ଅଧାରେ ଅଟକିଛି ମଣିଭଦ୍ରା ପତୁରିଆ ନଦୀବନ୍ଧ

ନୟାଗଡ଼ ଅଫିସ,୯।୧୦: ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ନୟାଗଡ଼ ଜିଲା ଗଣିଆର ମଣିଭଦ୍ରା ପତୁରିଆ ନଦୀବନ୍ଧ ଅଧାରେ ଅଟକିଛି। ବନ୍ୟା ସମସ୍ୟାରୁ ମୁକୁଳିବା ପାଇଁ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଥିଲା। ହେଲେ ୨୦୧୩ରୁ ଏହି କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛି। ଦଶପଲ୍ଲା ବିଧାୟକ ଏ ନେଇ ବିଭିନ୍ନ ସମୟରେ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ତେବେ ଜମି ଅଧିଗ୍ରହଣ ପାଇଁ ଟଙ୍କା ଅଭାବ ଥିବାରୁ ଏହା ଆଉ ଆଗେଇପାରୁ ନ ଥିବା ଜଣାପଡିଛି।
୨୦୦୯ ଜାନୁୟାରୀ ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତୁରିଆ ନଦୀବନ୍ଧ ଯୋଜନାର ଶିଳାନ୍ୟାସ କରିଥିଲେ। ଗଣିଆ ବ୍ଲକ ମଣିଭଦ୍ରା ପର୍ବତ ଶେଷ ସୀମା ଡଙ୍କାରସାହି ଗ୍ରାମଠାରୁ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁ ୧୪ କିମି ପର୍ଯ୍ୟନ୍ତ ଏହି ନଦୀବନ୍ଧ ହୋଇଥାନ୍ତା। ଏହା ହୋଇଥିଲେ କିଶୋରପ୍ରସାଦ, ଗଣିଆ, ବେଲପଡା, ରାସଙ୍ଗ, ଛାମୁଣ୍ଡିଆ, ବଡସିଲିଙ୍ଗା ପଞ୍ଚାୟତରେ ବନ୍ୟା ସମସ୍ୟାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। କାରଣ ମହାନଦୀ ଓ ବୃତ୍ତଙ୍ଗ ନଦୀରେ ବନ୍ୟା ଆସିଲେ କିଶୋରପ୍ରସାଦ, ଗଣିଆ, ବେଲପଡା ପଞ୍ଚାୟତ ଆଂଶିକ ପ୍ରଭାବିତ ହେଉଥିବାବେଳେ ରାସଙ୍ଗ, ଛାମୁଣ୍ଡିଆ, ବଡସିଲିଙ୍ଗା ପଞ୍ଚାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୁଏ। ଏଭଳିସ୍ଥଳେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୮ କିମି ଶେଷ ହୋଇଛି। ଅବଶିଷ୍ଟ ପାଇଁ ଜମି ଅଧିଗ୍ରହଣ ହୋଇପାରିଲା ନାହିଁ। ଏ ନେଇ ନୟାଗଡ଼ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ରାଜେନ୍ଦ୍ର ମିଶ୍ର ଓ ଦଶପଲ୍ଲା ଉପନିର୍ବାହୀଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀ କୁହନ୍ତି, ମଣିଭଦ୍ରା ପତୁରିଆ ନଦୀବନ୍ଧ କାମ ୨୦୧୩ରେ ଶେଷ ହେବାର ଥିଲା। ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକେ ଜମି ଛାଡିବାକୁ ସହମତି ପ୍ରଦାନ କରିଥିଲେ। ପରେ କିଛି ଲୋକ ସହଯୋଗ କଲେ ନାହିଁ। ଫଳରେ ଜମି ଅଧିଗ୍ରହଣ ହୋଇପାରିଲା ନାହିଁ। ନାବାର୍ଡ ପକ୍ଷରୁ ମଞ୍ଜୁର ପ୍ରକଳ୍ପର ଅବଧି ଶେଷ ହୋଇଗଲା। ଅଥଚ କାମ ହୋଇପାରିଲା ନାହିଁ। ଏଭଳିସ୍ଥଳେ ବିଭିନ୍ନ ସମୟରେ ପ୍ରକଳ୍ପ କାର୍ଯ୍ୟ କରିବାକୁ କୁହାଯାଉଛି। ହେଲେ ଜମି ଅଧିଗ୍ରହଣ ପାଇଁ ଅର୍ଥର ଅଭାବ ରହିଛି। ଜମି ଅଧିଗ୍ରହଣ ହେଲେ ପ୍ରକଳ୍ପ କାର୍ଯ୍ୟ ସୁବିଧାରେ ହୋଇପାରିବ। ତେବେ ଏ ନେଇ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମାନବ ଚାଲାଣ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ’

ଭଞ୍ଜନଗର,୩୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ…

ଜମିରୁ ଫେରିବା ବେଳେ ଚାଷୀଙ୍କୁ ଦନ୍ତା ଆକ୍ରମଣ: ଉଜୁଡ଼ିଲା ସଂସାର, ଘର ଚଳାଇବା କଷ୍ଟକର

ଜି.ଉଦୟଗିରି,୩୦।୭ (ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଜୁ ଗ୍ରାମର ସିରାପାଦେରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। କିଛି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri