ଉପ-ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀଙ୍କ ଉନ୍ମତ୍ତ କାଣ୍ଡ, ବ୍ୟକ୍ତିଙ୍କୁ କାର୍‌ ଭିତରୁ ଟାଣି ଆଣି ରାସ୍ତାରେ ପିଟିଲେ

ଦକ୍ଷିଣ ଆଫ୍ରିକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦ. ଆଫ୍ରିକାର କେପ୍‌ ଟାଉନ,୫।୭: ଉପରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ ଦଳ ଜଣେ ବ୍ୟକ୍ତିଙ୍କୁ କାର ଭିତରୁ ଟାଣି ବିଚ୍‌ ରାସ୍ତାରେ ପିଟିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ସୁରକ୍ଷା ଅଧିକାରୀ ଉକ୍ତ ବ୍ୟକ୍ତିଙ୍କୁ ଦଳବଦ୍ଧ ହୋଇ ମାଡ ମାରୁଛନ୍ତି। ଯାହା ପରେ ବ୍ୟକ୍ତି ରାସ୍ତାରେ ଅଚେତ ହୋଇପଡିଛନ୍ତି। ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ, ଏହି ସମସ୍ତ ଅଧିକାରୀ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ ମାସାଟାଇଲଙ୍କ ସୁରକ୍ଷା କର୍ମୀ। ଏନେଇ ପଲ ମିସାଟାଇଲଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭିଡିଓରେ ପଲ ମାସାଟାଇଲ ଦୃଶ୍ୟମାନ ହେଉନାହାନ୍ତି। ସ୍ବତନ୍ତ୍ର ପୋଲିସ ଯାଞ୍ଚ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ କରୁଛି।

Share