ଯାଞ୍ଚ କରିବ ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ ଅଫିସ,୨୯।୮: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭରେ ଥିବା କିଛି ସୂକ୍ଷ୍ମ ଫାଟକୁ ନେଇ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଫାଟ ୧୯୭୦-୭୫ ମସିହାଠାରୁ ଦେଖିବାକୁ ମିଳୁଥିବା ଶ୍ରୀମନ୍ଦିରର କେତେଜଣ ସେବାୟତ କହିଛନ୍ତି। ତେବେ ଦୀର୍ଘବର୍ଷ ଧରି ସେହି ସ୍ଥାନଗୁଡ଼ିକୁ ମରାମତି କାହିଁକି କରାଯାଉନାହିଁ ବୋଲି ଭକ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅରୁଣସ୍ତମ୍ଭ ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ। ଏହା ଭୂମିଠାରୁ ପ୍ରାୟ ୧୭ ଫୁଟ୍‌ ଉଚ୍ଚରେ ପୂର୍ବମୁହାଁ ହୋଇ ରହିଛି। ବାଇଶିପାହାଚ ପଟକୁ ଥିବା ଅରୁଣସ୍ତମ୍ଭର ଭାଗରେ ଏଭଳି ତିନୋଟି ସ୍ଥାନ ରହିଛି, ଯେଉଁଠାରେ ଗାର ପଡ଼ିବା ପରି ସୂକ୍ଷ୍ମ ଫାଟ ହୋଇଥିବା ଦେଖାଯାଉଛି। ଏସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ)ର ପୁରୀ ସର୍କଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୧୯୭୦ ମସିହାଠାରୁ ରହିଥିବା ସମ୍ପୃକ୍ତ ସ୍ଥାନକୁ ଅଧିକାରୀ ଓ ସେବାୟତମାନେ ଦେଖୁଛନ୍ତି। ଏହା ଆଦୌ ନୂଆ ନୁହେଁ। ଏହାକୁ ଫାଟ କିମ୍ବା ଖାଲ ବୋଲି କୁହାଯାଇପାରିବ ନାହିଁ। ଦୀର୍ଘବର୍ଷ ଧରି ଗୋଟିଏ ପଥର ମୂଳରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଲିସ ରହିବା ସମ୍ଭବପର ନୁହେଁ। ତେବେ ଏନେଇ କ’ଣ ପଦକ୍ଷେପ ନିଆଯାଇପାରିବ ସେ ସଂକ୍ରାନ୍ତରେ ଏଏସ୍‌ଆଇ ବିଚାର କରୁଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତି, ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏନେଇ ଚର୍ଚ୍ଚା ଚାଲିଛି। ତେବେ କାହାକୁ ଫାଟ ବୋଲି କୁହାଯାଉଛି ସେନେଇ ପ୍ରଥମେ ସ୍ପଷ୍ଟ ହେବା ଦରକାର। କିଏ ଏ ସଂକ୍ରାନ୍ତରେ ଅନୁସନ୍ଧାନ କଲେ ତାହା ଜାଣିବାକୁ ଚାହିଁବୁ। କୌଣସି ଏଜେନ୍ସି, ଏଏସ୍‌ଆଇ ଟିମ୍‌ କିମ୍ବା ଚୂନରା ସେବାୟତଙ୍କ ପକ୍ଷରୁ ଯଦି ଅରୁଣସ୍ତମ୍ଭ ଯାଞ୍ଚ କରି ସମ୍ପୃକ୍ତ ସ୍ଥାନ ଚିହ୍ନଟ କରାଯାଇଛି, ତେବେ ତାହା ପ୍ରଥମେ ସାର୍ବଜନୀନ ହେବା ଦରକାର। ସୋମବାର (୨୯ ତାରିଖ) ଶ୍ରୀମନ୍ଦିର ପରିଚାଳନା କମିଟିର ବିଭିନ୍ନ ନିଯୋଗ ସହ ଆଲୋଚନା ରହିଛି। ଉକ୍ତ ବୈଠକରେ ଚୂନରା ସେବାୟତଙ୍କୁ ଏ ସମ୍ପର୍କରେ ପଚରାଯିବ ଓ ଘଟଣାର ସତ୍ୟତା ଯାଞ୍ଚ କରାଯିବ। ଅନ୍ୟପକ୍ଷରେ ସେବାୟତ ରାଜକିଶୋର ପତି କହିଛନ୍ତି, କୌଣସି ନୂଆ ଘଟଣା ଘଟିନାହିଁ। ଗଣମାଧ୍ୟମ ପ୍ରାୟ ପ୍ରତିବର୍ଷ ଏହି ପ୍ରସଙ୍ଗ ନିଜେ ଉଠାଉଛି। ଫାଟ କଥା ସତ ନୁହେଁ। ଏଏସ୍‌ଆଇ ଚାହିଁଲେ ଏହାକୁ ସାମାନ୍ୟ ପଲିସ କରିପାରିବ, ଯାହାଫଳରେ ଅରୁଣସ୍ତମ୍ଭ ଅଧିକ ସୁନ୍ଦର ଦିଶିବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri