ଗୁଣାତ୍ମକ ସାମଗ୍ରୀ ଯୋଗାଇବା ମୂଳ ଲକ୍ଷ୍ୟ: ଇଂ ସଞ୍ଜୟ କୁମାର ଦାସ

ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ। କିନ୍ତୁ କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ରହିଥାଏ। ତେଣୁ ବାପାଙ୍କ ପ୍ରେରଣାକୁ ପୁଞ୍ଜିକରି ୧୫ ବର୍ଷ ତଳେ ବ୍ୟବସାୟ ଆରମ୍ଭ କରିଥିଲେ ଇଂ ସଞ୍ଜୟ କୁମାର ଦାସ। ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ହରି ପ୍ଲାଷ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଆଜି ସାରା ଦେଶରେ ଏକ ଅଗ୍ରଣୀ ପ୍ଲାଷ୍ଟିକ୍‌ ଉପକରଣ ଉତ୍ପାଦନକାରୀ ଉଦ୍ୟୋଗ ଭାବେ ସୁନାମ ଅର୍ଜିଛି। ସେ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଧରିତ୍ରୀକୁ ସାକ୍ଷାତ୍‌କାର ଦେଇ କହିଛନ୍ତି।

ଇଞ୍ଜିନିୟରିଂ ପଢ଼ି ବ୍ୟବସାୟ କରିବାକୁ କାହିଁକି ମନ ବଳାଇଲେ?
ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ବି ମୋର କିଛି ଆଶା ଥିଲା। ବାପା କହୁଥିଲେ, ପାଠପଢ଼ା ସାରି ଆମତ୍ନିର୍ଭରଶୀଳ ହେବାକୁ। ପିଲାବେଳେ ଭଲ ପାଠ ପଢୁଥିଲି ବୋଲି ସମସ୍ତେ ଇଞ୍ଜିନିୟରିଂ କରିବାକୁ ପରାମର୍ଶ ଦେଇଥିଲେ। ଇଞ୍ଜିନିୟରିଂ ପଢ଼ା ଶେଷକରି ବାପାଙ୍କ ସହ ମିଶି ଏକ ଛୋଟ ଉଦ୍ୟୋଗ ପ୍ରତିଷ୍ଠା କଲି। ପ୍ରତି ବର୍ଷ କିଛି ନୂଆ ବ୍ୟବସାୟ ସହ ଯୋଡ଼ିହୋଇ ନିଜ ବ୍ୟବସାୟକୁ ଧୀରେ ଧୀରେ ଆଗକୁ ବଢ଼ାଇଥିଲି। ଏକ ଛୋଟ ଉଦ୍ୟୋଗରୁ ନେଇ ବଡ଼ ବଡ଼ କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଭାବେ ଆଉ ଟିକେ ଆଗକୁ ବଢ଼ିବା ପରେ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ପାଦ ଦେଇଥିଲି। ଦୀର୍ଘ ୧୫ ବର୍ଷ ପରେ ହରି ପ୍ଲାଷ୍ଟ ନାମରେ ଏକ କମ୍ପାନୀ ଛିଡ଼ା କରିଥିଲି। ବାପାଙ୍କ ପ୍ରେରଣା ଓ ପରିବାର ଲୋକଙ୍କ ସହଯୋଗ ବଳରେ ବ୍ୟବସାୟରେ ପାରଦର୍ଶିତା ଲାଭ କରିଛି।

କୋଭିଡ୍‌ ମହାମାରୀ କମ୍ପାନୀର ବ୍ୟବସାୟକୁ କିିପରି ପ୍ରଭାବିତ କରିଛି?
ପ୍ଲାଷ୍ଟିକ ଉତ୍ପାଦ ସବୁ ବର୍ଗଙ୍କ ନିତିଦିନିଆ ବ୍ୟବହାର ସାମଗ୍ରୀ। ଏହାର ବଜାର ବ୍ୟବସ୍ଥା ଭଲ ଥିଲେ ମଧ୍ୟ ପ୍ରତିଯୋଗିତାମୂଳକ ବ୍ୟବସାୟରେ ତିଷ୍ଠି ରହିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛି। ମହାମାରୀ ପୂର୍ବରୁ ଏହି ବ୍ୟବସାୟ ଆଶାନୁରୂପ ଥିଲା, କିନ୍ତୁ କୋଭିଡ୍‌ ପରେ ବ୍ୟବସାୟୀମାନେ ଅନେକ ସମସ୍ୟାରେ ଫସି ରହିଛନ୍ତି। ବୃହତ୍‌ କମ୍ପାନୀଗୁଡ଼ିକ ମଧ୍ୟ ବେପାର ବଞ୍ଚାଇବା ପାଇଁ ବଜାରରେ ଲୋଭନୀୟ ଅଫର୍‌ ସାଙ୍ଗକୁ ବକେୟା ରଖି ବ୍ୟବସାୟ କରୁଛନ୍ତି। ଏଥିଲାଗି ମଧ୍ୟମ ବର୍ଗର ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ତୀବ୍ର ହୋଇଛି।

ପ୍ରତିଯୋଗିତାମୂଳକ ବ୍ୟବସାୟରେ ହରି ପ୍ଲାଷ୍ଟ ଉତ୍ପାଦ କାହିଁକି ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି ?
ବର୍ତ୍ତମାନ ପ୍ଲାଷ୍ଟିକ ବଜାର ଏକ ଘଡିସନ୍ଧି ସମୟ ଦେଇ ଗତିକରୁଛି। ଏହା ଭିତରେ ବଜାର ବ୍ୟବସ୍ଥାକୁ ଧରି କାରବାର କରିବାକୁ ଚେଷ୍ଟା ଜାରି ରହିଛି। କମ୍ପାନୀର ମୂଳ ଲକ୍ଷ୍ୟ ଅନୁସାରେ ଉପଭୋକ୍ତାଙ୍କୁ ଗୁଣାତ୍ମକ ସାମଗ୍ରୀ ଯୋଗାଇବା ଓ ବ୍ୟବସାୟ କ୍ଷେତ୍ରରେ ସାଧୁତା ଅବଲମ୍ବନକୁ ଗୁରୁତ୍ୱ ଦେଇଛୁ। ଫଳରେ ଗ୍ରାହକଙ୍କ ବିଶ୍ୱାସଭାଜନ ହେବା ସହିତ ବ୍ୟବସାୟରେ ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ।

କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
କମ୍ପାନୀ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ବିନିଯୋଗ ସହ ବ୍ୟବସାୟ ଜାରି ରଖିଛି। କିଛି ବ୍ୟବସାୟ ଭଲ ଥିବାବେଳେ ଆଉ କିଛି ମାନ୍ଦାରେ ଚାଲିଛି। ତଥାପି ଚଳିତ ଆର୍ଥିକବର୍ଷରେ ଅଟୋମୋବାଇଲ ଏବଂ ଗ୍ୟାସ୍‌ ପାଇପ୍‌ଲାଇନ ଭଳି ବ୍ୟବସାୟରେ ପ୍ରବେଶ ପାଇଁ ପଦକ୍ଷେପ ନିଆଯାଉଛି। ପୂର୍ବ ବ୍ୟବସାୟଗୁଡ଼ିକର ସମ୍ପ୍ରସାରଣ କରିବା ଯୋଜନା ମଧ୍ୟ ରହିଛି।

ବ୍ୟବସାୟ ଓ ବ୍ୟବସ୍ଥାକୁ କିପରି ପରିଚାଳନା କରୁଛନ୍ତି?
ବ୍ୟବସାୟ କଲେ ବ୍ୟବସ୍ଥା ସହ ମିଶି କାର୍ଯ୍ୟ କରିବାକୁ ପଡ଼ିଥାଏ। ସରକାରୀ କଳ ହେଉ କିମ୍ବା ନିଜ ପ୍ରତିଷ୍ଠାନ, ବିଧି ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ। ସର୍ବୋପରି ନୀତି ନିୟମ ଅନୁସାରେ ବ୍ୟବସାୟ କଲେ ଏହାର ପରିସର ବୃଦ୍ଧି ପାଇଥାଏ। ବ୍ୟବସାୟରେ ଲୋକସମ୍ପର୍କ ଓ ଗୁଣାତ୍ମକ ସାମଗ୍ରୀ ଉପରେ କମ୍ପାନୀ ଗୁରୁତ୍ୱ ଦେଇଆସିଛି।

ଅବସର ସମୟରେ କ’ଣ କରିବାକୁ ଭଲ ପାଆନ୍ତି?
ସମୟ ବାହାର କରି ସାମାଜିକ ସଙ୍ଗଠନ ଓ କାର୍ଯ୍ୟକ୍ରମ ଆଦିରେ ଯୋଗଦିଏ। ସହଯୋଗ ଓ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉଛି। ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ। ବ୍ୟବସାୟ କାରଣରୁ ଅନ୍ୟମାନଙ୍କୁ ଅଧିକ ସମୟ ଦେଇ ନ ପାରିଲେ ମଧ୍ୟ ଯଥାସାଧ୍ୟ ସମ୍ଭବ ସେବା କରିବାକୁ ଉଦ୍ୟମ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୩: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପାର୍ଟଟାଇମ୍‌ ଅଧ୍ୟକ୍ଷ ଅତନୁ ଚକ୍ରବର୍ତ୍ତୀ ବୁଧବାର ଅଚାନକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କର ପ୍ରଶାସନ, ମନୋନୟନ ଓ ବେତନ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri