ମ୍ୟାଙ୍ଗୋ ହବ୍‌ ପରିତ୍ୟକ୍ତ

ଢେଙ୍କାନାଳ ଅଫିସ, ୧୬।୪

ଜାତୀୟସ୍ତରରେ ସୁନାମ ଅର୍ଜିଛି ଢେଙ୍କାନାଳର ଆମ୍ବ। ବିଦେଶରେ ମଧ୍ୟ ଏହାର ଆଦର କିଛି କମ୍‌ ନୁହେଁ। ଜିଲାର ଆମ୍ବ ଚାଷୀ ଏବଂ ଆମ୍ବ ବ୍ୟବସାୟକୁ ପ୍ରୋତ୍ସାହିତ କରିବାକୁ ସଦର ବ୍ଲକ ଗୋବିନ୍ଦପୁରଠାରେ ପ୍ରତିଷ୍ଠା ହୋଇଥିଲା ପନିପରିବା ବିପଣନ କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍‌। ତେବେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଏହା ଏବେ ପରିତ୍ୟକ୍ତ। ଏହାର ନିର୍ମାଣରେ ବ୍ୟୟ ହୋଇଥିବା ୧୧ କୋଟି ଟଙ୍କା ପାଣିରେ ପଡ଼ିଛି। କରୋନା ସଂକ୍ରମଣ କାରଣରୁ ୨ ବର୍ଷ ହେଲା ଆମ୍ବ ଉତ୍ପାଦନ କମିଛି। ଉତ୍ପାଦିତ ଫଳ ବିକ୍ରିବଟା ଲାଗି ଚାଷୀଙ୍କୁ କୌଣସି ପ୍ରୋତ୍ସାହନ ମିଳୁନାହିଁ। ଏଭଳି ସ୍ଥିତିରେ ‘ମ୍ୟାଙ୍ଗୋ ହବ୍‌’ର ପୁନରୁଦ୍ଧାର ଲାଗି ତତ୍ପରତା ପ୍ରକାଶ ନ ପାଇବା ଚାଷୀଙ୍କୁ ନିରାଶ କରିଛି।
ଢେଙ୍କାନାଳରୁ ଉତ୍ପାଦିତ ପ୍ରସିଦ୍ଧ ଦସେରୀ ଏବଂ ଆମ୍ବ୍ରପଲ୍ଲି ଆମ୍ବର ଚାହିଦା ଦିଲ୍ଲୀ, କୋଲକାତା, ବିହାର, ଝାଡ଼ଖଣ୍ଡ ସମେତ ପଡ଼ୋଶୀ ବାଂଲାଦେଶ ବଜାରରେ କାହିଁରେ କେତେ। ଜିଲାର ଜଳବାୟୁ ଆମ୍ବ ଉତ୍ପାଦନ ପାଇଁ ବେଶ୍‌ ଉପଯୋଗୀ। ଜିଲାର ଆମ୍ବ ଓ ପରିବା ଚାଷୀଙ୍କ ସୁବିଧା ପାଇଁ ୨୦୧୩ ଜୁନ୍‌ ୨୭ରେ ଉଦ୍ୟାନ କୃଷି ବିଭାଗ ଏବଂ ଚାଷୀଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ ପିପିପି ମୋଡ୍‌ରେ ଗୋବିନ୍ଦପୁର ନିକଟ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ୧୧କୋଟି ଟଙ୍କା ବ୍ୟୟରେ ପନିପରିବା ବିପଣନ କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ତନ୍ମଧ୍ୟରୁ ୧୦ କୋଟି ଟଙ୍କା ରାଜ୍ୟ ସରକାର ଏବଂ ୧ କୋଟି ଟଙ୍କା ଚାଷୀମାନେ ଦେଇଥିଲେ। ୨୦୧୪ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ତେବେ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ୨ ବର୍ଷ ପରେ ଏହି ପ୍ରକଳ୍ପ ବନ୍ଦ ହୋଇଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଲଟାବୁଦାରେ ଭର୍ତ୍ତି ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଢେଙ୍କାନାଳ ଜିଲାରେ ଚାଷୀଙ୍କ ସୁବିଧା ପାଇଁ ଶୀତଳ ଭଣ୍ଡାରଟିଏ ନ ଥିବାବେଳେ ପନିପରିବା ବିପଣନ କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍‌ ଉତ୍ପାଦିତ ଫସଲର ସଂରକ୍ଷଣ ଲାଗି ଆଶା ସଞ୍ଚାର କରିଥିଲା। ତେବେ ଏହି ଆଶା ଅଧୁରା ରହି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ପ୍ରତିବର୍ଷ ଆମ୍ବ ଉତ୍ପାଦନ ପୂର୍ବରୁ ‘ମ୍ୟାଙ୍ଗୋ ହବ୍‌’ ପୁନରୁଦ୍ଧାର ହେବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ଜିଲା ପ୍ରଶାସନ, ଉଦ୍ୟାନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତରିକତା ପ୍ରକାଶ ପାଉନାହିଁ, ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଏ ସଂକ୍ରାନ୍ତରେ ଜିଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଲୋକନାଥ ଜେନା କୁହନ୍ତି, ଜିଲାରେ ଆମ୍ବ ଉତ୍ପାଦନ ସମ୍ପର୍କରେ ବିଭାଗ ନିକଟରେ କୌଣସି ସୂଚନା ନାହିଁ। ଚଳିତବର୍ଷ ୧୦୦ ହେକ୍ଟର ଜମିରେ ୩୦୦ ଚାଷୀ ଆମ୍ବ ଗଛ ଲଗାଇଛନ୍ତି। ଏହାକୁ ବାଦ୍‌ ଦେଲେ ନିଜସ୍ବ ଜମିରେ ବହୁ ଚାଷୀ ଆମ୍ବ ଚାଷ କରୁଛନ୍ତି। ମ୍ୟାଙ୍ଗୋ ହବ୍‌ ପୁନରୁଦ୍ଧାର ପାଇଁ ଯୋଜନା ଚାଲିଥିବା ସେ ସୂଚନା ଦେଇଛନ୍ତି।
କରୋନା ପାଇଁ କମିଛି ଉତ୍ପାଦନ
ଢେଙ୍କାନାଳ ଜିଲାରେ ୨୦୧୯ରେ ୪୩,୨୦୦ ମେଟ୍ରିକ ଟନ୍‌ ଆମ୍ବ ଉପତ୍ାଦନ ହୋଇଥିଲା। ୨୦୨୦ରେ କରୋନା ମହାମାରୀ କାରଣରୁ ଏହା ୧୫,୨୪୦ ମେଟ୍ରିକ ଟନ୍‌କୁ ହ୍ରାସ ପାଇଥିଲା। ଗତବର୍ଷ କମ୍‌ ପରିମାଣର ଆମ୍ବ ଉତ୍ପାଦନ ହୋଇଥିବାରୁ ବାହାରକୁ ରପ୍ତାନି ହୋଇପାରି ନ ଥିଲା। ଚଳିତବର୍ଷ କରୋନାର ଦ୍ୱିତୀୟ ଲହରି ଦେଶରେ ସତର୍କ ଘଣ୍ଟି ବଜାଇଥିବାବେଳେ ଆମ୍ବ ରପ୍ତାନି କମିବା ଆଶଙ୍କା ଦେଖାଦେଇଛି। ବର୍ଷକୁ ବର୍ଷ ଉତ୍ପାଦନ କମୁଥିବାରୁ ଚାଷୀମାନେ ଆମ୍ବ ଚାଷରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। ତେଣୁ ମ୍ୟାଙ୍ଗୋହବ୍‌ର ପୁନରୁଦ୍ଧାର ସହ ପ୍ରୋତ୍ସାହନ ମିଳିଲେ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ

ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

ଯୁଦ୍ଧ ମଧ୍ୟରେ ଉତ୍ତରାଧିକାରୀ ଘୋଷଣା କଲା ଇରାନ, ଜାଣନ୍ତୁ କିଏ ସେହି ମହମ୍ମଦ ବାଘେର

ନୂଆଦିଲ୍ଲୀ,୨୫।୩: ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନିଙ୍କ ମୃତ୍ୟୁ ପରେ, ଇରାନ ବ୍ରିଗେଡିୟର ଜେନେରାଲ ମହମ୍ମଦ ବାଘେର ଜୋଲକାଦରଙ୍କୁ ଏହାର ନୂତନ ସୁରକ୍ଷା ମୁଖ୍ୟ…

ଯୁଦ୍ଧ ଭିତରେ ‘ଏମରଜେନ୍ସି’ ଘୋଷଣା କଲା ଏହି ଦେଶ, ଲକ୍‌ଡାଉନ ପରି ବନ୍ଦ ହେଲା…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଚାପ ଏବେ ଫିଲିପାଇନ୍ସ ପର୍ଯ୍ୟନ୍ତ ପହଞ୍ଚିଛି। ସାତ ସମୁଦ୍ର ଦୂର। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ, ବିଶ୍ୱ ଇନ୍ଧନ ଯୋଗାଣ…

ଗୋଟି ଗୋଟି ସବୁ ଦେଶଠାରୁ ଯୁଦ୍ଧ କ୍ଷତି ଆଦାୟ କରିବ ଇରାନ, ଖେଳିଲା ବଡ଼ ଗେମ୍‌, ଏବେ ଭୋଗିବ ସାରା ବିଶ୍ୱ

ନୂଆଦିଲ୍ଲୀ, ୨୫।୩: ଟଳିନି ବିଶ୍ୱ ସଙ୍କଟ । ଯୁଦ୍ଧ ଦ୍ୱାରା ଏପର୍ଯ୍ୟନ୍ତ ହୋଇଥିବା କ୍ଷତି କେବଳ ଏକ ଝଲକ ଥିଲା। ପ୍ରକୃତ ସଙ୍କଟ ଏବେ ଆରମ୍ଭ ହୋଇଛି,…

ବାଇକରେ ଯାଉଥିବାବେଳେ ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍‌, ଘଟଣାସ୍ଥଳରେ…

ବାଣପୁର,୨୫।୩ (ଦିଲ୍ଲୀପ କୁମାର ସ୍ବାଇଁ ): ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ। ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ…

ଯୁଦ୍ଧ ଭିତରେ ତାଣ୍ଡବ କରିବ ବାତ୍ୟା, ଭୟଙ୍କର ଭାବରେ ଇରାନକୁ ମାଡ଼ି ଆସୁଛି…

ତେହରାନ,୨୫।୩: ଯୁଦ୍ଧଗ୍ରସ୍ତ ମଧ୍ୟପ୍ରାଚ୍ୟ ପାଇଁ, ଆଉ ଏକ ପ୍ରମୁଖ ଚ୍ୟାଲେଞ୍ଜ ଏବେ ଉଭା ହୋଇଛି। ଏଥର, ପ୍ରତିଦ୍ୱନ୍ଦ୍ୱୀ କୌଣସି ଦେଶ ନୁହେଁ, ବରଂ ପ୍ରକୃତି। ଏକ ଶକ୍ତିଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri