ଆରମ୍ଭରୁ ଅବ୍ୟବସ୍ଥା: ଖୋଲିଲା ମଣ୍ଡି, ଉଠିଲାନି ଧାନ

ଭବାନୀପାଟଣା,୨୯ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶନିବାରଠାରୁ ଚଳିତ ଖରିଫ ଧାନ ପାଇଁ ମଣ୍ଡିର ଶୁଭାରମ୍ଭ ହୋଇଛି। ଜିଲାର ପ୍ରଥମ କରି ଗୋଲାମୁଣ୍ଡା ବ୍ଲକ ଘୋଟିଆ ମଣ୍ଡିରୁ ଏହାର ଶୁଭାରମ୍ଭ ହୋଇଥିବାବେଳେ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମଣ୍ଡି ଖୋଲିଥିଲେ ମଧ୍ୟ ମିଲର୍ସ ଆସି ନ ଥିବାରୁ ଚାଷୀଙ୍କ ବସ୍ତାଏ ବି ଧାନ ଉଠି ପାରିନାହିଁ। ଯାହାଫଳରେ କେବଳ ପୂଜାର୍ଚ୍ଚନା ଓ ନଡ଼ିଆ ଭଙ୍ଗାରେ ମଣ୍ଡି ଉଦ୍‌ଘାଟନ ସୀମିତ ରହିଯାଇଛି। ମଣ୍ଡି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଜିଲାପାଳ ପ୍ରେକ୍ଷା ଅଗ୍ରଓ୍ବାଲ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜାତା ମିଶ୍ର ସମେତ ଆର୍‌ଏମ୍‌ସି କର୍ମଚାରୀ,ସ୍ଥାନୀୟ ଚାଷୀ ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗତ ବର୍ଷ ଖରିଫ ଓ ରବି ଋତୁର ଧାନକୁ ଏଫ୍‌ସିଆଇ ଡେଲିଭରି ନେଇ ନ ଥିବା ଯୋଗୁ ବର୍ତ୍ତମାନ ବି ଜିଲାରେ ୩୦ ହଜାର କିଣ୍ଟାଲ ଧାନ ବିଭିନ୍ନ ମିଲ୍‌ରେ ଗଚ୍ଛିତ ରହିଛି ବୋଲି ମିଲର୍ସ ଅଭିଯୋଗ ଆଣିଛନ୍ତି। ଆଉ ଏବେ ଯଦି ଧାନ ଉଠାଇଲେ ସେହି ଧାନକୁ କେଉଁଠି ରଖିବେ ବୋଲି ପ୍ରଶ୍ନ କରିଛନ୍ତି ମିଲର୍ସ । ସେଥିପାଇଁ ମିଲର୍ସମାନେ ଚୁକ୍ତିନାମା କରି ନ ଥିବାରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଯାହାଫଳରେ ଆରମ୍ଭରୁ ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ଚଳିତ ଖରିଫ ଧାନ ବିକ୍ରୟ କରିବା ପାଇଁ ୧ ଲକ୍ଷ ୨୧ ହଜାର ୧୮୧ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ସେହିପରି ଜିଲାରେ ଚଳିତ ବର୍ଷ ୨୨୩ଟି ଧାନ କ୍ରୟ କେନ୍ଦ୍ର କରାଯାଇଥିବାବେଳେ ୨୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଅବଶିଷ୍ଟ ପ୍ୟାକ୍ସ ଓ ଲ୍ୟାମ୍ପ୍‌ସ ଦ୍ୱାରା ଧାନ ସଂଗ୍ରହ କରାଯିବ। ଏହାସହ ଧାନ ଉଠାଣ ଏଥର ୯୦ଟି ରାଇସ୍‌ ମିଲ୍‌କୁ ନିୟୋଜିତ କରାଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri