ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ,୧୯ା୭(ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ। ଗୁରୁବାର ରଥଉପରେ ମହାପ୍ରଭୁଙ୍କ ଅଧରପଣା ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିକୁ ଅପେକ୍ଷା କରିଛନ୍ତି ଭକ୍ତ। ଶୁକ୍ରବାର ଶ୍ରୀବିଗ୍ରହମାନଙ୍କ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ । ଏଥିସହିତ ଶେଷ ହେବ ଚଳିତବର୍ଷର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ସମସ୍ତ ନୀତି । ସେହିପରି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପରେ ଶନିବାର ଠାରୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ଭକ୍ତମାନେ ପାଇବେ। କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଓ ଚଳଚଞ୍ଚଳ ହୋଇ ଉଠିବ। ମହାପ୍ରଭୁଙ୍କ ନୀଳକନ୍ଦର ବିଜେ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାଠାରୁ ଅଧରପଣା ପର୍ଯ୍ୟନ୍ତ ସମସ୍ତ ନୀତି ପ୍ରାୟ ନିର୍ଦ୍ଧାରିତ ସମୟ ଠାରୁ ଯଥେଷ୍ଟ ପୂର୍ବରୁ ସମ୍ପାଦନ ହୋଇଥିବାରୁ ନୀଳାଦ୍ରି ବିଜେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ରଥ ଉପରେ ବିଭିନ୍ନ ନୀତି ସମ୍ପନ୍ନ ହେବା ପରେ ବଡ଼ ଓଡ଼ିଆ ମଠର ମହାନ୍ତ ଶ୍ରୀମନ୍ଦିର ରତ୍ନ ସିଂହାସନ ମାଜଣା କରିବେ। ପରେ ମୁଦିରସ୍ତ ସେବକ ତିନି ରଥରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବୀଜେ କାହାଳି ବାଜିବା ପରେ ଘୋଷ ଘଣ୍ଟୁଆଙ୍କ ଘଣ୍ଟ ନାଦ ମଧ୍ୟରେ ପହଣ୍ଡି ଆରମ୍ଭ ହେବ। ଠାକୁରମାନେ ଗୋଟି ପହଣ୍ଡିରେ ରଥରୁ ଶ୍ରୀମନ୍ଦିରକୁ ବିଜେ କରିବେ। ପ୍ରଥମେ ରଥରୁ ମହାଜନ ସେବକମାନେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥରୁ ଶ୍ରୀରାମକୃଷ୍ଣ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରୁ ଶ୍ରୀମଦନମହୋନଙ୍କୁ ବିଜେ କରାଇ ଶ୍ରୀମନ୍ଦିରକୁ ନେବାପରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରୁ ଚକ୍ରରାଜ ସୁଦର୍ଶନ ପରେ ତାଳଧ୍ୱଜ ରଥରୁ ବଡ଼ ଠାକୁର ବଳଭଦ୍ର ଶ୍ରୀମନ୍ଦିରକୁ ବିଜେ କରିବେ। ମା’ ସୁଭଦ୍ରାଙ୍କ ପହଣ୍ଡି ପରେ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଆରମ୍ଭ ହେବା ମାତ୍ରେ ମା’ ମହାଲକ୍ଷ୍ମୀ ଭେଟ ମଣ୍ଡପକୁ ବିଜେ କରିବେ। ଭିତରସ୍ଥ ମହାପାତ୍ର ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଏବଂ ମହାପ୍ରଭୁଙ୍କ ଭେଟ କରାଇବେ। ପରେ ସେଠାରେ ବନ୍ଦାପନା ଅନୁଷ୍ଠିତ ହେବ। ତେବେ ରଥଯାତ୍ରାରେ ମା’ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ସାଥିରେ ନେଇ ନ ଥିବାରୁ ମହାଲକ୍ଷ୍ମୀ ଠାକୁରଙ୍କ ଉପରେ ରାଗି ରହିଥିବାବେଳେ ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାର ନିକଟରେ ପହଞ୍ଚିବା ମାତ୍ରେ ସିଂହଦ୍ୱାର କବାଟ ବନ୍ଦ କରିଦେବେ। ପରେ କବାଟ ଖୋଲିବା ପରେ ମହାପ୍ରଭୁ ଶ୍ରୀମନ୍ଦିର ପରିସରକୁ ବିଜେ କରିବେ। ମାତ୍ର ମହାଲକ୍ଷ୍ମୀ ଜୟବିଜୟ ଦ୍ୱାର ବନ୍ଦ କରିଦେବେ। ପରେ ଠାକୁର ଠାକୁରାଣୀଙ୍କ ବଚନିକା ହେବ, ଯାହାକୁ ଲକ୍ଷ୍ମୀ ନାରାୟଣ ବଚନିକା ବୋଲି କୁହାଯାଇଥାଏ। ନୀତି ସରିବା ପରେ ଭଣ୍ଡାରଘର ନିକଟରେ ମହାପ୍ରଭୁ ଏବଂ ଠାକୁରାଣୀଙ୍କ ବିବାହ ଗଇଠାଳ ଫିଟିବ। ପରେ ମହାପ୍ରଭୁ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ନିମନ୍ତେ ରସଗୋଲା ଦେବେ। ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସରିବା ପରେ ରତ୍ନସିଂହାସନକୁ ବିଜେ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri