ଯାଞ୍ଚ କରିବ ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ ଅଫିସ,୨୯।୮: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭରେ ଥିବା କିଛି ସୂକ୍ଷ୍ମ ଫାଟକୁ ନେଇ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଫାଟ ୧୯୭୦-୭୫ ମସିହାଠାରୁ ଦେଖିବାକୁ ମିଳୁଥିବା ଶ୍ରୀମନ୍ଦିରର କେତେଜଣ ସେବାୟତ କହିଛନ୍ତି। ତେବେ ଦୀର୍ଘବର୍ଷ ଧରି ସେହି ସ୍ଥାନଗୁଡ଼ିକୁ ମରାମତି କାହିଁକି କରାଯାଉନାହିଁ ବୋଲି ଭକ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅରୁଣସ୍ତମ୍ଭ ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ। ଏହା ଭୂମିଠାରୁ ପ୍ରାୟ ୧୭ ଫୁଟ୍‌ ଉଚ୍ଚରେ ପୂର୍ବମୁହାଁ ହୋଇ ରହିଛି। ବାଇଶିପାହାଚ ପଟକୁ ଥିବା ଅରୁଣସ୍ତମ୍ଭର ଭାଗରେ ଏଭଳି ତିନୋଟି ସ୍ଥାନ ରହିଛି, ଯେଉଁଠାରେ ଗାର ପଡ଼ିବା ପରି ସୂକ୍ଷ୍ମ ଫାଟ ହୋଇଥିବା ଦେଖାଯାଉଛି। ଏସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ)ର ପୁରୀ ସର୍କଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୧୯୭୦ ମସିହାଠାରୁ ରହିଥିବା ସମ୍ପୃକ୍ତ ସ୍ଥାନକୁ ଅଧିକାରୀ ଓ ସେବାୟତମାନେ ଦେଖୁଛନ୍ତି। ଏହା ଆଦୌ ନୂଆ ନୁହେଁ। ଏହାକୁ ଫାଟ କିମ୍ବା ଖାଲ ବୋଲି କୁହାଯାଇପାରିବ ନାହିଁ। ଦୀର୍ଘବର୍ଷ ଧରି ଗୋଟିଏ ପଥର ମୂଳରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଲିସ ରହିବା ସମ୍ଭବପର ନୁହେଁ। ତେବେ ଏନେଇ କ’ଣ ପଦକ୍ଷେପ ନିଆଯାଇପାରିବ ସେ ସଂକ୍ରାନ୍ତରେ ଏଏସ୍‌ଆଇ ବିଚାର କରୁଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତି, ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏନେଇ ଚର୍ଚ୍ଚା ଚାଲିଛି। ତେବେ କାହାକୁ ଫାଟ ବୋଲି କୁହାଯାଉଛି ସେନେଇ ପ୍ରଥମେ ସ୍ପଷ୍ଟ ହେବା ଦରକାର। କିଏ ଏ ସଂକ୍ରାନ୍ତରେ ଅନୁସନ୍ଧାନ କଲେ ତାହା ଜାଣିବାକୁ ଚାହିଁବୁ। କୌଣସି ଏଜେନ୍ସି, ଏଏସ୍‌ଆଇ ଟିମ୍‌ କିମ୍ବା ଚୂନରା ସେବାୟତଙ୍କ ପକ୍ଷରୁ ଯଦି ଅରୁଣସ୍ତମ୍ଭ ଯାଞ୍ଚ କରି ସମ୍ପୃକ୍ତ ସ୍ଥାନ ଚିହ୍ନଟ କରାଯାଇଛି, ତେବେ ତାହା ପ୍ରଥମେ ସାର୍ବଜନୀନ ହେବା ଦରକାର। ସୋମବାର (୨୯ ତାରିଖ) ଶ୍ରୀମନ୍ଦିର ପରିଚାଳନା କମିଟିର ବିଭିନ୍ନ ନିଯୋଗ ସହ ଆଲୋଚନା ରହିଛି। ଉକ୍ତ ବୈଠକରେ ଚୂନରା ସେବାୟତଙ୍କୁ ଏ ସମ୍ପର୍କରେ ପଚରାଯିବ ଓ ଘଟଣାର ସତ୍ୟତା ଯାଞ୍ଚ କରାଯିବ। ଅନ୍ୟପକ୍ଷରେ ସେବାୟତ ରାଜକିଶୋର ପତି କହିଛନ୍ତି, କୌଣସି ନୂଆ ଘଟଣା ଘଟିନାହିଁ। ଗଣମାଧ୍ୟମ ପ୍ରାୟ ପ୍ରତିବର୍ଷ ଏହି ପ୍ରସଙ୍ଗ ନିଜେ ଉଠାଉଛି। ଫାଟ କଥା ସତ ନୁହେଁ। ଏଏସ୍‌ଆଇ ଚାହିଁଲେ ଏହାକୁ ସାମାନ୍ୟ ପଲିସ କରିପାରିବ, ଯାହାଫଳରେ ଅରୁଣସ୍ତମ୍ଭ ଅଧିକ ସୁନ୍ଦର ଦିଶିବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri