ମା’ଙ୍କ ମୃତ୍ୟୁପରେ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ତଥା ଭାଜପା ନେଥା ବାବୁଲ ସୁପ୍ରିୟୋଙ୍କ ମା’ଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମା’ଙ୍କ ମୃତ୍ୟୁ ପରେ ସୁପ୍ରିୟୋ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି। ମା’ଙ୍କର ଏକ ପୁରୁଣା ଫଟୋ ଶେୟାର କରି ସେ ଲେଖିଛନ୍ତି, ମା’ ତୋର ପୁଅ ୨୦ ଘଣ୍ଟାରେ ଆହୁରି ୨୦ ବର୍ଷ ବଡ଼ ହୋଇଯାଇଛି। ମା’ ଚାଲିଯାଇଛନ୍ତି, ସେ ଆଉ କେବେ ଫେରିବେ ନାହିଁ। ମୁଁ ମୋର ପ୍ରତି ଜନ୍ମରେ ତାଙ୍କୁ ମା’ ରୂପରେ ପାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଏଥିସହ ଏହି ଦୁଃଖଦ ସମୟରେ ଯେଉଁମାନେ ତାଙ୍କ ସହ ଛିଡା ହୋଇଛନ୍ତି ସେ ମସସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share