ ବିବାହ ଅପେକ୍ଷା ଶିକ୍ଷା ଓ ଆର୍ଥିକ ସ୍ବାଧୀନତା ଉପରେ ଗୁରୁତ୍ୱ ଦେଉଛନ୍ତି। ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ୨୦୦୦ରେ ଚାଇନାରେ ୨୫-୨୯ ବର୍ଷ ବୟସ ମଧ୍ୟରେ ଅବିବାହିତ ମହିଳାଙ୍କ ସଂଖ୍ୟା ୯ ପ୍ରତିଶତ ବୃଦ୍ଧି ଘଟିଥିଲାବେଳେ ୨୦୨୦ରେ ଏହା ୩୩ ପ୍ରତିଶତ ଏବଂ ୨୦୨୩ରେ ୪୩ ପ୍ରତିଶତ ବଢିଛି ଏବଂ ଏହି ଧାରା ଆଗକୁ ଜାରି ରହିବ ବୋଲି କୁହାଯାଉଛି।
୧୯୮୦ରେ ଚାଇନା ଲାଗୁ କରିଥିବା ଏକ ସନ୍ତାନ ନୀତି ବିବାହରେ ବାଧା ଦେବା ସହ ଛାଡ଼ପତ୍ର ବା ବିବାହ ବିଚ୍ଛେଦର ପଥ ସୁଗମ କରିଛି, ଯାହା ବିବାହ ସଙ୍କଟକୁ ଗମ୍ଭୀର କରିଦେଇଛି। ୧୯୮୦ରେ ୧୦୦୦ ଲୋକରେ ଛାଡ଼ପତ୍ର ହାର ୦.୩ ପ୍ରତିଶତ ଥିଲାବେଳେ ୨୦୧୯ରେ ଏହା ୩.୪କୁ ବୃଦ୍ଧି ପାଇଥିଲା। ବ୍ରିଟେନ ଓ ଫ୍ରାନ୍ସକୁ ଅନୁସରଣ କରି ଛାଡ଼ପତ୍ର ପାଇଁ ୩୦ ଦିନର କୁଲିଂ ଅଫ୍‌ ପିରିୟଡ ଲାଗି ୨୦୨୧ରେ ଚାଇନା ନୂଆ ନାଗରିକ ସଂହିତା ଲାଗୁ କରିଥିଲା ଏବଂ ଏହା ୧୦୦୦ ଜଣରେ ଛାଡ଼ପତ୍ର ହାର ଦୁଇ ପ୍ରତିଶତକୁ ହ୍ରାସ ପାଇଥିଲା। କିନ୍ତୁ ୨୦୨୩ରେ ଏହା ପୁନର୍ବାର ୨.୬ ପ୍ରତିଶତ ବୃଦ୍ଧି ଘଟିଥିଲା। ଚାଇନାର ୩୦ ବର୍ଷ ମଧ୍ୟରେ ଜଣେ ମହିଳାଙ୍କର ୧୦ ପ୍ରତିଶତ ଗର୍ଭପାତ ଆଶଙ୍କା ରହିଥିବାବେଳେ ୩୫ ବୟସରେ ଏହା ୨୦% , ୪୦ବର୍ଷରେ ୩୩-୪୦% ଏବଂ ୪୫ ବର୍ଷରେ ଏହା ୫୭-୮୦% । ଏଣୁ ମା’ର ବୟସ ବୃଦ୍ଧି ଅନୁଯାୟୀ ଗର୍ଭଧାରଣରେ ଜନ୍ମଗତ ବିକୃତ ସନ୍ତାନଙ୍କ ସଂଖ୍ୟା ବୃଦ୍ଧିର ସମ୍ଭାବାନ ରହିଛି। ୨୦ ବର୍ଷ ବୟସରେ ୨୦୦୦ ଜଣରେ ଜଣେ ଏଭଳି ସନ୍ତାନ ଗର୍ଭରେ ରହିବାର ଆଶଙ୍କା ରହୁଥିବାବେଳେ ଏହା ବୃଦ୍ଧି ପାଇଁ ୩୫ ବର୍ଷରେ ୩୫୦ ହେବା ଏବଂ ୪୫ ବର୍ଷ ବୟସରେ ୩୦ ଜଣରେ ଜଣେ ଏଭଳି ସନ୍ତାନର ସମ୍ଭାବନା ରହିଛି ।
୨୦୨୧ରେ ଆମେରିକା ଓ ମେକ୍ସିକୋରେ ପ୍ରଥମ ସନ୍ତାନ ଜନ୍ମ ଦେବାର ହାରାହାରି ବୟସ ଥିଲା ୨୭ ଏବଂ ଭାରତରେ ଏହା ଥିଲା ୨୧। ତୁଳନାତ୍ମକ ଭାବେ ଚାଇନାର ପ୍ରଥମ ସନ୍ତାନ ଜନ୍ମ ଦେବାରେ ହାରାହାରି ବୟସ ୨୦୦୦ରେ ୨୫ ଥିଲା ଓ ଏହା ୨୦୨୦ରେ ୨୮କୁ ବୃଦ୍ଧି ପାଇଥିଲା ଏବଂ ଚଳିତବର୍ଷ ବଢିଥିବା ଅନୁମାନ କରାଯାଉଛି। ସବୁଠୁ ଖରାପ ହେଉଛି, ଚାଇନାରେ ସାମଗ୍ରିକ ଫର୍ଟିଲିଟି ହାର ୧୯୭୦ ଦଶନ୍ଧିରେ ୧.୨% ଥିଲା ଓ ୨୦୨୦ରେ ୧୮% ହୋଇଛି। ଅଧିକରୁ ଅଧିକ ମହିଳାଙ୍କର ବିବାହ ପରେ କିମ୍ବା ପ୍ରଥମ ସନ୍ତାନ ପରେ ଗର୍ଭଧାରଣ କ୍ଷମତା କମୁଛି।
ପାରମ୍ପରିକ ଭାବେ ଦାର୍ଶନିକ କନ୍‌ଫୁସିୟସଙ୍କ ବିଚାରଧାରାରେ ଅଧିକ ବିଶ୍ୱାସ ଥିବା ଅଞ୍ଚଳରେ ଫର୍ଟିଲିଟି ହାର ବିଶ୍ୱରେ ସବୁଠୁ କମ୍‌ ।
କାରଣ ସେମାନେ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ବିବାହ ଓ ସନ୍ତାନ ଜନ୍ମକୁ କମ୍‌ ଗୁରୁତ୍ୱ ଦେଇଥାନ୍ତି। ଏହିସବୁ ଅଞ୍ଚଳରେ ସାମଗ୍ରିକ ଭାବେ ସବୁଠୁ ବେଶି ଅବିବାହିତ ଲୋକ ଅଛନ୍ତି। ଇତିହାସର ତଥ୍ୟରୁ ଜଣାପଡ଼େ , ମା’ମାନଙ୍କର ପ୍ରଥମ ସନ୍ତାନ ଜନ୍ମ କରିବାର ହାରାହାରି ବୟସ ୨୮ରୁ ଅଧିକ ହୋଇଥିଲେ ସେ କ୍ଷେତ୍ରରେ ଫର୍ଟିଲିଟି ହାର ୧.୫% ବୃଦ୍ଧି କରିବା ଅସମ୍ଭବ। ଅନ୍ତର୍ଜାତୀୟ ସ୍ତରରେ ଆଇନତଃ ସର୍ବନିମ୍ନ ବିବାହ ବୟସ ୧୬ ରୁ ୧୮ ବର୍ଷ ମଧ୍ୟରେ ରହିଛି। କିନ୍ତୁ ଚାଇନା ୧୯୮୦ରେ ଏହାକୁ ପୁରୁଷଙ୍କ ପାଇଁ ୨୨ ଓ ମହିଳାଙ୍କ ପାଇଁ ୨୦ ବର୍ଷକୁ ବୃଦ୍ଧି କରିଥିଲା। ସେମାନେ ଏହି ବୟସ ସହ ଏମିତି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, ବିବାହ ବୟସ ଏବେ ୧୮କୁ ହ୍ରାସ କଲେ ଫର୍ଟିଲିଟି ହାର ବୃଦ୍ଧିକରିବା କଷ୍ଟକର।
ବିବାହ ଓ ଗର୍ଭଧାରଣରେ ବିଳମ୍ବ ସହ ଅବିବାହିତ ଲୋକଙ୍କ ସଂଖ୍ୟାରେ ବୃଦ୍ଧି ମୁଖ୍ୟତଃ ପ୍ରଜ୍ଞାଗତ ଲାଭ ଓ ନୂଆ ଗୁଣବତ୍ତା ଉତ୍ପାଦକତା ଶକ୍ତି ଅନୁସନ୍ଧାନରେ ଗ୍ରହଣ କରାଯାଉଥିବା ସରକାରୀ ନୀତି ଯୋଗୁ ହେଉଛି। ଚାଇନା ସରକାର ଏହାର ଆର୍ଥିକ ମହତ୍ତ୍ୱାକାଂକ୍ଷା ଏବଂ ଜନସାଂଖି୍ୟକ ବାସ୍ତବତା ମଧ୍ୟରେ ଥିବା ବିରୋଧାଭାସକୁ ଦୂର କରିପାରିବ ତ? ଏହାର ଅତୀତର ରେକର୍ଡକୁ ଦେଖିଲେ କେହି ବି ଏହା ଉପରେ ଗ୍ୟାରେଣ୍ଟି ଦେବା କଷ୍ଟକର।

ୟି ଫୁକ୍ସିଆନ
ବରିଷ୍ଠ ବୈଜ୍ଞାନିକ, ଓ୍ବିସ୍କନସିନ ମାଡିସନ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri