ଡୋନ୍‌ବାସ୍‌ର ସ୍ବାଧୀନତା ମୂଳ ଲକ୍ଷ୍ୟ: ମସ୍କୋ

ମସ୍କୋ, ୩୦ା୩: ରୁଷିଆ-ୟୁକ୍ରେନ୍‌ ଶାନ୍ତି ଆଲୋଚନାରେ କିଭ୍‌ ଏବଂ ଚେର୍ନିହିଭ୍‌ ସହରରେ ସାମରିକ ଗତିବିଧି କମାଇବା ନିମନ୍ତେ ମସ୍କୋ ନିଷ୍ପତ୍ତି ନେଇଥିଲେ ହେଁ ପୂର୍ବ ୟୁକ୍ରେନ୍‌ର ଡୋନବାସ୍‌ ଅଞ୍ଚଳକୁ ସ୍ବାଧୀନ କରାଇବା ମୂଳ ଲକ୍ଷ୍ୟ ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେରଗି ସୋଇଗୁ ମଙ୍ଗଳବାର କହିଛନ୍ତି। ରୁଷିଆର ପ୍ରଥମ ପର୍ଯ୍ୟାୟ ମିଲିଟାରୀ ଅପରେଶନ ସଫଳ ହୋଇଛି। ଏଥିରେ ୟୁକ୍ରେନ୍‌ ସୁରକ୍ଷାବଳର ଶକ୍ତି ବ୍ୟାପକ ଭାବେ ହ୍ରାସ ପାଇଛି। ତେଣୁ ଡୋନ୍‌ବାସ ଅଞ୍ଚଳକୁ ସ୍ବାଧୀନ କରି ରୁଷିଆ ଏହାର ଲକ୍ଷ୍ୟ ହାସଲ କରିବା ଦିଗରେ ଏବେ ଗୁରୁତ୍ୱ ଦେବ ବୋଲି ସୋଇଗୁ କହିଛନ୍ତି। ଏଥିସହ ନାଟୋ ୟୁକ୍ରେନ୍‌କୁ ଫାଇଟର ଏୟାରକ୍ରାଫ୍ଟ ଏବଂ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇଲେ ମସ୍କୋ ଏହାର ଜବାବ ଦେବ ବୋଲି ସେ ଚେତାବନୀ ଦେଇଛନ୍ତି।

Share