ମ୍ୟାଙ୍ଗୋ ହବ୍‌ ପରିତ୍ୟକ୍ତ

ଢେଙ୍କାନାଳ ଅଫିସ, ୧୬।୪

ଜାତୀୟସ୍ତରରେ ସୁନାମ ଅର୍ଜିଛି ଢେଙ୍କାନାଳର ଆମ୍ବ। ବିଦେଶରେ ମଧ୍ୟ ଏହାର ଆଦର କିଛି କମ୍‌ ନୁହେଁ। ଜିଲାର ଆମ୍ବ ଚାଷୀ ଏବଂ ଆମ୍ବ ବ୍ୟବସାୟକୁ ପ୍ରୋତ୍ସାହିତ କରିବାକୁ ସଦର ବ୍ଲକ ଗୋବିନ୍ଦପୁରଠାରେ ପ୍ରତିଷ୍ଠା ହୋଇଥିଲା ପନିପରିବା ବିପଣନ କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍‌। ତେବେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଏହା ଏବେ ପରିତ୍ୟକ୍ତ। ଏହାର ନିର୍ମାଣରେ ବ୍ୟୟ ହୋଇଥିବା ୧୧ କୋଟି ଟଙ୍କା ପାଣିରେ ପଡ଼ିଛି। କରୋନା ସଂକ୍ରମଣ କାରଣରୁ ୨ ବର୍ଷ ହେଲା ଆମ୍ବ ଉତ୍ପାଦନ କମିଛି। ଉତ୍ପାଦିତ ଫଳ ବିକ୍ରିବଟା ଲାଗି ଚାଷୀଙ୍କୁ କୌଣସି ପ୍ରୋତ୍ସାହନ ମିଳୁନାହିଁ। ଏଭଳି ସ୍ଥିତିରେ ‘ମ୍ୟାଙ୍ଗୋ ହବ୍‌’ର ପୁନରୁଦ୍ଧାର ଲାଗି ତତ୍ପରତା ପ୍ରକାଶ ନ ପାଇବା ଚାଷୀଙ୍କୁ ନିରାଶ କରିଛି।
ଢେଙ୍କାନାଳରୁ ଉତ୍ପାଦିତ ପ୍ରସିଦ୍ଧ ଦସେରୀ ଏବଂ ଆମ୍ବ୍ରପଲ୍ଲି ଆମ୍ବର ଚାହିଦା ଦିଲ୍ଲୀ, କୋଲକାତା, ବିହାର, ଝାଡ଼ଖଣ୍ଡ ସମେତ ପଡ଼ୋଶୀ ବାଂଲାଦେଶ ବଜାରରେ କାହିଁରେ କେତେ। ଜିଲାର ଜଳବାୟୁ ଆମ୍ବ ଉତ୍ପାଦନ ପାଇଁ ବେଶ୍‌ ଉପଯୋଗୀ। ଜିଲାର ଆମ୍ବ ଓ ପରିବା ଚାଷୀଙ୍କ ସୁବିଧା ପାଇଁ ୨୦୧୩ ଜୁନ୍‌ ୨୭ରେ ଉଦ୍ୟାନ କୃଷି ବିଭାଗ ଏବଂ ଚାଷୀଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ ପିପିପି ମୋଡ୍‌ରେ ଗୋବିନ୍ଦପୁର ନିକଟ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ୧୧କୋଟି ଟଙ୍କା ବ୍ୟୟରେ ପନିପରିବା ବିପଣନ କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ତନ୍ମଧ୍ୟରୁ ୧୦ କୋଟି ଟଙ୍କା ରାଜ୍ୟ ସରକାର ଏବଂ ୧ କୋଟି ଟଙ୍କା ଚାଷୀମାନେ ଦେଇଥିଲେ। ୨୦୧୪ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ତେବେ ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ୨ ବର୍ଷ ପରେ ଏହି ପ୍ରକଳ୍ପ ବନ୍ଦ ହୋଇଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଲଟାବୁଦାରେ ଭର୍ତ୍ତି ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଢେଙ୍କାନାଳ ଜିଲାରେ ଚାଷୀଙ୍କ ସୁବିଧା ପାଇଁ ଶୀତଳ ଭଣ୍ଡାରଟିଏ ନ ଥିବାବେଳେ ପନିପରିବା ବିପଣନ କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍‌ ଉତ୍ପାଦିତ ଫସଲର ସଂରକ୍ଷଣ ଲାଗି ଆଶା ସଞ୍ଚାର କରିଥିଲା। ତେବେ ଏହି ଆଶା ଅଧୁରା ରହି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ପ୍ରତିବର୍ଷ ଆମ୍ବ ଉତ୍ପାଦନ ପୂର୍ବରୁ ‘ମ୍ୟାଙ୍ଗୋ ହବ୍‌’ ପୁନରୁଦ୍ଧାର ହେବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ଜିଲା ପ୍ରଶାସନ, ଉଦ୍ୟାନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତରିକତା ପ୍ରକାଶ ପାଉନାହିଁ, ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଏ ସଂକ୍ରାନ୍ତରେ ଜିଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଲୋକନାଥ ଜେନା କୁହନ୍ତି, ଜିଲାରେ ଆମ୍ବ ଉତ୍ପାଦନ ସମ୍ପର୍କରେ ବିଭାଗ ନିକଟରେ କୌଣସି ସୂଚନା ନାହିଁ। ଚଳିତବର୍ଷ ୧୦୦ ହେକ୍ଟର ଜମିରେ ୩୦୦ ଚାଷୀ ଆମ୍ବ ଗଛ ଲଗାଇଛନ୍ତି। ଏହାକୁ ବାଦ୍‌ ଦେଲେ ନିଜସ୍ବ ଜମିରେ ବହୁ ଚାଷୀ ଆମ୍ବ ଚାଷ କରୁଛନ୍ତି। ମ୍ୟାଙ୍ଗୋ ହବ୍‌ ପୁନରୁଦ୍ଧାର ପାଇଁ ଯୋଜନା ଚାଲିଥିବା ସେ ସୂଚନା ଦେଇଛନ୍ତି।
କରୋନା ପାଇଁ କମିଛି ଉତ୍ପାଦନ
ଢେଙ୍କାନାଳ ଜିଲାରେ ୨୦୧୯ରେ ୪୩,୨୦୦ ମେଟ୍ରିକ ଟନ୍‌ ଆମ୍ବ ଉପତ୍ାଦନ ହୋଇଥିଲା। ୨୦୨୦ରେ କରୋନା ମହାମାରୀ କାରଣରୁ ଏହା ୧୫,୨୪୦ ମେଟ୍ରିକ ଟନ୍‌କୁ ହ୍ରାସ ପାଇଥିଲା। ଗତବର୍ଷ କମ୍‌ ପରିମାଣର ଆମ୍ବ ଉତ୍ପାଦନ ହୋଇଥିବାରୁ ବାହାରକୁ ରପ୍ତାନି ହୋଇପାରି ନ ଥିଲା। ଚଳିତବର୍ଷ କରୋନାର ଦ୍ୱିତୀୟ ଲହରି ଦେଶରେ ସତର୍କ ଘଣ୍ଟି ବଜାଇଥିବାବେଳେ ଆମ୍ବ ରପ୍ତାନି କମିବା ଆଶଙ୍କା ଦେଖାଦେଇଛି। ବର୍ଷକୁ ବର୍ଷ ଉତ୍ପାଦନ କମୁଥିବାରୁ ଚାଷୀମାନେ ଆମ୍ବ ଚାଷରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। ତେଣୁ ମ୍ୟାଙ୍ଗୋହବ୍‌ର ପୁନରୁଦ୍ଧାର ସହ ପ୍ରୋତ୍ସାହନ ମିଳିଲେ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri