Categories: ଫୁରସତ

ଜନଶୂନ୍ୟ ରାସ୍ତାରେ ଯାଉଥିଲେ ବ୍ୟକ୍ତି, ଦୌଡ଼ି ଆସି ମାଙ୍କଡ ଦେଲା ଧକ୍କା: ଆଉ ତା’ ପରେ…

ମାଙ୍କଡ଼କୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ହସକୁ ନିୟନ୍ତ୍ରଣ କରିପାରିବେ ନାହିଁ। ମାଙ୍କଡଟି ରାସ୍ତାରେ ଯାଉଥିବା ଲୋକକୁ ଏମତି ଏକ ଧକ୍କା ଦେଉଛି। ବ୍ୟକ୍ତି ଜଣକ ତଳେ ପଡ଼ି ପଛକୁ ଚାହୁଁଛନ୍ତି। ତାଙ୍କୁ କିଏ ଧକ୍କା ଦେଲା। ମାତ୍ର ସେତେବେଳେ ମାଙ୍କଡ଼ଟି ଏକ କାର୍‌ ଉପରେ ଚଢ଼ି ଗଛ ଉପରକୁ ପଳାଉଛି। ଯେହେତୁ ରାସ୍ତାରେ କେହି ନ ଥିଲେ ଲୋକଟି ଡରିଯାଇ ପଛକୁ ଚାହୁଁଛି। ପରେ କେହି ନ ଥିବା ଦେଖି ହାତରୁ ପଡ଼ିଯାଇଥିବା ବ୍ୟାଗକୁ ନେଇ ପଳାଉଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ଫେକ୍‌ ଏନ୍‌କାଉଣ୍ଟର ..। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share