କୋଭିଡ୍‌ ପରିଚାଳନାରେ ପ୍ରମୁଖ ଅସ୍ତ୍ର ସିଏମ୍‌ଏସ୍‌

ଅନୁଗୋଳ ଅଫିସ, ୧୨ା୬ କରୋନାର ଦ୍ୱିତୀୟ ଲହର ଭୟାନକ ସାବ୍ୟସ୍ତ ହୋଇଛି। ଏଥିରେ ଦ୍ରୁତ ସଂକ୍ରମଣ ସହ ଅଧିକ ମୃତ୍ୟୁ ଦେଖିବାକୁ ମିଳିଛି। କେବଳ ମେ’ ମାସରେ ଅନୁଗୋଳ ଜିଲାରେ ୧୮ ହଜାର ୪୯୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୬ ଜଣଙ୍କ ଜୀବନ ଯାଇଛି। ଜିଲାରେ ଅକ୍ସିଜେନର ଅଭାବ ନ ଥିଲେ ମଧ୍ୟ ଗତ ମାସରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ସମସ୍ତଙ୍କୁ ଆବଶ୍ୟକ ସମୟରେ ଚିକିତ୍ସା ଯୋଗାଇଦେବା ପ୍ରଶାସନ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଥିଲା। ଏପରି ସମୟରେ କୋଭିଡ୍‌ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (ସିଏମ୍‌ଏସ୍‌) ଆରମ୍ଭ ସହ ଏହାକୁ ପ୍ରମୁଖ ଅସ୍ତ୍ର କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ସଂକ୍ରମିତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆବଶ୍ୟକ ଆମ୍ବୁଲାନ୍ସ, ଅକ୍ସିଜେନ, ମେଡିକାଲ ସହାୟତା ଦିଗରେ ୨୪ ଘଣ୍ଟିଆ ସେବା ଜାରି ରଖାଯାଇଥିଲା। ଏହାଦ୍ୱାରା କୋଭିଡ୍‌କୁ ନେଇ ଆସୁଥିବା ନାନା ଆପତ୍ତି ଅଭିଯୋଗ ହ୍ରାସ ପାଇଥିଲା। ରାଜ୍ୟ ସରକାରଙ୍କ ୫-ଟି ବିଭାଗ ପକ୍ଷରୁ ଏହାକୁ ପ୍ରଶଂସା କରାଯିବା ପରେ ଅନୁଗୋଳ ଜିଲା ପ୍ରଶାସନ ଅଧିକ ଉତ୍ସାହର ସହ କାର୍ଯ୍ୟ କରୁଛି।
ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତଦାରଖରେ ମେ ୨୨ ତାରିଖରୁ କୋଭିଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (ସିଏମ୍‌ଏସ୍‌) ଜିଲାରେ ଆରମ୍ଭ ହୋଇଛି। ଖୋଲାଯାଇଥିବା କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ରେ ଯେପରି କୋଭିଡ୍‌ ସମ୍ପର୍କିତ ସବୁ ସୂଚନା ଉପଲବ୍ଧ ହେବ ସେ ନେଇ ବ୍ୟବସ୍ଥା କରାଯାଇଛି। ଜିଲାର ସମସ୍ତ ଆମ୍ବୁଲାନ୍ସରେ ଜିପିଏସ୍‌ ସିଷ୍ଟମ ଲଗାଯିବା ସହ ସେଣ୍ଟ୍ରାଲ ହେଲ୍ପ ଡେସ୍କ ବା କଲ୍‌ ସେଣ୍ଟର ଖୋଲାଯାଇଛି। କରୋନା ସଂକ୍ରମିତ, କୋଭିଡ୍‌ ମେଡିକାଲ ବେଡ୍‌ ଉପଲବ୍ଧ ସମ୍ପର୍କରେ ସମୂର୍ଣ୍ଣ ତଥ୍ୟ ଏହି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍‌ ରୁମ୍‌ରୁ ପ୍ରଦାନ କରାଯାଉଛି। କେଉଁ ମେଡିକାଲରେ କେତେ ବେଡ୍‌ ରହିଛି, କେତେ ଅକ୍ସିଜେନ୍‌ ଉପଲବ୍ଧ ରହିଛି, କେଉଁ ରୋଗୀଙ୍କୁ ଘରୁ କିମ୍ବା ମେଡିକାଲରୁ ଅନ୍ୟତ୍ର କେଉଁ ଆମ୍ବୁଲାନ୍ସ ଦ୍ୱାରା ନିଆଯିବ ତାହାର ପରିଚାଳନା ଏହି ସିଏମ୍‌ଏସ୍‌ କଣ୍ଟ୍ରୋଲ ରୁମ୍‌ରୁ କରାଯାଉଛି। ସେହିପରି ମେଡିକାଲ, କୋଭିଡ୍‌ କେୟାର ସେଣ୍ଟରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସମ୍ପର୍କରେ ପରିବାର ଲୋକେ ଏହି କଣ୍ଟ୍ରୋଲ ରୁମ୍‌ରୁ ତଥ୍ୟ ପାଇପାରୁଛନ୍ତି। ଘରେ ସଙ୍ଗରୋଧରେ ଥିବା ସଂକ୍ରମିତମାନେ ମଧ୍ୟ କଣ୍ଟ୍ରୋଲ ରୁମ୍‌ରେ ଉପଲବ୍ଧ ଡାକ୍ତରଙ୍କ ସହ ଯୋଗାଯୋଗ କରି ଔଷଧ ପରାମର୍ଶ ପାଇପାରୁଛନ୍ତି। କେଉଁ ଅଞ୍ଚଳରେ ଟିକା ପ୍ରଦାନ କରାଯିବ, ଉକ୍ତ ତଥ୍ୟ ମଧ୍ୟ ଲୋକମାନେ ଏହି ସହାୟତା କେନ୍ଦ୍ରରୁ ବୁଝିନେଉଛନ୍ତି। ଏହି ସିଏମ୍‌ଏସ୍‌ ପରିଚାଳନା ନିମନ୍ତେ ଜଣେ ମ୍ୟାନେଜରଙ୍କ ସହ ମୋଟ୍‌ ୪୦ ଜଣ ନିୟୋଜିତ ଅଛନ୍ତି। ଏଥିପାଇଁ ୪ଟି ଟିମ୍‌ କରାଯାଇଥିବାବେଳେ ଏଥିରେ ଡାକ୍ତର, ପରିବହନ କର୍ମଚାରୀ, ପ୍ରଶାସନିକ କର୍ମଚାରୀ, ହେଲ୍ପ ଡେସ୍କ କର୍ମଚାରୀ ରହିଛନ୍ତି। ନୂଆ ବ୍ୟବସ୍ଥା ଭାବେ ଏଥିରେ ଇ-ପାସ୍‌କୁ ଯୋଡ଼ାଯାଇଛି। ବିବାହ, ବ୍ରତ, ଅନ୍ତ୍ୟେଷ୍ଟିକ୍ରିୟା ଓ ଜରୁରୀ କାର୍ଯ୍ୟ ପାଇଁ ଅନ୍ୟତ୍ର ଗ୍ରସ୍ତ କରିବାକୁ ଚାହଁୁଥିବା ବ୍ୟକ୍ତିମାନେ ଏହି ସିଏମ୍‌ଏସ୍‌ ଓ୍ବେବ୍‌ସାଇଟ୍‌ରୁ ଆବଶ୍ୟକ ଅନୁମତି ପାଇପାରୁଛନ୍ତି। ଇତିମଧ୍ୟରେ ୯୦ ଜଣ ଇ-ପାସ୍‌ ପାଇଁ ଆବେଦନ କରିଥିବାବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୫ ହଜାର ଲୋକ ୱେବ୍‌ସାଇଟ୍‌ ସର୍ଚ୍ଚ କରିସାରିଛନ୍ତି। ୧୦ ତାରିଖ ସୁଦ୍ଧା ୨୦ ହଜାର ଫୋନ୍‌ କଲ୍‌ ଏହି ସିଏମ୍‌ଏସ୍‌କୁ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ତ୍ୱରିତ ଚିକିତ୍ସା ଯୋଗାଇବା ମୁଖ୍ୟ ଉଦ୍ଦେଶ୍ୟ
ଜିଲାରେ କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ସିଏମ୍‌ଏସ୍‌ ଖୋଲାଯିବା ନିଷ୍ପତ୍ତି ନିଆଯାଇଥିଲା। ସମସ୍ତ ସଂକ୍ରମିତ ଯେପରି ଠିକଣା ସମୟରେ ଚିକିତ୍ସା ସେବା ପାଇପାରିବେ ତାହା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ଆମ୍ବୁଲାନ୍ସ, ମେଡିକାଲ ବେଡ୍‌ ସହ ସମସ୍ତ ତଥ୍ୟ ରହୁଥିବାରୁ ରୋଗୀଙ୍କୁ ସମସ୍ୟା ହେଉନାହିଁ। ଟିମ୍‌ ଅନୁଗୋଳ ସୁଚାରୁ ରୂପେ କାର୍ଯ୍ୟ ତୁଲାଉଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଅଭିଜ୍ଞତା ଆଗକୁ କାମରେ ଆସିବ
ପାଠପଢ଼ା ସମୟରେ ଆମକୁ କରୋନା ମୁକାବିଲାରେ ନିୟୋଜିତ କରାଯାଇଛି। କଣ୍ଟ୍ରୋଲ ରୁମ୍‌ରେ ରହି ସଂକ୍ରମିତମାନଙ୍କୁ କାଉନସେଲିଂ କରୁଛୁ। ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ମେଡିସିନ୍‌ ସମ୍ପର୍କରେ ପରାମର୍ଶ ଦେଉଛୁ। ଗୁରୁତର କି ଅଧିକ ଅସୁସ୍ଥ ଥିଲେ, ତୁରନ୍ତ କୋଭିଡ୍‌ ମେଡିକାଲରେ ଭର୍ତ୍ତି କରିବା ଦିଗରେ ପଦକ୍ଷେପ ନେଉଛୁ।
-ଡାକ୍ତର ସୋନି ଅଗ୍ରୱାଲ, ଇଣ୍ଟର୍ନ ଏମ୍‌ବିବିଏସ୍‌
ଏକମନରେ କାର୍ଯ୍ୟ ହେଉଛି
ଏହି କଣ୍ଟ୍ରୋଲ ରୁମ୍‌ରେ ୪୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଯୋଡ଼ି ହୋଇଛନ୍ତି। ପ୍ରତି ସିଫ୍ଟରେ ୧୦ ଜଣ ଲେଖାଏ ଏକ ମନ ନେଇ କାର୍ଯ୍ୟ କରୁଛନ୍ତି। ରୋଗୀଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚାଇବାଠାରୁ ଆରମ୍ଭ କରି ସେମାନଙ୍କୁ କରୋନା ମୁକ୍ତ କରିବା ଯାଏ, ପ୍ରତିଟି ଅବସ୍ଥା ଉପରେ ନଜର ରଖାଯାଉଛି। ରୋଗୀ କିମ୍ବା ସମ୍ପର୍କୀୟମାନଙ୍କଠାରୁ ଆସୁଥିବା ଅଭିଯୋଗର ତୁରନ୍ତ ସମାଧାନ କରାଯାଉଛି।
-ରାଜେନ୍ଦ୍ର ମହାପାତ୍ର, ସିଏମ୍‌ଏସ୍‌ ଟିମ୍‌ ଲିଡ୍‌ର
ବିପତ୍ତି ସମୟରେ ସେବା ଖୁସି ଦେଉଛି
କଲ୍‌ ସେଣ୍ଟର ଭଳି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଥମରୁ ପରିଚାଳନା ନେଇ ଭୟ ରହିଥିଲା। ସଂକ୍ରମିତମାନେ ବିଭିନ୍ନ ସମୟରେ ଭୟଭୀତ ହୋଇ ଫୋନ୍‌ କରୁଛନ୍ତି। ସେମାନଙ୍କୁ ଠିକ୍‌ ପରାମର୍ଶ ଦେବା ବା ବୁଝାଇବା କଷ୍ଟକର। ଆବଶ୍ୟକସ୍ଥଳେ ଡାକ୍ତରଙ୍କ ଜରିଆରେ ସେମାନଙ୍କ ଭୟ ଦୂର କରୁଛୁ। ବିପତ୍ତି ସମୟରେ ଲୋକଙ୍କୁ ବୁଝାଇ ପାରୁଥିବାରୁ ଖୁସି ଲାଗୁଛି।
-ସୁମିତ୍ରା ବିଶ୍ୱାଳ, ହେଲ୍ପ ଡେସ୍କ କର୍ମଚାରୀ


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

ବିଦ୍ୟୁତ୍‌ ମରାମତି କରୁଥିବାବେଳେ ଜଳିଗଲେ, ଖୁଣ୍ଟରେ ଲାଖି ରହିଛି ମୃତଦେହ

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ମରାମତି କରୁଥିବାବେଳେ ୧୧ କେଭି ତାରରେ ଲାଗି ଜଣଙ୍କର ଜୀବନ ଚାଲିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପରେ ଲାଖି ରହିଛି ମୃତଦେହ। ଏମିତି…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri