ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବ ମୁଖ୍ୟ ବିରୋଧୀ ଦଳ

କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ଦୀର୍ଘଦିନ ହେଲା ଲାଗିରହିଥିବା ଅର୍ଥନୈତିକ ଓ ରାଜନୈତିକ ସଙ୍କଟର ସମାଧାନ ନିମନ୍ତେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ଯୋଗାଇଦେବାକୁ ମୁଖ୍ୟ ବିରୋଧୀ ଦଳ ସାମାଗି ଜନ ବଲଓ୍ବେଗୟା (ଏସ୍‌ଜେବି) ସୋମବାର ରାଜି ହୋଇଛି। ବର୍ତ୍ତମାନ ସ୍ଥିତିରେ ଦେଶକୁ ସଙ୍କଟରୁ ରକ୍ଷା କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏସ୍‌ଜେବି ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବା ପାଇଁ ରାଜି ହୋଇଛି। ଆର୍ଥିକ ସଙ୍କଟକୁ ନେଇ ଦେଶରେ ଉତ୍ତେଜନା ଲାଗି ରହିଥିବାବେଳେ ପୁନର୍ବାର ସୋମବାର ରାତି ୮ଟାରୁ ମଙ୍ଗଳବାର ସକାଳ ୫ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

Share