ମଣ୍ଡି ଖୋଲିନି, ମିଲ୍‌କୁ ଯାଉଛି ଧାନ

ଭେଡ଼େନ,୧୨।୧୧(ସୁଦନ ମହାକୁର)ବରଗଡ଼ ଜିଲାରେ ଆସନ୍ତା ୨୧ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ। ଉକ୍ତ ଦିନ ସମସ୍ତ ମଣ୍ଡି ଖୋଲାଯିବାକୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଅତାବିରା ଆର୍‌ଏମ୍‌ସି ଅନ୍ତର୍ଗତ ଭେଡ଼େନ ବ୍ଲକର ମଣ୍ଡିଗୁଡ଼ିକ ଖୋଲିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଣ୍ଡି ଖୋଲିବାକୁ ଆହୁରି ପ୍ରାୟ ୨ ସପ୍ତାହ ବାକି ରହିଛି। ବ୍ଲକର ଉଠାଜଳସେଚିତ ଜମିକୁ ବାଦ୍‌ ଦେଲେ କେନାଲ ପାଣି ଛଡ଼ାଯିବାରେ ବିଳମ୍ବ ଯୋଗୁ ଧାନ ଅମଳ ମଧ୍ୟ କଁା ଭାଁ ଦେଖିବାକୁ ମିଳୁଛି। ଅନେକ ମାଳ ଜମିରେ ସଅଳ ଅମଳକ୍ଷମ ଧାନ ପ୍ରାୟତଃ ଅମଳ ହୋଇ ସାରିଲାଣି। ଏପରିସ୍ଥଳେ ଭେଡ଼େନ ବ୍ଲକରୁ ପ୍ରତିଦିନ ଟ୍ରକ, ମିନିଟ୍ରକ ଓ ଟ୍ରାକ୍ଟର ଯୋଗେ ମିଲ୍‌ଗୁଡ଼ିକୁ ଧାନ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଧାନର ଅଭାବୀ ବିକ୍ରି ହେବା ଆଶଙ୍କା ରହିଛି। ବିଶେଷକରି ବ୍ଲକର ମହୁଲପାଲି, ସିଆଲଖଣ୍ଡହଥା, ଋଷୁଡ଼ା, ଦେଶଭଟଲି, ସୁନାଲରମ୍ଭା ଆଦି ପଞ୍ଚାୟତରେ ରହିଥିବା ଧାନ ବେପାରୀମାନେ ଏହି କାରବାର ଚଳାଇଛନ୍ତି। ପଡ଼ୋଶୀ ସୋନପୁର ଜିଲାର ସୀମାନ୍ତରେ ଥିବା ମିର୍ଲସମାନେ କମ୍‌ଦରରେ କିଣି ଗଚ୍ଛିତ ରଖୁଥିବା ଜଣାଯାଇଛି। ଅପରପକ୍ଷେ ବ୍ଲକର ଏହି ପଞ୍ଚାୟତଗୁଡ଼ିକରୁ ଯାଉଥିବା ଧାନ ନେବାରେ କୌଣସି ତନଖି ଫାଟକ ପଡୁନାହିଁ। ଫଳରେ ଗାଡ଼ି ଖର୍ଚ୍ଚ ମଧ୍ୟ କମ୍‌ ପଡୁଥିବାରୁ ମିର୍ଲସ ଏବଂ ବେପାରୀମାନଙ୍କୁ ବେଶ୍‌ ସୁହାଉଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ କିଛି ରାଇସ୍‌ ମିଲ୍‌ରେ ମାତ୍ରାଧିକ ଧାନ ଗଚ୍ଛିତ ଥିବା ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଚଢାଉ କରିଥିଲା। ମିଲର୍ସମାନେ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ମିଲ୍‌ଗୁଡ଼ିକୁ ସିଲ୍‌ କରିଦିଆଯାଇଥିଲା। ଜିଲାରେ ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ପାଇଁ ଏଥର ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଚାଲିବ ଏବଂ ଏଥିପାଇଁ ୬ଟି ଏନର୍ଫୋସ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବାହାରୁ ଆସୁଥିବା ଏବଂ ଜିଲା ବାହାରକୁ ଯାଉଥିବା ଧାନ ଉପରେ ନଜର ରଖିବ ବୋଲି ସୂଚନା ଦିଆଯାଇଥିଲା। ମାତ୍ର ମଣ୍ଡି ଖୋଲିବା ପୂର୍ବରୁ ବାହାର ଜିଲାକୁ ଅବାଧରେ ଧାନ ଚାଲାଣ ହେଉଛି। ଏହି ସବୁ ଧାନରେ ମିଲ୍‌ ଭରିଗଲେ ନିଶ୍ଚିତ କଟନୀଛଟନୀର ଆଳ ଦେଖାଇ ଚାଷୀମାନଙ୍କୁ ହଇରାଣ ହେବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri