ଶୌଚ ସାରି ଫେରୁଥିଲେ ରୁକୁଣୀ, ହଠାତ୍‌ ଉପରେ ପଡ଼ିଲା କାନ୍ଥ: ଆଉ ତା’ପରେ…

ଗୁଣପୁର, ୩୦।୭( ସୁଜାତା ପାଢ଼ୀ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଅଧିନ ବାଘ ଡ଼ଙ୍ଗରି ଗ୍ରାମର ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଷୁଡି ପଡିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି I ଲଗାଣ ବର୍ଷାରେ ଫଳରେ କାନ୍ଥ ଭିଜି ଦୁର୍ବଳ ହୋଇପଡ଼ିଥିବା ଭୁଷୁଡ଼ିଥିଲା। ଏଥିରେ ବାଘଡ଼ଙ୍ଗରି ଗ୍ରାମର ରୁକୁଣୀ ବଛା ମୃତ୍ୟୁ ହୋଇଛି I ଗୁରୁବାର ଭୋର ସମୟରେ ଶୌଚ ସାରି ଘରକୁ ଫେରୁଥିବା ବେଳେ ହଠାତ୍‌ ଏକ କାନ୍ଥ ଭୁଷୁଡ଼ି ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇଯାଇଥିବା ରୁକୁଣିଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ l ହେଲେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

 

Dharitri – Odisha’s No.1 Odia Daily