ମୁଖ୍ୟ ଆକର୍ଷଣ ସାଜିବ ୩୫ କିଲୋ ଲଡୁ

ଜଟଣୀ,୨୬।୮(ଡି.ଏନ୍‌.ଏ.):ଆଉ ଦିନ କେଇଟା ପରେ ଗଣେଶ ପୂଜା। ଏହି ପୂଜା ପାଳନକୁ ନେଇ ଖୋର୍ଦ୍ଧାର ଜଟଣୀ ସହର ଚଳଚଞ୍ଚଳ ହୋଇପଡ଼ିଛି। ଦୁଇ ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ପୂଜା ହେଉଥିବାରୁ ଏକାଠି ହେବେ ଭକ୍ତ ଏବଂ ଭଗବାନ। ସହରର କୋଣ ଅନୁକୋଣରେ ଥିବା ବିଭିନ୍ନ ପୂଜା ମଣ୍ଡପରେ ଗଣେଶପୂଜା ପାଇବେ। ଚଳିତ ପାର୍ବଣକୁ ସରସ ସୁନ୍ଦର ସହ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ସଂଗଠନ, ଅନୁଷ୍ଠାନ ପକ୍ଷରୁ ରାଜ୍ୟ ତଥା ବାହାର ରାଜ୍ୟରୁ କାରିଗର ଆଣି ତୋରଣ ସାଜସଜ୍ଜା ସହ ଶିଳ୍ପୀ ମୂର୍ତ୍ତି ଗଢ଼ିବାରେ ଲାଗିଛନ୍ତି। ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ସମୟଧରି ସାର୍ବଜନୀନ ଗଣେଶ ପୂଜା କରି ଆସୁଥିବା ଗୋପବନ୍ଧୁ ଛକ ବ୍ୟବସାୟୀ ସଂଘ ପକ୍ଷରୁ ଚଳିତଥର ଅଧିକ ଆକର୍ଷଣୀୟ କରିବା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି। କଟକ ବିଭିନ୍ନ ଆଲୋକିତ ଲାଇଟ୍‌ ଏବଂ ଚୌଦ୍ୱାରର ମେଢ଼ ଦର୍ଶକଙ୍କୁ ଆକୃଷ୍ଟ ବୋଲି ଆୟୋଜକ ବ୍ୟବସାୟୀ ସଂଘ ସଦସ୍ୟ କହିଛନ୍ତି। ୫୬ ଫୁଟ ଉଚ୍ଚର ଦୁଇଟି ଡିଜିଟାଲ ଚାଇନା ଗଟେ ଏବଂ ନଟରାଜ ଲାଇଟ ଗେଟ୍‌ ବ୍ୟବସାୟୀ ସଂଘର ଶୋଭାକୁ ଦ୍ୱିଗୁଣିତ କରିବା ନେଇ କମିଟି ଆଶା ରଖିଛନ୍ତି। ୭ଲକ୍ଷରୁ ୮ଲକ୍ଷ ଅର୍ଥ ଚଳିତ ପୂଜାରେ ଖର୍ଚ୍ଚ ହେବାକୁ ଥିବା ସମୟରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅନେକ ଦୃଷ୍ଟିହୀନ କଳାକାରଙ୍କ ଦ୍ୱାରା ଭଜନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ସାରେ ଆୟୋଜିତ କରାଯିବ ବୋଲି କମିଟି ସଭାପତି ସୁରେନ୍ଦ୍ର କୁମାର ସାହୁ କହିଛନ୍ତି। ଉକ୍ତ ମଣ୍ଡପରେ ୮ଫୁଟ ଉଚ୍ଚର ପ୍ରଭୁ ଗଜାନନଙ୍କ ସହିତ ମାତା ଲକ୍ଷ୍ମୀ ଏବଂ ଦେବୀ ସରସ୍ବତୀ ପୂଜା ପାଇବେ। ଗଣେଶ ଚତୁର୍ଥୀ ଏବଂ ପୂର୍ଣ୍ଣମୀ ଭସାଣି ଦିନ କମିଟି ପକ୍ଷରୁ ପ୍ରଭୁଙ୍କ ନିକଟରେ ବିଭିନ୍ନ ଫଳମୂଳ ଏବଂ ମିଷ୍ଠାନ୍ନ ଭୋଗ ଲାଗି କରାଯାଇଥଏ। ଅନ୍ୟ ଦିନରେ ଠାକୁରଙ୍କ ନିକଟରେ ଖେଚୁଡ଼ି ଭୋଗ ଲାଗି ହୋଇଥାଏ। ଯାହା ମାନସିକ ଦାତା ଏବଂ ପୂଜା କମିଟି ବହନ କରିଥାନ୍ତି। ଉକ୍ତ ପ୍ରସାଦ ଶ୍ରଦ୍ଧାଳୁ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ଅନ୍ୟପଟେ ଚଳିତ ବର୍ଷ ପ୍ରଭୁ ଗଜାନନଙ୍କ ହାତରେ ୩୫କିଲୋର ସୁସ୍ବାଦୁ ଦେଶୀ ଘିଅରେ ପ୍ରସ୍ତୁତ ଲଡ଼ୁ ଶୋଭା ପାଇବ। ପ୍ରତି ବର୍ଷପରି ଏକ ମନୋରମ କାର୍ଯ୍ୟକ୍ରମ ଜରିଆରେ ନିଲାମ ହୋଇଥାଏ। ଏହି ମଣ୍ଡପରେ ନିଲାମରେ ଲଡ଼ୁ ପାଇବା ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଅଂଶଗ୍ରହଣ କରଥାନ୍ତି ବୋଲି ଆୟୋଜକ କମିଟି ସଦସ୍ୟ କହିଛନ୍ତି। ପୂଜା ସମୟରେ ବିଶେଷକରି ସାରେ ଦର୍ଶକଙ୍କ ଭିଡ଼ ବେଶି ପରିଲକ୍ଷିତ ହେବା ଲକ୍ଷ୍ୟରେ ଭିଡ଼ ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୂଜା କମିଟି ପକ୍ଷରୁ ଏକ ୧୨ଜଣିଆ କମିଟି ଗଠନ କରାଯିବା ନେଇ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri