ମାଓବାଦୀ ସଙ୍ଗଠନକୁ ଧକ୍କା, ଦୁର୍ଦ୍ଦାନ୍ତ ମାଓବାଦୀ ଆର୍‌.କେ. ମୃତ: ମୁଣ୍ଡ ପାଇଁ ଥିଲା ୧କୋଟି ପୁରସ୍କାର

ମାଲକାନଗିରି, ୧୫।୧୦(ଡି.ଏନ୍‌.ଏ.): ଦୁର୍ଦ୍ଦାନ୍ତ ମାଓବାଦୀ ଆର୍‌.କେ.ଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ସେ ଅନେକ ଦିନ ଧରି କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦକ୍ଷିଣ ବସ୍ତର ଜଙ୍ଗଲରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ମାଓବାଦୀ ସଙ୍ଗଠନ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଆର୍‌.କେ. କେନ୍ଦ୍ରୀୟ ସିପିଆଇ ମାଓବାଦୀ ସଙ୍ଗଠନ କମିଟି ସଦସ୍ୟ ଥିଲେ। ଏଥିସହ ସେ ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋନାଲ କମିଟି ଦାୟିତ୍ୱ ତୁଲାଉଥିଲେ। ସେ ଅନେକ ବଡ଼ ବଡ଼ ମାଓବାଦୀ ହିଂସାରେ ସମ୍ପୃକ୍ତ ଥିଲେ। ତାଙ୍କ ନାମରେ ସରକାରଙ୍କ ତରଫରୁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଆର୍‌.କେ.ଙ୍କ ମୃତ୍ୟୁ ମାଓବାଦୀ ସଙ୍ଗଠନ ପାଇଁ ଏକ ବଡ ଝଟକା ବୋଲି କୁହାଯାଇପାରେ।