ଜିଲା ଚିକିତ୍ସାଳୟ ମୁଖ୍ୟ ଫାଟକ ବନ୍ଦ

ଅନୁଗୋଳ ଅଫିସ, ୧୬ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଟକକୁ ଶନିବାର ବନ୍ଦ କରାଯାଇଛି। ଡ୍ରେନ୍‌ କାର୍ଯ୍ୟ ପାଇଁ କିଛିଦିନ ପର୍ଯ୍ୟନ୍ତ ଫାଟକ ବନ୍ଦ ରହିବ ବୋଲି ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପଛପାର୍ଶ୍ୱ ଫାଟକ ଦେଇ ଯାତାୟାତ କରିବେ ବୋଲି ଜଣାପଡ଼ିଛି। ଏ ନେଇ ମେଡିକାଲ ପ୍ରଶାସନ ପକ୍ଷରୁ ମୁଖ୍ୟ ଫାଟକରେ ଏକ ନୋଟିସ୍‌ ମରାଯାଇଛି।
ପ୍ରକାଶ ଯେ, ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଡ୍ରେନ୍‌ ସମସ୍ୟା ରହିଥିଲା। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ବିଭିନ୍ନ ସମୟରେ ଅଟକି ଯାଉଥିଲା। ଏପରିକି ବର୍ଷା ପାଣି ମଧ୍ୟ ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନ ଥିଲା। ଶୁକ୍ରବାର ଜିଲା ପ୍ରଶାସନର ସ୍ପେଶାଲ ସ୍କ୍ବାଡ୍‌ ଉପଜିଲାପାଳଙ୍କ ସହ ବଜାରର ବିଭିନ୍ନ ସ୍ଥାନ, ସ୍ଥିତି ଅନୁଧ୍ୟାନ କରିବା ସମୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସମସ୍ୟା ନେଇ ସେମାନଙ୍କ ଦୃଷ୍ଟି ଗୋଚର କରିଥିଲେ। ଏହାପରେ ସେଠାରେ ଡ୍ରେନ୍‌ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ଉକ୍ତ ଫାଟକକୁ ବନ୍ଦ କରାଯାଇ ଡ୍ରେନ୍‌ ନିର୍ମାଣ କରାଯିବ। ଏହି କାର୍ଯ୍ୟ ସରିବା ପର୍ଯ୍ୟନ୍ତ ମେଡିକାଲର ମୁଖ୍ୟ ଫାଟକ ବନ୍ଦ ରହିବ ବୋଲି ମେହିକାଲ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।