କରୋନା ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର: ମୁଁ ଟିକା ନେଇଛି

ଛତ୍ରପୁର,୨।୮(ଡି.ଏନ୍‌.ଏ.): ମୁଁ ଟିକା ନେଇଛି। ଗଞ୍ଜାମ ଜିଲାର ବୁଲା ବିକାଳୀମାନେ ନିଜ ଝୁଡି ଓ ଠେଲା ଆଗରେ ଏମିତି ଲେଖିଛନ୍ତି। କରୋନା ବିରୋଧୀ ଲଢ଼େଇରେ ଟିକା ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ବୁଲା ବିକାଳୀମାନେ ଏପରି ଲେଖିଥିବା ଦେଖିବାକୁ ମିଳିଛି। ଯାହାକୁ ଜିଲାପାଳଙ୍କ ଅଫିସ ପକ୍ଷରୁ ଟୁଇଟ କରାଯାଇଛି।
କରୋନା ପ୍ରଥମ ଲହର ଜିଲାରେ ତାଣ୍ଡବ ରଚିଥିଲା ବେଳେ ପ୍ରତିଦିନ ଶହଶହ କରୋନାରେ ଆକ୍ରାନ୍ତ ହେଉଥିଲେ। ଯାହାକୁ ନେଇ ଜିଲା ପ୍ରଶାସନ ଚିନ୍ତାରେ ପଡିଯାଇଥିଲା। ପରେ କଠୋର ହୋଇଥିଲା। ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଥିଲା। ଦ୍ୱିତୀୟ ଲହର ବେଳେ ଜୀବିକା ସହ ଜୀବନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିଲେ। ଯାହାକୁ ଲକ୍ଷ୍ୟ କରି କୋଭିଡ୍‌ କଟକଣା ଅନୁଯାୟୀ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିଲା। ଏଥିରେ ଜଲାବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଯାହାଫଳରେ କରୋନା ଦ୍ୱିତୀୟ ଲହର ଜିଲାବାସୀଙ୍କୁ ଏତେଟା ପ୍ରଭାବିତ କରି ପାରି ନ ଥିଲା।