ବିଗ୍‌ ବିଙ୍କୁ ଜଣେ ବ୍ୟକ୍ତି କହିଲେ ‘ଆପଣ କୋଭିଡ-୧୯ରେ ମରିଯାଆନ୍ତୁ’; ଆଉ ତା ପରେ..

ବମ୍ବେ: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଜୁଲାଇ ୧୧ରେ ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରି ନାନାଦି ପୂଜା, ହୋମଯଜ୍ଞ, ଅଭିଶେକ କରୁଥିବା ନଜିରକୁ ଆସୁଛି। ହେଲେ ଏହି ସମୟରେ ଜଣେ ବ୍ୟକ୍ତି ଅମିତାଭଙ୍କୁ କଟୁ ମନ୍ତବ୍ୟ ଦେଇଛନ୍ତି। ବିଗ୍‌ ବି କୋଭିଡ-୧୯ରେ ମରିଯାଆନ୍ତୁ ବୋଲି ସେ ଚାହାନ୍ତି ବୋଲି କହିଥିଲେ। ଏହା ଶୁଣି ରାଗି ଯାଇଛନ୍ତି ଅମିତାଭ।

ନିକଟରେ ଏକ ବ୍ଲଗରେ ସେ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମିଷ୍ଟର ଅଜ୍ଞାତ। ତୁମେ ତୁମ ବାପାଙ୍କ ନାମ ଲେକିନାହିଁ। କାରଣ ସେ କିଏ ତୁମେ ଜାଣିନ। ଏବେ ଦୁଇଟି ଜିନିଷ ହୋଇପାରେ। ମୁଁ ବଞ୍ଚିପାରେ ନଚେତ ମରିଯାଇପାରେ। ଯଦି ମୁଁ ମରିଗଲି ତେବେ ତୁମେ ଏଭଳି ନିନ୍ଦା କରିବା କାମ ଆଉ କରିପାରିବ ନାହିଁ। ହେଲେ ଭଗବାନଙ୍କ ଆଶୀର୍ବାଦରେ ଯଦି ମୁଁ ବଞ୍ଚିଯାଏ ତେବେ ତୁମେ ଲୋକମାନଙ୍କ ପ୍ରତିହିଂସା ଦେଖିବ। କେବଳ ମୁଁ ନୁହେଁ ମୋର ନଅ କୋଟି ଫଲୋଅର୍ସ ତୁମ ଉପରେ ନିଜର ରାଗ ଶୁଝାଇବେ। ତାହା ତୁମେ ହଜମ କରିପାରିଲେ ହେଲା। ମୋତେ ଖାଲି ଏତିକି କହିବାକୁ ପଡ଼ିବ, ଗୁଳି ଚଳାଇଦିଅ। ଶେଷରେ ଅମିତାଭ ଲେଖିଛନ୍ତି, ମାରିଚ, ଅହିରାବନ, ମହିଷାଷୁର, ଅସୁର ଭଳି ତୁମେ। ଆମର ଯଜ୍ଞ ଆରମ୍ଭ ହେବା ପରେ, ତୁମେ କଷ୍ଟ ପାଇବ।

କହିରଖୁଛୁ, କେବଳ ଯେ ଅମିତାଭ ତାହା ନୁହେଁ, ପୁଅ ଅଭିଷେକ, ବୋହୁ ଐଶ୍ୱର୍ଯ୍ୟ ଏବଂ ନାତୁଣୀ ଆରାଧ୍ୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ବୋହୂ-ନାତୁଣୀ ସୁସ୍ଥ ହୋଇ ଫେରିଥିବା ବେଳେ ମହାନାୟକଙ୍କ ଚିକିତ୍ସା ନାନାବତୀ ହସ୍ପିଟାଲ୍‌ରେ ଜାରି ରହିଛି। ଏହି ସମୟରେ ସେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ଦେଖାଯାଉଛି।

Share