Categories: ଫୁରସତ

କାନ୍ଥରେ ସ୍ପାଇଡର ପରି ଦୌଡୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ ଆଉ କିଛି ଭାବପ୍ରବଣ କରିଦିଏ। ଆଉ କିଛି ଭିଡିଓ ଚକିତ ବି କରେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ଭିଡିଓରେ ଜଣେ ବ୍ୟକ୍ତି ସ୍ପାଇଡର ପରି କାନ୍ଥରେ ଚଢୁଛନ୍ତି। ଲୋକମାନେ ତାଙ୍କର ଏପରି ପ୍ରତିଭା ଦେଖି ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରୁଛନ୍ତି। ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଶେୟାର କରିସାରିଲେଣି।

 

ବ୍ୟକ୍ତି ଜଣକ କାନ୍ଥରେ ଦ୍ରୁତ ଗତିରେ ଦୌଡୁଛନ୍ତି। ସାଧାରଣତଃ ଏପରି କାନ୍ଥରେ ଜଣେ ମଣିଷ ଗୋଟିଏ ପାଦ ବି ଚାଲି ପାରିବ ନାହିଁ, କିନ୍ତୁ ଏହି ବ୍ୟକ୍ତି ଆଖି ପିଛୁଳାକେ ଦୌଡ଼ିପାରନ୍ତି ଏବଂ ଅଧା କାନ୍ଥ ଅତିକ୍ରମ କରନ୍ତି। ଅବଶ୍ୟ, ଏହା ପରେ ତାଙ୍କ ପାଦ ଖସିଗଲା ଏବଂ ସେ ସିଧା ପାଣି ଭିତରକୁ ଖସିପଡ଼ିଲେ। ଭିଡିଓରେ ତାଙ୍କର ଏପରି ବିପଜ୍ଜନକ ଷ୍ଟଣ୍ଟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇ୍‌ନଷ୍ଟାଗ୍ରାମରେ କ୍ୱିନୋନେରୋଲ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୪୧ କୋଟିରୁ ଅଧିକ ଲୋକ ଦେଖିଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ଏହି କ୍ଲିପ୍‌ ପସନ୍ଦ କରିଛନ୍ତି। ଲୋକମାନେ ଭିଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର ଉକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା କରି କହିଛନ୍ତି, ପାଦ ଖସି ନ ଥିଲେ ସେ ସଫଳତା ପାଇଥାନ୍ତେ।

Share