Posted inଫୁରସତ

ବ୍ୟକ୍ତିଙ୍କ କାନ ହେଉଥିଲା କୁଣ୍ଡେଇ, ଡାକ୍ତରଙ୍କ ନିକଟକୁ ଯିବାରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଅନେକ କଥା ଭାଇରାଲ ହୋଇଥାଏ। ଯାହା ଜାଣି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆଜିକାଲି ସୋସିଆଲ ମିଡିଆରେ ଚାଇନାର ଗୁଆଙ୍ଗଜୋ ପ୍ରଦେଶର ଏକ ଅଦ୍ଭୁତ ଘଟଣା ଚର୍ଚ୍ଚାକୁ ଆସିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ହଠାତ୍‌ ତାଙ୍କ କାନ କୁଣ୍ଡେଇ ହେବା ଆରମ୍ଭ ହେଲା। ସେ ଭାବିଲେ ଏହା ଏକ ସାଧାରଣ କଥା, କିନ୍ତୁ ଏହି କୁଣ୍ଡେଇବା ବନ୍ଦ ହେଲାନାହିଁ। ଏଭଳି ପରିସ୍ଥିତିରେ ସେ ଡାକ୍ତରଖାନା  ଦୌଡ଼ିଥିଲେ। କିନ୍ତୁ ଡାକ୍ତର ଯାହା ବାହାର କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହା କିପରି ଘଟିଲା ଡାକ୍ତର ମଧ୍ୟ ଜାଣିପାରିଲେନି।

ବ୍ୟକ୍ତି ଜଣକ କହିଛନ୍ତି, ଯେତେବେଳେ ସେ ରାତିରେ ଶୋଇବାକୁ ଯାଆନ୍ତି, ସେତେବେଳେ ସେ ସମ୍ପୂର୍ଣ୍ଣ ଭଲ ଥିଲେ। କିନ୍ତୁ ସେ ସକାଳେ ଉଠିବା ମାତ୍ରେ ତାଙ୍କ କାନ କୁଣ୍ଡେଇ ହେବାକୁ ଲାଗିଲା। ଧୀରେ ଧୀରେ କୁଣ୍ଡେଇ ବଢ଼ିବାରେ ଲାଗିଲା। ରାତିରେ ଶୋଇବା ସମୟରେ ଏକ କୀଟ ତାଙ୍କ କାନରେ ପ୍ରବେଶ କରିଥିବା ସେ ସନ୍ଦେହ କରିଥିଲେ। ଏପରି ପରିସ୍ଥିତିରେ ସେ ତୁରନ୍ତ ଡାକ୍ତରଖାନା ଯାଇଥିଲେ। ଯେଉଁଠାରେ ଟୁ ବୋ ନାମକ ଜଣେ ଡାକ୍ତର ତାଙ୍କୁ ପରୀକ୍ଷା କରିଥିଲେ ଏବଂ ପରେ ଯାହା ପ୍ରକାଶ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଡାକ୍ତର ଟୁ ବୋଙ୍କ ଅନୁଯାୟୀ, ପୀଡ଼ିତଙ୍କ କାନରେ ଏକ ଜୀବନ୍ତ ଝିଟିପିଟି ବୁଲୁଥିଲା। ଏପରି ପରିସ୍ଥିତିରେ ଡାକ୍ତର ଇଞ୍ଜେକ୍ସନ ଦେଇ ତୁରନ୍ତ ଝିଟିପିଟିକୁ ଚେତାଶୂନ୍ୟ କରିଦେଇଥିଲେ। ବିଳମ୍ବ ନ କରି ଜୀବନ୍ତ ଝିଟିପିଟି ତାଙ୍କ କାନରୁ ବାହାର କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ, ଯଦି ବିଳମ୍ବ ହୋଇଥାନ୍ତା, ତେବେ ଝିଟିପିଟିଟି ତାଙ୍କ ମସ୍ତିଷ୍କରେ ପହଞ୍ଚି ପାରିଥାନ୍ତା। ତାଙ୍କ ଜୀବନ ବିପଦରେ ପଡ଼ିଥାନ୍ତା ।

ଆଶ୍ଚର୍ଯ୍ୟଜନକ କଥା ହେଲା, ଝିଟିପିଟିର ଲାଞ୍ଜ ନ ଥିଲା। ଡାକ୍ତର ଭାବିଥିଲେ କାନରେ ରହିଯାଇଥିବ। ମାତ୍ର ପୁଣି କାନକୁ ଯାଞ୍ଚ କରିଥିଲେ। କିନ୍ତୁ ଲାଞ୍ଜ ମିଳି ନ ଥିଲା। ୨ ଦିନ ହସ୍ପିଟାଲରେ ରହିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri