ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି କ୍ଷେତ୍ର ମନଲୋଭା ହୋଇଛି। ଭୁବନେଶ୍ୱରରୁ ଏହାର ଦୂରତା ୧୪୦ କି.ମି.। ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଆସିବାବେଳେ ଛତ୍ରପୁର ପୂର୍ବରୁ ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି ତାମ୍ପରା ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ କ୍ଲବ। ଏଠାକୁ ଆସିବା ଲାଗି ଭୁବନେଶ୍ୱରରୁ ଛତ୍ରପୁରକୁ ରେଳ ଯୋଗାଯୋଗ ରହିଛି। ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଆସୁଥିବା ବସ୍‌ ଯୋଗେ ପର୍ଯ୍ୟଟକ ସେଠାକୁଯାଇପାରୁଛନ୍ତି। ହ୍ରଦକୁ ରାମସାରର ଅନ୍ତର୍ଜାତୀୟ ଓ୍ବେଟ୍‌ଲାଣ୍ଡ୍‌ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି।

Share
Tags: tampara lake