ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମଣିଷର ମାନବିକତାକୁ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରଛୁଆକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ବିପଦପୂର୍ଣ୍ଣ ଅବସ୍ଥାରେ ସେ ଏକ ଜଳାଶୟରୁ କୁକୁରଛୁଆକୁ ଉଦ୍ଧାର କରୁଛନ୍ତି। ଯାହାକୁ ଦେଖିଲେ ଯେ କେହି ବ୍ୟକ୍ତିଙ୍କୁ ପ୍ରଶଂସା ନ କରି ରହିପାରିବେନି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Be kind to all kind..
Not just mankind.🎬:Ramblings pic.twitter.com/58XPpfOsGo
— Susanta Nanda IFS (@susantananda3) October 13, 2020