Categories: ଫୁରସତ

ଜୀବନକୁ ବାଜି ଲଗାଇ ସାପକୁ ଏମିତି ଉଦ୍ଧାର କଲେ ବ୍ୟକ୍ତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସାପ ଗଭୀର ପାଣି କୁଣ୍ଡରେ ପଡ଼ିଥିବା ବେଳେ ଜଣେ ଲୋକ ଜୀବନକୁ ବାଜି ଲଗାଇ ସେଇ କୁଣ୍ଡକୁ ଡେଇଁ ସାପକୁ କଡକୁ ନେଉଛନ୍ତି। ପରେ ଜଣକ ପରେ ଜଣେ ସାପକୁ ଉଦ୍ଧାର କରିଛନ୍ତି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share