ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର,୧୭।୭ (ବନ୍ଦନା ସେଠୀ): ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ। ସ୍ଥାୟୀ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଥିବା ବିବାଦ ତୁଟୁ ନ ଥିବାବେଳେ ଏନେଇ ବିଏମ୍‌ସି କୌଣସି ଦୃଢ଼ ପଦକ୍ଷେପ ନେଉନାହିଁ। ଫଳରେ ମାର୍କେଟ ବିଲ୍ଡିଂ ଭିତରେ ଏବେ ଉଠାଦୋକାନୀମାନେ ଏକ ପ୍ରକାର କବ୍‌ଜା କରିସାରଲେଣି। ଏନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍‌ ବାରମ୍ବାର ବିଏମ୍‌ସିର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। କେବଳ ନାମକୁ ମାତ୍ର ଲୋକଦେଖାଣିଆ ଭାବେ ଉଠାଦୋକାନୀଙ୍କୁ ଉଠାଇ ପୁଣି ବସିବାର ସୁଯୋଗ ଦିଆଯାଉଛି। ଗୁରୁବାର ଆସୋସିଏଶନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ଉଠାଦୋକାନୀଙ୍କୁ ଉଠାଇବା ପାଇଁ ବିଏମ୍‌ସିକୁ ୩ଦିନ ସମୟ ଦିଆଯାଇଥିଲା। ମାତ୍ର ଏହା ମଧ୍ୟରେ ବିଏମ୍‌ସି ଆସୋସିଏଶନକୁ ଆଲୋଚନା ପାଇଁ ଡାକିବା ତ ଦୂରର କଥା କୌଣସି ଉତ୍ତର ମଧ୍ୟ ରଖିନାହିଁ। ଏଥିରୁ ବିଏମ୍‌ସି ପରୋକ୍ଷ ଭାବେ ଉଠାଦୋକାନୀଙ୍କୁ ସମର୍ଥନ କରୁଥିବା ଆସୋସିଏଶନ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ କରିବା ନେଇ ଆସୋସିଏଶନ ନିଷ୍ପତ୍ତି ନେଇଛି। ଏଥିସହ ସେହିଠାରେ ସ୍ଥାୟୀ ଦୋକାନୀମାନେ ଧାରଣା ଦେବେ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ଘଟଣା ସମ୍ପର୍କରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଉଠାଦୋକାନୀଙ୍କ ମଧ୍ୟରୁ ଅନେକ କୋର୍ଟରୁ ଷ୍ଟେ’ ଅର୍ଡର ଆଣିଥିବାରୁ ସେମାନଙ୍କୁ ଉଚ୍ଛେଦ କରିବା ସମ୍ଭବ ହୋଇପାରୁନି। ତେବେ ଏନେଇ ପଦକ୍ଷେପ ନିଆଯାଉଛି। ଆବଶ୍ୟକ ପଡିଲେ ଆସୋସିଏଶନ ସହିତ ଏନେଇ ଆଲୋଚନା କରାଯିବ। ସେହିପରି ବିଏମ୍‌ସି ଅଧିକାରୀଙ୍କ ବିପକ୍ଷରେ ଆସୋସିଏଶନ ଆଣୁଥିବା ଅଭିଯୋଗ ଭିତ୍ତିହୀନ। କୌଣସି ଅଧିକାରୀ ବଟି ନେଇ ଉଠାଦୋକାନୀଙ୍କୁ ବସିବାକୁ ପ୍ରଶୟ ଦେଉନାହାନ୍ତି। ଯଦି ଆସୋସିଏଶନ ଏଭଳି ଅଭିଯୋଗ ଆଣୁଛି ତେବେ ଏହାର ପ୍ରମାଣ ରଖିବା ପାଇଁ କମିଶନର କହିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୨ଶହ ଉଠାଦୋକାନୀଙ୍କ କବଳରେ ଏବେ ମାର୍କେଟ ବିଲ୍ଡିଂ ରହିଛି। ଉଠାଦୋକାନୀଙ୍କ ପାଇଁ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଥିବାବେଳେ ଅନେକ ସମୟରେ ଛିନ୍‌ତାଇ ଭଳି ଅପରାଧ ଘଟୁଛି। ଏଥିସହ ରାସ୍ତା ଅବରୋଧ ପାଇଁ ଗ୍ରାହକମାନଙ୍କ ଯାତାୟାତରେ ସମସ୍ୟା ଉପୁଜୁଛି। ଏନେଇ ଆସୋସିଏଶନ ବିଏମ୍‌ସିରେ ବହୁବାର ଅଭିଯୋଗ କରିବା ସହ ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ଉଠାଦୋକାନୀମୁକ୍ତ କରିବାକୁ ଦାବି କରି ଆସୁଛି। ମାତ୍ର ଏହାର ସ୍ଥାୟୀ ସମାଧାନ ବାହାରିପାରୁ ନ ଥିବାରୁ ଆସୋସିଏଶନ୍‌ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଏଥିସହ ବିଏମ୍‌ସିର କିଛି ଅଧିକାରୀ ମାସିକିଆ ବଟି ନେଇ ଉଠାଦୋକାନୀଙ୍କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri