Posted inଖେଳ

ପଦକ ବିଜେତା ଚିହ୍ନଟ ମୂଳ ଲକ୍ଷ୍ୟ: ହିଲିଏର

ଭୁବନେଶ୍ୱର,୨୧।୮(ସ୍ପୋଟର୍‌ସ ବ୍ୟୁରୋ): ପ୍ରତିଭା ଚିହ୍ନଟ ଓ ବିକାଶରେ ସ୍ଥାନୀୟ ରିଲାଏନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି) ଦୃଷ୍ଟାନ୍ତମୂଳକ ଭୂମିକା ଗ୍ରହଣ କରିଛି। ଏକ ବର୍ଷରୁ କମ୍‌ ସମୟ ମଧ୍ୟରେ ଏହି ଏଚ୍‌ପିସି ତା’ର କାର୍ଯ୍ୟ ଆରମ୍ଭ କରିଛି ଓ ଉତ୍ସାହଜନକ ଫଳ ମଧ୍ୟ ପାଇଛି। ଏଠାରେ ପ୍ରଶିକ୍ଷଣ ନେଇଥିବା ଆଥଲେଟ୍‌ମାନେ ଜାତୀୟସ୍ତର ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ୨୦୧୯ ନଭେମ୍ବରରେ ବିଜୟଓ୍ବାଡ଼ାରେ ଅନୁଷ୍ଠିତ ଜୁନିୟର ଜାତୀୟ ଚାମ୍ପିୟନଶିପ୍‌ରେ ଖେଳାଳିମାନେ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ସେହିପରି ଏହାର ଗୋଟିଏ ମାସ ପରେ କଟକରେ ଅନୁଷ୍ଠିତ ଓଡ଼ିଶା ଷ୍ଟେଟ୍‌ ଚାମ୍ପିୟନଶିପ୍‌ରେ ଆଥଲେଟମାନେ ୧୦ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୭ ବ୍ରୋଞ୍ଜ୍‌ ପଦକ ସହ ମୋଟ୍‌ ୨୫ ପଦକ ହାସଲ କରିଥିଲେ। ସେହିପରି ୨୦୨୦ ଜାନୁୟାରୀରେ ମୁମ୍ବାଇରେ ଅନୁଷ୍ଠିତ ରିଲାଏନ୍ସ ଫାଉଣ୍ଡେଶନ ୟୁଥ ସ୍ପୋଟର୍‌ସ (ଆଇଏଫ୍‌ଓ୍ବାଇଏସ୍‌) ଜାତୀୟ ଚାମ୍ପିୟନଶିପ୍‌ରେ ଏଚ୍‌ପିସିର ଏହି ଖେଳାଳିମାନେ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୬ ବ୍ରୋଞ୍ଜ୍‌ ପଦକ ସହ ୧୩ ପଦକ ହାସଲ କରିଥିଲେ।
ରିଲାଏନ୍ସ ଫାଉଣ୍ଡେଶନ ଓ ଓଡ଼ିଶା ସରକାରଙ୍କ ଉଦ୍ୟମ ରୂପେ ଏହି ଏଚ୍‌ପିସି ସ୍ଥାପନ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଘରୋଇ ଆଥଲେଟ ସୃଷ୍ଟି କରିବା ଲକ୍ଷ୍ୟରେ ୨୦୧୮ରେ ଏହି ଦୁଇ ପକ୍ଷ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ୨୦୨୬ ୟୁଥ ଅଲିମ୍ପିକ୍ସ ଓ ୨୦୩୨ ଅଲିମ୍ପିକ୍ସରେ ପଦକ ବିଜେତା ସୃଷ୍ଟି କରିବା ଏଚ୍‌ପିସିର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ କୋଚ୍‌ ଜେମ୍ସ ହିଲିଏର କହିଛନ୍ତି। ଆଥଲେଟ୍‌ଙ୍କ ଉନ୍ନତିକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ। ଏଚ୍‌ପିସିକୁ ଏସିଆର ଏକ ଶ୍ରେଷ୍ଠ ଅଭିନବ ହାଇ ପରଫର୍ମାନ୍ସ ଆଥଲେଟିକ ସେଣ୍ଟରରେ ପରଚିତ କରିବା ପାଇଁ ଆମେ କାର୍ଯ୍ୟ ଜାରି ରଖିଛୁ ବୋଲି ସେ କହିଛନ୍ତି। ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଓ ବିକାଶ ଏବଂ ଆଥଲେଟମାନଙ୍କ ଦକ୍ଷତାର ଶତପ୍ରତିଶତ ବୃଦ୍ଧି ପାଇଁ ଏଚ୍‌ପିସି ଏକ ଉଚ୍ଚକୋଟୀର ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଗୁରୁତ୍ୱ ଦେବ। ପ୍ରତିଭା ଚିହ୍ନଟ ପ୍ରକ୍ରିୟା ପାଇଁ ୨୦୧୯-୨୦ରେ ୩୦,୦୦୦ ଆଥଲେଟ ରିଲାଏନ୍ସ ଫାଉଣ୍ଡେଶନ ୟୁଥ୍‌ ସ୍ପୋଟର୍‌ସରେ ଅଂଶଗ୍ରହଣ କରିଥିଲେ। ଭବିଷ୍ୟତରେ ଘରୋଇ ମାଟିରୁ ଅଲିମ୍ପିକ୍‌ ମେଡାଲିଷ୍ଟ ତଥା ବିଜେତା ସୃଷ୍ଟି କରିବା ଆମର ଲକ୍ଷ୍ୟ ରହିଛି। ଏଥିପାଇଁ ଖେଳାଳିମାନଙ୍କୁ ଶାରୀରିକ, ମାନସିକ ଓ ମନସ୍ତାତ୍ତ୍ୱିକ ଟ୍ରେନିଂ ଦିଆଯିବ।
ଏଚ୍‌ପିସି ମନିଟରିଂ କୋହର୍ଟ ଓ ଏକାଡେମୀ ମଧ୍ୟରେ ତାଙ୍କ ପ୍ରକ୍ରିୟା ତଥା କାର୍ଯ୍ୟକମକୁ ଭାଗ କରିଛି। ମନିଟରିଂ କୋହର୍ଟରେ ୧୩ରୁ ୧୭ ବର୍ଷ ମଧ୍ୟରେ ଆଥଲେଟଙ୍କୁ ସାମିଲ ହେବେ। ୫ ବର୍ଷ ମଧ୍ୟରେ ଏମାନେ ଯେପରି ଜାତୀୟସ୍ତରରେ ପଦକ ଜିତିବେ ସେ ନେଇ ପ୍ରାଧାନ୍ୟ ଦିଆଯିବ। ରଜ୍ୟରେ ଏପରି ୨୦ ଆଥଲେଟ୍‌ ଏଥିରେ ସାମିଲ ହୋଇଛନ୍ତି ଓ ଏମାନେ ଭୁବନେଶ୍ୱର ଷ୍ଟେଟ୍‌ ସ୍ପୋଟର୍‌ସ ହଷ୍ଟେଲରେ ରହୁଛନ୍ତି।
ସେହିପିର ଏକାଡେମୀରେ ୧୬ ବର୍ଷ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ଆଥଲେଟମାନେ ସାମିଲ ହେବେ। ସେମାନେ ୨ ବର୍ଷ ମଧ୍ୟରେ ଜାତୀୟସ୍ତରରେ କିପରି ପଦକ ଜିତିବେ ସେମାନଙ୍କୁ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ଭଳି ୭ଜଣ ଆଥଲେଟ୍‌ ଏଚ୍‌ପିସି ଏକାଡେମୀରେ ସାମିଲ ରହିଛନ୍ତି ଓ ଏମାନେ କଳିଙ୍ଗ ଷ୍ଟାଡିୟମରେ ରହୁଛନ୍ତି। ଗତ ଫେବୃୟାରୀରେ ଅନୁଷ୍ଠିତ ଟ୍ରାଏଲ ପରେ ଏପରି ୯ ଜଣ ଆଥଲେଟ(ଏକାଡେମୀରୁ ୨ ଓ ମନିଟରିଂ କୋହର୍ଟରୁ ୭)ଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।
ଓଡ଼ିଶାରେ ଏକ ଉଚ୍ଚକୋଟୀର ସ୍ପୋଟର୍‌ସ ସିଷ୍ଟମ୍‌ର ମୂଳଦୁଆ ରହିଛି ବୋଲି ହିଲିଏର କହିଛନ୍ତି। କ୍ରୀଡ଼ାର ଉନ୍ନତି ପାଇଁ ସରକାର ମଧ୍ୟ ଚେଷ୍ଟିତ ରହିଛନ୍ତି। ଏବେ ଏଚ୍‌ପିସିରେ ସ୍ପ୍ରିଣ୍ଟ୍ସ, ହର୍ଡଲ୍ସ ଓ ମିଡଲ ଡିଷ୍ଟାନ୍ସ ରନିଂ ଉପରେ ଧ୍ୟାନ ଦିଆଯିବ। ଏହାପରେ ଜମ୍ପ ଓ ଥ୍ରୋ ପ୍ରୋଗ୍ରାମକୁ ସାମିଲ କରାଯିବ ବୋଲି ସେ କହିଛନ୍ତି। ଏହି ଏଚ୍‌ପିସିରୁ ସବିତା ଟୋପ୍ପୋଙ୍କ ଭଳି ମହିଳା ଆଥଲେଟଙ୍କର ବିକାଶ ହୋଇଛି। ତାଙ୍କୁ ସୁନ୍ଦରଗଡ଼ ସ୍ପୋଟର୍‌ସ ହଷ୍ଟେଲରୁ ଚିହ୍ନଟ କରାଯାଇଥିଲା। ସେ ଜାତୀୟ ଚାମ୍ପିୟନଶିପ୍‌ର ୧୬ବର୍ଷରୁ କମ୍‌ ବିଭାଗରେ ପେଣ୍ଟାଥଲନରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଓ ଅନ୍ତର୍ଜାତୀୟ ରେକର୍ଡ ଭାଙ୍ଗିଥିଲେ। ସେହିପରି ରାଜେନ୍ଦ୍ର ସାହୁ ୧୪ ବର୍ଷରୁ କମ୍‌ ବିଭାଗରେ ପେଣ୍ଟାଥଲନ ଓ ଲଙ୍ଗଜମ୍ପରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ରାଜ୍ୟରୁ ନୂଆ ପିଢିର ତାରକା ସୃଷ୍ଟି କରିବା ଆମର ଲକ୍ଷ୍ୟ। ଏମାନେ ଭବିଷ୍ୟତରେ ଭାରତ ପାଇଁ ପଦକ ଜିତିବେ ବୋଲି ହିଲିଏର ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri