Categories: ଫୁରସତ

ମାନବିକତାର ପରିଚୟ ଦେଲେ ଏହି ବ୍ୟକ୍ତି: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ହରିଣକୁ

ଜଣେ ବ୍ୟକ୍ତି ପ୍ରକୃତ ମାନବିକତାର ପରିଚୟ ଦେଖାଇଛନ୍ତି। ସେ ନିଜ ଜୀବନକୁ ବାଜି ଲଗାଇ ନଦୀରେ ଫସିରହିଥିବା ଏକ ହରିଣକୁ ପଞ୍ଚାଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ହରିଣ ନଦୀରେ ଫସି ରହିଥିବା ଦେଖିବାକୁ ମିଳୁଛି। ତାକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ଦଉଡ଼ି ସାହାଯ୍ୟରେ ତଳକୁ ଓହ୍ଲାଇ ହରିଣର ଲାଞ୍ଜକୁ ଟାଣି ଉପରକୁ ଉଠାଉଛନ୍ତି। ଏହି ଭିଡିଓକୁ ଭାରତୀୟ ବନସେନା ଅଧିକାରୀ ରମେଶ ପାଣ୍ଡେ ଟୁଇଟରରେ ଶେୟାର କରିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ଭିଡିଓଟିକୁ ୧୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

Share