ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ,୧୯ା୭(ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ। ଗୁରୁବାର ରଥଉପରେ ମହାପ୍ରଭୁଙ୍କ ଅଧରପଣା ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତିକୁ ଅପେକ୍ଷା କରିଛନ୍ତି ଭକ୍ତ। ଶୁକ୍ରବାର ଶ୍ରୀବିଗ୍ରହମାନଙ୍କ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ । ଏଥିସହିତ ଶେଷ ହେବ ଚଳିତବର୍ଷର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ସମସ୍ତ ନୀତି । ସେହିପରି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପରେ ଶନିବାର ଠାରୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ଭକ୍ତମାନେ ପାଇବେ। କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଓ ଚଳଚଞ୍ଚଳ ହୋଇ ଉଠିବ। ମହାପ୍ରଭୁଙ୍କ ନୀଳକନ୍ଦର ବିଜେ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାଠାରୁ ଅଧରପଣା ପର୍ଯ୍ୟନ୍ତ ସମସ୍ତ ନୀତି ପ୍ରାୟ ନିର୍ଦ୍ଧାରିତ ସମୟ ଠାରୁ ଯଥେଷ୍ଟ ପୂର୍ବରୁ ସମ୍ପାଦନ ହୋଇଥିବାରୁ ନୀଳାଦ୍ରି ବିଜେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ରଥ ଉପରେ ବିଭିନ୍ନ ନୀତି ସମ୍ପନ୍ନ ହେବା ପରେ ବଡ଼ ଓଡ଼ିଆ ମଠର ମହାନ୍ତ ଶ୍ରୀମନ୍ଦିର ରତ୍ନ ସିଂହାସନ ମାଜଣା କରିବେ। ପରେ ମୁଦିରସ୍ତ ସେବକ ତିନି ରଥରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବୀଜେ କାହାଳି ବାଜିବା ପରେ ଘୋଷ ଘଣ୍ଟୁଆଙ୍କ ଘଣ୍ଟ ନାଦ ମଧ୍ୟରେ ପହଣ୍ଡି ଆରମ୍ଭ ହେବ। ଠାକୁରମାନେ ଗୋଟି ପହଣ୍ଡିରେ ରଥରୁ ଶ୍ରୀମନ୍ଦିରକୁ ବିଜେ କରିବେ। ପ୍ରଥମେ ରଥରୁ ମହାଜନ ସେବକମାନେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥରୁ ଶ୍ରୀରାମକୃଷ୍ଣ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରୁ ଶ୍ରୀମଦନମହୋନଙ୍କୁ ବିଜେ କରାଇ ଶ୍ରୀମନ୍ଦିରକୁ ନେବାପରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରୁ ଚକ୍ରରାଜ ସୁଦର୍ଶନ ପରେ ତାଳଧ୍ୱଜ ରଥରୁ ବଡ଼ ଠାକୁର ବଳଭଦ୍ର ଶ୍ରୀମନ୍ଦିରକୁ ବିଜେ କରିବେ। ମା’ ସୁଭଦ୍ରାଙ୍କ ପହଣ୍ଡି ପରେ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଆରମ୍ଭ ହେବା ମାତ୍ରେ ମା’ ମହାଲକ୍ଷ୍ମୀ ଭେଟ ମଣ୍ଡପକୁ ବିଜେ କରିବେ। ଭିତରସ୍ଥ ମହାପାତ୍ର ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଏବଂ ମହାପ୍ରଭୁଙ୍କ ଭେଟ କରାଇବେ। ପରେ ସେଠାରେ ବନ୍ଦାପନା ଅନୁଷ୍ଠିତ ହେବ। ତେବେ ରଥଯାତ୍ରାରେ ମା’ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ସାଥିରେ ନେଇ ନ ଥିବାରୁ ମହାଲକ୍ଷ୍ମୀ ଠାକୁରଙ୍କ ଉପରେ ରାଗି ରହିଥିବାବେଳେ ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାର ନିକଟରେ ପହଞ୍ଚିବା ମାତ୍ରେ ସିଂହଦ୍ୱାର କବାଟ ବନ୍ଦ କରିଦେବେ। ପରେ କବାଟ ଖୋଲିବା ପରେ ମହାପ୍ରଭୁ ଶ୍ରୀମନ୍ଦିର ପରିସରକୁ ବିଜେ କରିବେ। ମାତ୍ର ମହାଲକ୍ଷ୍ମୀ ଜୟବିଜୟ ଦ୍ୱାର ବନ୍ଦ କରିଦେବେ। ପରେ ଠାକୁର ଠାକୁରାଣୀଙ୍କ ବଚନିକା ହେବ, ଯାହାକୁ ଲକ୍ଷ୍ମୀ ନାରାୟଣ ବଚନିକା ବୋଲି କୁହାଯାଇଥାଏ। ନୀତି ସରିବା ପରେ ଭଣ୍ଡାରଘର ନିକଟରେ ମହାପ୍ରଭୁ ଏବଂ ଠାକୁରାଣୀଙ୍କ ବିବାହ ଗଇଠାଳ ଫିଟିବ। ପରେ ମହାପ୍ରଭୁ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ନିମନ୍ତେ ରସଗୋଲା ଦେବେ। ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସରିବା ପରେ ରତ୍ନସିଂହାସନକୁ ବିଜେ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?